ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବନାଥପୁରଠାରେ ମିଶନ ସୂର୍ଯ୍ୟୋଦୟର ସଫଳତା ସମାରୋହ ଆୟୋଜିତ

ଲାଞ୍ଜିଗଡ଼,୨୭/୦୪(ମନିସ)-ମନରେଗା ଯୋଜନାକୁ ଆହୁରି କ୍ରିୟାଶୀଳ କରିବାକୁ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଜସ୍ବ କାର୍ଯ୍ୟକ୍ରମ ମିଶନ ସୂର୍ଯ୍ୟୋଦୟ ଆରମ୍ଭ କରାଯାଇଥିବାବେଳେ ଗତ ବର୍ଷକ ମଧ୍ୟରେ ଏଇ ଯୋଜନା ମନରେଗା ଶ୍ରମିକ ଓ ଜନସାଧାରଣଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଛି ! ଏଇ ଯୋଜନାର ସଫଳତାକୁ ନେଇ ଆଜି ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ସମାରୋହ ଆୟୋଜିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର ଯୋଗ ଦେଇଥିବାବେଳେ ପିଏ ଆଇଟିଡିଏ ଟୁକୁ ମେହେର ଯୋଗ ଦେଇଥିଲେ ! ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମନରେଗା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସଞ୍ଜିତ ପରିଡ଼ା, ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ଏଇ ଅବସରରେ ବ୍ଲକର ୨୬ଟି ପଞ୍ଚାୟତ ଅଞ୍ଚଳରୁ ଗ୍ରାମରୋଜଗାର ସେବକ ଏବଂ ବହୁସଂଖ୍ୟାରେ ଗାଁସାଥୀ ମାନେ ଯୋଗ ଦେଇଥିଲେ ! ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇଦେବା ଓ ରେକର୍ଡ ସଂଖ୍ୟକ ଶ୍ରମଦିବସ ସ୍ରୁଷ୍ଟି କରିବାରେ ମିଶନ ସୂର୍ଯ୍ୟୋଦୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହାକୁ ଶ୍ରମିକ ଓ ଜନସାଧାରଣ ପ୍ରଶଂସା କରୁଥିବାବେଳେ କାମ କରି ଲୋକେ ମାସମାସ ଧରି ପାଉଣା ପାଇପାରୁନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଚାଷୀପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

masiha

ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ବାଘମୁଣ୍ଡ ଆଦିବାସୀ ଭବନ ଭାଙ୍ଗିବା ଘଟଣା ରେ ଅପରାଧୀ କୁ ଗିରଫ ଦାବୀ କଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

Sunil Chandra Nayak

Leave a Comment

error: Content is protected !!