ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶାର ପ୍ରଥମ ଆଇଏମଏଫ ଅନୁମୋଦିତ ଟ୍ରେକିଙ୍ଗ ଅଭିଯାନ ରେ କଳାହାଣ୍ଡିର ଦୁଃସାହସିକ ଅଭିଯାତ୍ରୀ ଦଳ

ଓଡିଶାର ପ୍ରଥମ ଆଇଏମଏଫ ଅନୁମୋଦିତ ଟ୍ରେକିଙ୍ଗ ଅଭିଯାନ ରେ କଳାହାଣ୍ଡିର ଦୁଃସାହସିକ ଅଭିଯାତ୍ରୀ ଦଳ

ହିମାଳୟନ ନାଗଟିବା ଟ୍ରେକିଙ୍ଗ ସଫଳତାର ସହ ଶେଷ କଲେ ଛାତ୍ରଛାତ୍ରୀ…..

ଚଳିତ ଉତ୍କଳ ଦିବସ ରେ ଓଡିଶାର କଳାହାଣ୍ଡି ଜିଲ୍ଲାର ୨୬ ଜଣିଆ ଦୁଃସାହସିକ ପର୍ବତାରୋହୀ ଦଳ ଭାରତର ଉତ୍ତରାଖଣ୍ଡ ରାଜ୍ୟର ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ସଫଳତାର ସହ ଶେଷ କରିଛନ୍ତି। ଅଭିଯାତ୍ରୀ ଦଳ କେସିଙ୍ଗାରୁ ସମତା ଟ୍ରେନ ଯୋଗେ ଦିଲ୍ଲୀ ଆସି ସେଠାରୁ ବସ ଯୋଗେ ଉତ୍ତରାଖଣ୍ଡର ଡେରାଡୁନରେ ପହଞ୍ଚିଥିଲେ। ହିମାଳୟନ ନାଗଟିବା ସମ୍ବନ୍ଧୀୟ ପ୍ରସ୍ତୁତି ତଥା ଆବଶ୍ୟକୀୟ ବିଷୟ ଉପରେ ସମସ୍ତ ଟିମ ଡେରାଡୁନ ଟ୍ରେକିଙ୍ଗ ଟିମ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଏହି ୨୬ ଜଣିଆ ଟିମରେ ୨୦ ଜଣ ଦୁଃସାହସିକ କ୍ରୀଡାବିତ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥିରେ ୬ ଜଣ ଅଫିସିଆଲ ରହିଥିଲେ। କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡାସ୍ଥିତ ରିଷିଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବିକାଶ ଗହୀର, ରଞ୍ଜୁ ରଣା, ମଧୁସ୍ମିତା ସାହୁ, ତନୁଶ୍ରୀ ସାହୁ ସେହିପରି ମଦନପୁର ରାମପୁରର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସସ୍ମିତା ରଣା,ପୂଜା ଭୋଇ, ପ୍ରତିମା ପାତ୍ର, ଜୟଦୁର୍ଗା ଉଚ୍ଚ ବିଦ୍ଯାପୀଠ, ମଦନପୁର ରାମପୁରରୁ ଅଶ୍ବନୀ ଡୁଙ୍ଗରୀ, ନର୍ଲା ବ୍ଳକ ଅନ୍ତର୍ଗତ ତୁଳାପଡାସ୍ଥିତ ବିଜୟାନନ୍ଦ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଅଜୟ ମାଝୀ, ଗାତାଞଳୀ ମାଝୀ, ସରିତା ଦୀପ, ନର୍ଲା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପୁଷ୍ପରାଜ ପୋଢ, ରୁବିନା ବାଗ, ରୁପ୍ରାରୋଡର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରିୟଙ୍କା ପୁଟେଲ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରୁପ୍ରାରୁ ଅଷ୍ଟମ ଶ୍ରେଣୀର ଛାତ୍ର ରାଜ ମାଝୀ, ଭବାନୀପାଟଣାସ୍ଥିତ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଘନଶ୍ୟାମ କୁମାର, ରାହୁଲ ବେମାଲ, ଜୁଲି ସାହୁ ଏହି ଅଭିଯାନରେ ଭାଗ ନେଇଥିଲେ। 

ଏଭେରେଷ୍ଟ ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ନେତୃତ୍ବରେ ବରିଷ୍ଠ ପର୍ବତାରୋହୀ ପ୍ରଶିକ୍ଷକ ରୋମାଞ୍ଚଳ ଭୋଇ, ଧନପତି ବାଗ, ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଡ଼କ୍ଟର ଘନଶ୍ୟାମ ବେହେରା ପ୍ରମୁଖ ଏହି ଦୁଃସାହସିକ ପର୍ବତାରୋହଣଦାୟିତ୍ବ ନେଇ ସହଯୋଗ କରିଥିଲେ। ସେହିପରି ଛାତ୍ରୀଙ୍କୁ ଗାଇଡ କରିବା ପାଇଁ ବିଶ୍ବବିଦ୍ୟାଳୟର ଭୂଗୋଳ ବିଭାଗର ଅଧ୍ୟାପିକା ରୋଜ ମେରି ରଶ୍ମିତା ଏକା ତଥା ବରଗଡର ଦୁଃସାହସିକ ଗାଇଡ ପୂଜା ପ୍ରଧାନ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଏହି ପର୍ବତାରୋହଣ ଅଭିଯାତ୍ରୀ ଦଳରେ ୧୫ ଜଣ ମହିଳା ଥିବା ବେଳେ ୧୧ ଜଣ ପୁରୁଷ ସାମିଲ ଥିଲେ। ଏହି ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ଓଡିଶାର ପ୍ରଥମ ଆଇଏମଏଫ ଅନୁମୋଦିତ ଟ୍ରେକିଙ୍ଗ ଅଭିଯାନ ଅଟେ। ଏହି ଦୁଃସାହସିକ ପର୍ବତାରୋହଣ ଡେରାଡୁନରୁ ଆରମ୍ଭ ହୋଇ ପନତବାଡି ଦେଇ ବେସ କ୍ଯାମ୍ପରେ ପହଞ୍ଚିଥିଲା। ତାପରେ ବେସ କ୍ଯାମ୍ପରୁ ସମସ୍ତେ ୫ ଏପ୍ରିଲ ରାତି ୪ ଘଣ୍ଟା ସମୟରେ ବାହାରି ଦିନ ପ୍ରାୟ ୧୨ ଘଣ୍ଟା ୩୦ ମିନିଟ ସମୟରେ ୧୦୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ହିମାଳୟନ ନାଗଟିବାରେ ସଫଳତାର ସହିତ ପହଞ୍ଚି ଜାତୀୟ ପତାକା ଉଡାଇବା ସହିତ ମା ମାଣିକେଶ୍ଵରୀଙ୍କ ଜୟ ଧ୍ବନି ଓ ଜୟ ଜଗନ୍ନାଥଙ୍କର ଜୟ ଧ୍ବନି ଦେଇଥିଲେ । ଅଭିଯାତ୍ରି ଦଳ ହିମାଳୟନ ର ଅନନ୍ଯ ଅନୁଭୂତି ତଥା ଗବେଷଣାତ୍ମକ ଅଭିଜ୍ଞତା ତଥା ପାଣିର ସୁରକ୍ଷା ସଚେତନତା ହାସଲ କରିଥିଲେ। ଏହି ନାଗଟିବା ଟ୍ରେକିଙ୍ଗ ଶିଖରରେ ପାଖାପାଖି ୧ ଘଣ୍ଟା ରହି ଦୁଃସାହସିକ ପର୍ବତାରୋହଣ, ଭୌଗୋଳିକ ଅନୁଧ୍ୟାନ, ଗ୍ଲାସିୟର ସୁରକ୍ଷା, ହିମାଳୟନର ସୁରକ୍ଷା ତଥା ଆଗାମୀ ପିଢି ପାଇଁ ଏହା କେତେ ଆବଶ୍ୟକ ତାର ମହତ୍ତ୍ବ ଉପରେ ଆଲୋଚନା କରାଯାଇଥିଲା। ପର୍ବତାରୋହଣ ସମୟରେ ଅତ୍ୟଧିକ ୪ ଡିଗ୍ରି ରୁ ୫ ଡିଗ୍ରି ଥଣ୍ଡା ହେଉଥିଲା, ତଥାପି ସମସ୍ତେ ସାହସିକତାର ସହିତ ଶେଷ କରିବାରେ ସକ୍ଷମ ହୋଇଥିଲେ। ଏହି ଦୁଃସାହସିକ ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ପାଇଁ ବେଦାନ୍ତ ଆଲୁମିନିୟମ ପ୍ରଯୋଜକ ହୋଇ ୪ ଲକ୍ଷ୍ୟ ଟଙ୍କା ଅନୁଦାନ ଦେଇଥିବା ବେଳେ ବିକାଶ ଗ୍ରୁପ ଅଫ ଅନୁଷ୍ଠାନ କଳାହାଣ୍ଡି ୫୦,୦୦୦ ଟଙ୍କା, କଳାହାଣ୍ଡି ଜିଲ୍ଲାପାଳ ୩୦,୦୦୦ ଟଙ୍କା ଏବଂ କଳାହାଣ୍ଡି ଲୋକସଭା ସାଂସଦ ୨୦୦୦୦ ଟଙ୍କା (କୋଡିଏ ହଜାର ଟଙ୍କା ) ସହାୟତା ପ୍ରଦାନ କରିଥିଲେ। ଅଭିଯାତ୍ରୀ ଦଳକୁ ୟୁନିସେଫ ଓଡିଶା ଶାଖା “Youth4water plus” ଟି ସାର୍ଟ ପ୍ରଦାନ କରିଥିଲେ। ଏହି କଳାହାଣ୍ଡିର ଦୁଃସାହସିକ ପର୍ବତାରୋହଣ ଟ୍ରେକିଙ୍ଗ ଅଭିଯାନରେ ଯୁବକ ଯୁବତୀ ମାନେ ସଫଳତା ପାଇ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ତଥା ଓଡିଶା ତଥା ଭାରତବର୍ଷରେ ଗର୍ବ ଓ ଗୌରବ ଆଣି ବିଶ୍ବ ସ୍ତରରେ ପହଞ୍ଚିବ ବୋଲି ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ ପ୍ରକାଶ କରିଛନ୍ତି। 

ଏହି ହିମାଳୟନ ନାଗଟିବା ଟ୍ରେକିଙ୍ଗ ଅଭିଯାନ ଦଳ ଆସନ୍ତା ୧୧ ଏପ୍ରିଲରେ କଳାହାଣ୍ଡିରେ ପହଞ୍ଚିବା ଯୋଜନା କରାଯାଇଅଛି।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ…..

Related posts

ଜନ ଶିକ୍ଷଣ ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ମାତୃଭାଷା ଦିବସ ପାଳିତ

Sunil Chandra Nayak

“ଲକ୍ଷାଧିକ ଟଙ୍କା ବର୍ବାଦ-ସମୟ ବର୍ବାଦ” ଅଯୋଗ୍ୟ ପାଇଁ ବାଟ’ବଣା ନର୍ଭେରାମର ପ୍ଲାଣ୍ଟ ନିର୍ମାଣ

masiha

ଦୁଷ୍କର୍ମ ଅଭିଯୁକ୍ତ ଆସାମୀ ନିର୍ଦୋଷ ରେ ଖଲାସ 

Sunil Chandra Nayak

Leave a Comment

error: Content is protected !!