ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋ ଚାଲାଣ ର କେନ୍ଦ୍ର ବିନ୍ଦୁ ସାଜିଛି କଙ୍କଡ଼ାହାଡ଼ ଅଂଚଳ

ଗୋ ଚାଲାଣ ର କେନ୍ଦ୍ର ବିନ୍ଦୁ ସାଜିଛି କଙ୍କଡ଼ାହାଡ଼ ଅଂଚଳ

 ଢେଙ୍କାନାଳ (ମନିସ)26/10/25  — ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳ ସାଜିଛି ଗୋ ମାଫିଆ ଙ୍କ କେନ୍ଦ୍ର ବିନ୍ଦୁ। ଢେଙ୍କାନାଳ ର ଭୁବନ, ପରଜଙ୍ଗ ଓ କଙ୍କଡ଼ାହାଡ଼ ବ୍ଲକ ଗୋଡ଼ିକରେ ଯେତେ ଗୋ ଚାଲାଣ ଚାଲୁଛି ତାହା ବିଶେଷ କରି ଏହି ଅଞ୍ଚଳ ଦେଇ ଗୋ ଚାଲାଣ ହୋଇ ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ରାଜ୍ୟ ଗୋଡ଼ିକୁ କଙ୍କଡ଼ାହାଡ଼ ଦେଇ କେନ୍ଦୁ ଝର ର ଘଟି ପର୍ବତ ମାଳା ମଧ୍ୟ ଦେଇ ଚାଲାଣ ହୋଇଥାଏ। ଏହି ଅଞ୍ଚଳ ପାହାଡ଼ ପର୍ବତ ଜଙ୍ଗଲ ଘେରାରେ ରହିଥିବା ବେଳେ ଏହି ଦୁଇ ରାଜ୍ୟରକିଛି ମୁସଲିମ ବ୍ୟାପରି ଆସି ଅନନ୍ତ ପୁର ସଂରକ୍ଷଣ ଜଙ୍ଗଲ ଦେଇ ଆସିଥାନ୍ତି।ଏହି ଅଂଚଳରୁ କିଛି କୁ ଚକ୍ରାନ୍ତି ଲୋକଙ୍କୁ କିଛି ଅର୍ଥର ପ୍ରଲୋଭନ ଦେଖାଇ ଗୁଣ୍ଡା ସାଜି ଗୋ ତସ୍କରୀ କରୁ ଥିବା ଦେଖିବାକୁ ମିଳିଛି। ବିଶେଷ କରି କଙ୍କଡ଼ାହାଡ଼ କଣ୍ଟାପାଳ କଲୋନୀ ରେ ଗୋ ମାଫିଆ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ର ଜଣେ ଗ୍ରାମ ଚଉକିଆ ତାଙ୍କର ନାମ ସତୀଆ ମାଫିଆ ମାନଙ୍କ ସହିତ କିଛି ଅର୍ଥ ପାଇ ପୋଲିସ କୁ ଚଖମା ଦେଇ ଗୋପନୀୟ ଭାବେ କେନ୍ଦୁ ଝର ଜିଲ୍ଲା ଅଞ୍ଚଳ ରେ ଛାଡୁ ଥିବା ଦେଖିବାକୁ ମିଳୁଛି.। କିଛି ସାମ୍ବାଦିକମାନେ ଏହାର ବିରୋଧ କରିବାରୁ ତାଙ୍କୁ ଜୀବନ ରୁ ମାରିଦେବା ପାଇଁ ଧମକଚମକ ଦେବାରେ ପଛେଇ ନଥିଲେ। ପୁଲିସ ଡିପାଟ ମେଣ୍ଟ ରେ ରହି ଏହିପରି କର୍ମ କରିବା କେତେ ଦୂର ଠିକଏହି କଥା ପ୍ରକଟ ହେବା ପରେ ଏହା ବୁଧି ଯିବି ଙ୍କ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗୁଣୁପୁର ବନବିଭାଗ କୁ ବଡ଼ ସଫଳତା, ଗାଡ଼ି ସହ ମୂଲ୍ୟବାନ କାଠ ଜବତ

masiha

୪୨ କେଜି ଗଞ୍ଜେଇ ଜବତ, ଜଣେ ଅଟକ

Sunil Chandra Nayak

ବନବିଭାଗ ପକ୍ଷରୁ ଅଚାନକ ଚଢ଼ାଉ ୭ ଜଣ ଜନ୍ତୁ ଶିକାରୀ ଗିରଫ, ୨ଟି ବନ୍ଧୁକ ଗୋଟିଏ ହରିଣ ସିଂଘ,ଫାଶ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ 

Sunil Chandra Nayak

Leave a Comment

error: Content is protected !!