ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

ଯୋଡ଼ା, ୨୫ ଅକ୍ଟୋବର: କେନ୍ଦୁଝର ଜିଲ୍ଲାର ଯୋଡ଼ା ରେ ଥିବା ଦୀର୍ଘତମ ଫ୍ଲାଇଓଭରରେ ଶନିବାର ରାତି ଏକ ଅଟୋ ଦୁର୍ଘଟଣା ଘଟି ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ଧାର ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁ ସ୍ଥାନୀୟମାନେ କହିଛନ୍ତି।

ସୂଚନା ଅନୁଯାୟୀ, ଅଟୋଟି ଡି.ଏ.ଭି. ସ୍କୁଲ ଦିଗରୁ କମାରଯୋଡ଼ା ଅଭିମୁଖେ ଯାଉଥିବା ବେଳେ ରାସ୍ତା କାମ ପାଇଁ ଥିବା ଅସ୍ଥାୟୀ ଡିଭାଇଡର ରେ ଧକ୍କା ଲାଗିଥିଲା। ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ମେଡିକାଲକୁ ପଠାଇଛନ୍ତି।

ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ ଫ୍ଲାଇଓଭରରେ ବହୁ ଦିନ ଧରି ଲାଇଟ ଚାଲୁ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ସେମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଶୀଘ୍ର ମରାମତି କାମ ହେବାକୁ ନାହିଁ, ତେବେ ଆଗାମୀ ଦିନରେ ଆହୁରି ମାରାତ୍ମକ ଦୁର୍ଘଟଣା ଘଟିପାରେ। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

କଟକ ଜିଲ୍ଲାର ମାନ୍ୟବର ସାଂସଦ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

ମଦ ବିରୋଧୀ ଅଭିଯାନ ପରେ ମହିଳା ଙ୍କ ଦ୍ଵାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ 

Sunil Chandra Nayak

ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଶିଶୁ ମୃତ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ: ଯାତାୟାତ ବାଧା ପ୍ରାପ୍ତ : ଡ୍ରାଇଭର ଅଟକ 

masiha

Leave a Comment

error: Content is protected !!