ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଖୋଜ ବୃଦ୍ଧର ଗଳିତ ଝୁଲନ୍ତା ଶବ କାଜୁ ଜଙ୍ଗଲରୁ ଉଦ୍ଧାର, ପୋଲିସର ତଦନ୍ତ ଜାରି

ନିଖୋଜ ବୃଦ୍ଧର ଗଳିତ ଝୁଲନ୍ତା ଶବ କାଜୁ ଜଙ୍ଗଲରୁ ଉଦ୍ଧାର, ପୋଲିସର ତଦନ୍ତ ଜାରି

କୋକସରା,୬/୪ // ଦୀର୍ଘ ୧୧ ଦିନ ପରେ ନିଖୋଜ ଥିବା ବୃଦ୍ଧଙ୍କ ଗଳିତ ଶବ କାଜୁ ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛି। ସୂଚନା ମତେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନାଗପଡା ଗ୍ରାମର ବୈକୁଣ୍ଠ ବାଗ (୬୫) ଗତ ମାସ ୨୫ ତାରିଖ ଦିନ ଘରୁ ବାହାରି ନିଜ ଭଉଣୀ ଘର ଡାଲଗୁମାକୁ ଯିବାକୁ କହି ଆଉ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକେ ଗତ ୩୦/୩ ରେ କୋକସରା ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ତେବେ ଶୁକ୍ରବାର ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଛିଲିପାମାଲ ଗ୍ରାମକୁ ଲାଗି ରହିଥିବା ଥିବା କାଜୁ ଜଙ୍ଗଲ ମଧ୍ୟରେ ଜଣେ ବୃଦ୍ଧଙ୍କ ଗଳିତ ଶବ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି କାଜୁ ସଂଗ୍ରହ କରୁଥିବା କିଛି ଶ୍ରମିକ ସ୍ଥାନୀୟ ଲୋକଙ୍କୁ କହିବା ପରେ କାଜୁ ବଗିଚା ଲିଜ ନେଇଥିବା ମାଲିକ ରାଜୁ ସାହୁ କୋକସରା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣିଥିବା ବେଳେ ଏହି ଖବର ପାଇ ପରିବାର ଲୋକେ ଆସି ଗଳିତ ଶବକୁ ଚିହ୍ନଟ କରିଛନ୍ତି। ତେବେ ବୃଦ୍ଧ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି। ଏନେଇ କୋକସରା ପୋଲିସ ଏକ ଅପମୃତୁ ମାମଲା କୋକସରା ଥାନା କେଶ ନମ୍ବର ୫/୨୪ ରେ ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ଅନୀଲ କୁମାର ପାଢୀ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଶନଵଣି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

masiha

କକଡାଗୁଡା ରେ ଗଣ୍ଡଗୋଳ, ଫାର୍ସା ଚୋଟରେ ଜଣେ ଗୁରୁତ୍ତର 

Sunil Chandra Nayak

ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା

masiha

Leave a Comment

error: Content is protected !!