ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ , ଅଂଶ ଗ୍ରହଣ କଲେ ୫୦୦ରୁ ଉର୍ଦ୍ଧ୍ବ ଖେଳାଳି
ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ୨୦୨୬/୨୭ ଶିକ୍ଷା ବର୍ଷର ତୁଲାପଡା ଦାମୋଦର ହାଇସ୍କୁଲ ପକ୍ଷରୁ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।୮ଓ ୯ ତାରିଖ ଦୁଇ ଦିନଧରି ମା ପାଜରେନ ଖେଳପଡିଆ ପରିସର ଠାରେ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି।ନର୍ଲା ବ୍ଲକର ଚାରୋଟି ଜୋନରୁ ୧୪ବର୍ଷ ରୁ କମ ଓ ୧୭ବର୍ଷରୁ କମ ବାଳକ ବାଳିକା ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗି ମାନେ ଅଂଶ ଗ୍ରହଣ କରିଥିଲେ। କବାଡି, ଖୋଖୋ, ଫୁଟବଲ, ଭଲିବଲ, ବ୍ୟାଟ ମ୍ୟାଣ୍ଟନ, ଯୋଗାସନ, ଚେସ ଆଦି ବିଭିନ୍ନ କ୍ରୀଡାରେ ଖେଳାଳି ମାନେ ନିଜର କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାକୁ ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ପବିତ୍ର ଗଡତିଆ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଉଦଘାଟନ କରି ଖେଳାଳି ମାନଂକୁ ଶୃଙ୍ଖଳା ଖେଳୁଆ ମନୋଭାବ ନେଇ ଓ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ ।ଜୋନ ସାମ୍ପଦକ ତୁଳାପଡା ଦାମୋଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସୁନାନୀ, ଦୁଃଖିଶ୍ୟାମ ନାଏକ, ସମାଜ ସେବୀ ମନମୋହନ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ମ୍ୟାଚ ପରିଚାଳନା ରେଫରି ନାରାୟଣ ପଧାନ, ସନ୍ତୋସା ନନ୍ଦ ନାଏକ, ଦ୍ରୁବ ନାଗ, ସୁଧୀର ରାଉତ, ସୁରେଶ ନାଏକ, ଶ୍ରବଣ ବାଗ, ସରୋଜ ପ୍ରଧାନ, ପାର୍ଥବ ପ୍ରଧାନୀ, ପ୍ରଦୀପ ସାହାଣୀ, ଉମାକାନ୍ତ ଭୋଇ ଓ ଚାରୋଟି ଜୋନର ସମ୍ପାଦକ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଖେଳ ପରିଚାଳନାରେ ସୁଚାରୁରୂପେ ସକ୍ରିୟ ସହଯୋଗ କରିଥିଲେ। ଉଦଯାପନ ସମୟରେ ଅତିଥିଭାବେ ସ୍କୁଲର ଜୋନ ସମ୍ପାଦକ ଉପେନ୍ଦ୍ର ସୁନାନୀ, ସାମ୍ବାଦିକ ତଥା କ୍ରୀଡ଼ାବିତ ତ୍ରିଲୋଚନ ଗୌଡ଼,ସମାଜ ସେବୀ ମନମୋହନ ନାଏକ, ନର୍ଲା ସ୍କୁଲ ସଭାପତି ବା କ୍ରୀଡ଼ାବିତ କିଶୋର ମାଝୀ, ସ୍ଥାନୀୟ ସମାଜ ସେବୀ ନୌକା ମାଝୀଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନେ ଶେଷରେ ଜାମ୍ବୁଲ ମାରଚିଙ୍ଗ କରି ଅତିଥି ମାନଂକୁ ଅବିବାଦନ ଜଣାଇ ଅତିଥିଙ୍କ ଦ୍ୱାରା କ୍ରୀଡା ପତାକା ଅବତରଣ କରାଯାଇ ତୁଳାପଡା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ପତାକା ପ୍ରଦାନ କରାଯାଇ ଖେଳର ପରିସମାପ୍ତି ଘୋଷଣା କରାଯାଇ ଥିଲା।
ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍

