ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ : ବାରି ପଛ ପଟୁ ସ୍ୱାମୀଙ୍କୁ ଗିରଫ କଲା ପୋଲିସ

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ : ବାରି ପଛ ପଟୁ ସ୍ୱାମୀଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୌରାଂଚଳର ଅଳଭା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେଠାରେ ଯୌତୁକ ପାଇଁ ବଧୁହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବଡମହନପୁର ପଂଚାୟତ ସାନମହନପୁର ଗ୍ରାମର ଧରଣୀଧର ବେହେରାଙ୍କ ଝିଅ ସୁକାନ୍ତି ପାତ୍ର (୩୩) ଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏହି ମାମଲା ରୁଜୁ ହେବା ସହ ପୋଲିସ ସ୍ୱାମି ବବ୍ରୁବାହନକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ସାନମହନପୁର ଗ୍ରାମର ଧରଣୀଧରଙ୍କ ଝିଅ ସୁକାନ୍ତି ଅଳଭା ଗ୍ରାମର ମହେଶ୍ୱର ପାତ୍ରଙ୍କ ପୁଅ ବବ୍ରୁବାହନ ପାତ୍ରଙ୍କୁ ଗତ ୧୩ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ୧୧ ବର୍ଷର ଝିଅ ଓ ଗୋଟିଏ ଛଅ ବର୍ଷର ପୁଅ ଅଛି । ତେବେ ପାରିବାରିକ ଘଟଣାକୁ ନେଇ ପ୍ରାୟତଃ ସ୍ୱାମୀ -ସ୍ତ୍ରୀ ମଧ୍ୟରେ କଳହ ଲାଗିରହୁଥିଲା । ଯୌତୁକ ବାବଦକୁ ନଗଦ ଟଙ୍କା ଆଣିବା ପାଇଁ ସୁକାନ୍ତି ଉପରରେ ଚାପ ପକାଯାଉଥିଲା । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଆଲୋଚନା କରାଯାଇ ସମାଧାନ ମଧ୍ୟ ହୋଇଥିଲା । ଗତକାଲି ରାତିରେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉଗ୍ର ରୂପ ଧାରଣ କରିଥିଲା । ଯାହାଫଳରେ ସ୍ୱାମୀ ବାବ୍ରୁବାହନ ପ୍ରତିକ୍ରିୟାଶୀଳ ହୋଇ ସ୍ତ୍ରୀ ସୁକାନ୍ତିଙ୍କୁ ପିଟି ପିଟି ଜୀବନରୁ ମାରିଦେଇଥିବା ନେଇ ମୃତା ସୁକାନ୍ତିଙ୍କ ବାପା ଧରଣୀଧର ବେହେରା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ପୋଲିସ ନିକଟରେ ନିବେଦନ କରିଥିଲେ । ଏହି ଅଭିଯୋଗପତ୍ରରେ ଧରଣୀଧର ବିବାହ ପରଠାରୁ ଝିଅକୁ ମାନସିକ, ଶାରୀରିକ ଓ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ମୃତା ସୁକାନ୍ତିଙ୍କ ବାପା ଧରଣୀଧରଙ୍କ ଏତଲା ପାଇବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଓ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଁଚି ମୃତା ମହିଳାଙ୍କ ଶବ ଜବତ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ପୋଲିସ ବାଡ଼ି ପଛପଟ କେନାଲ ବୁଦା ମୂଳରେ ଲୁଚିଥିବା ସ୍ୱାମୀ ବାବ୍ରୁବାହନକୁ ଧରିଆଣି ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋଟ ମସିହା ନିୟୁଜ!!

Related posts

ଅଜଣା ଗାଡି ଧକ୍କାରେ ଯୁବକ ମୃତ

Sunil Chandra Nayak

ଅଜଣା ଟ୍ରକ ଘୋଷାରି ମାରିଲା ବାଇକ ଆରୋହୀ ଙ୍କୁ, ଘଟଣା ସ୍ଥଳରେ ଉତ୍ତେଜନା

masiha

ନିରାକାର ସାହୁ ହତ୍ୟା ଘଟଣା,ସୁପାରି କିଲର ଗିରଫ।ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି

masiha

Leave a Comment

error: Content is protected !!