ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସୀମା ରେ ନକ୍ସଲ ପୋଲିସ ଗୁଳିବିନିମୟ

ନବରଙ୍ଗପୁର -(ମସିହା) ଓଡିଶା ଛତିଶଗଡ଼ ସୀମାରେ ନକ୍ସଲ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ପ୍ରେସମିଟ ମାଧ୍ୟମରେ ନବରଙ୍ଗପୁର ଏସ୍ପି ଙ୍କ ସୂଚନା।ଏନେଇ ନବରଙ୍ଗପୁର ପୋଲିସ ଆରଓ ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ଏସ. ଶୁଶ୍ରୀ । ଏସ୍ପି ଙ୍କ ସୂଚନା ଅନୁଯାୟୀ ପୋଲିସ ଏସଓଜି ଓ ନକ୍ସଲ ଙ୍କ ମଧ୍ୟରେ ଗତକାଲି ସକାଳ ୯.୩୦ ସମୟରେ ଅଧଘଣ୍ଟା ଧରି ହୋଇଥିବା ଗୁଳିବିନିମୟରେ କୌଣସି ମାଓବାଦୀ ମୃତାହତ ହୋଇଥିବା ନେଇ ସୂଚନା ମିଳିନଥିବା ବେଳେ ବହୁ ପରିମାଣ ର ମାଓ ସାମଗ୍ରୀ ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏସ୍ପିଙ୍କ ସୂଚନା ଅନୁଯାୟୀ ଗତକାଲି ସକାଳୁ ହଠାତ ପୋଲିସ ଏସଓଜି ଟିମ ଓଡିଶା ଛତିଶଗଡ଼ ସୀମାନ୍ତ ଗୋରିଆବନ୍ଧ ଜିଲ୍ଲା ଶୋଭା ଠାରେ ପୋଲିସ ଓଏସଓଜି ର ଦୁଇଟି ୟୁନିଟ କରି ଗୋଟିଏ ମାଓବାଦୀ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା । ଠିକ ଏହି ସମୟରେ ପ୍ରାୟ ୨୦ ରୁ ୨୫ ସଶସ୍ତ୍ର ମାଓବାଦୀ ଙ୍କ ସେହି ସ୍ୱତନ୍ତ୍ର ପୋଲିସ ଟିମ ସହିତ ସମ୍ମୁଖୀନ ହୋଇଥିଲା । ତେବେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ । ତେବେ ପ୍ରତି ଜବାବ ରେ ପୋଲିସ ମାନେ ମଧ୍ୟ ଆକ୍ରମଣ କରିଥିଲେ । ଉଭୟ ଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା । ତେବେ ଘଞ୍ଚ ଜଙ୍ଗଲ ର ସହାୟତା ରେ ନକ୍ସଲ ମାନେ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ହାର୍ଡକୋର ମାଓବାଦୀ ମୁରଲୀ (ସିସିଏମ, କାର୍ତ୍ତିକ ( ଏସ୍ସିଏମ ), ଗୁଡୁ (ଏସ୍ସିଏମ),ଆକାଶ( ଏସ୍ସିଏମ ), ନନ୍ଦାଲ (ଏସ୍ସିଏମ) ପ୍ରମୁଖ ଫେରାର ହୋଇଯାଇଥିଲେ । ତେବେ ଉଦ୍ଧାର ସାମଗ୍ରୀ ରେ କିଛି ଆପତ୍ତି ଜନକ ସାମଗ୍ରୀ, ସହ ଗର୍ଭ ପରୀକ୍ଷା କୀଟ ଜବତ ହୋଇଛି । ଯେଉଁଥିରେ ସେମାନେ ମହିଳା ଙ୍କୁ ଯୌନ ଉତ୍ପୀଡ଼ନ କରୁଥିବା ସୂଚନା ଦେଇଛନ୍ତି ଏସ୍ପି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବାର ବର୍ଷ ରୁ କମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Sunil Chandra Nayak

ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା ଘର ଲୋକେ 

masiha

ବନ ବିଭାଗ ଦ୍ଵାରା କାଠ ବୋଝେଇ ଟ୍ରାକ୍ଟର ଜବତ ! ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Leave a Comment

error: Content is protected !!