ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ଜଣେ ଅଭିଯୁକ୍ତ ଗରିଫ ,୨ ଫେରାର

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା

ଜଣେ ଅଭିଯୁକ୍ତ ଗରିଫ ,୨ ଫେରାର

ଜୁନାଗଡ଼,୭/୪(ମନୀସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ନାଟକ ଦେଖି ଯାଇଥିବା ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ଫେରାର୍ ହୋଇ ଯାଇଛନ୍ତି।

ଗତ ୨୬ ତାରିଖ ସନ୍ଧ୍ୟାରେ ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗାଁରେ ନାଟକ ପରିବେଷଣ ହେଉଥିଲା । ସନ୍ଧ୍ୟା ୭ଟାରେ ଜଣେ ଯୁବତୀ ଏକାକୀ ନାଟକ ଦେଖି ଯାଉଥିବା ବେଳେ ତୁଳସୀରାମ ବିଶ୍ବାଳ (୬୩) ଓ ଅନ୍ୟ ୨ ଜଣ ଯୁବତୀଙ୍କୁ ସେଠାରୁ ଟେକି ନେଇ ପ୍ରାୟ ୧ କିମି ଦୂର ଏକ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ । ଲୋକଲଜ୍ଜା ପାଇଁ ପୀଡ଼ିତା ଏ ବାବଦରେ କାହାକୁ କିଛି କହି ନଥିଲେ। କିନ୍ତୁ ଯୁବତୀଙ୍କ ରକ୍ତସ୍ରାବ ନ କମିବାରୁ ଗତ ୧ ତାରିଖରେ ଜୁନାଗଡ଼ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ଡାକ୍ତର ପରୀକ୍ଷା ବେଳେ ଗଣଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ପରିବାର ଲୋକ ଜୁନାଗଡ଼ ଥାନାକୁ ଯାଇ ଏତଲା ଦେଇଥିଲେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ତୁଳସୀରାମ ବିଶ୍ବାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ୨ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ତୁରନ୍ତ ଗିରଫ କରି ପିଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ର ବଡ଼ ସଫଳତା ୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ୍ ସୁଗାର ଜବତ ୧ ଅଭିଯୁକ୍ତ ଗିରଫ କୋଟ୍ ଚାଲାଣ 

Sunil Chandra Nayak

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ ପରେ କୋର୍ଟ ଚାଲାଣ 

Sunil Chandra Nayak

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!