ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ
ବାଲେଶ୍ଵର,୦୮/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ସରକାରୀ ହାଇସ୍କୁଲ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାକୁ ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜତା ସାହୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମାଳତୀ ସେଠୀ ଯୋଗଦାନ କରି ମହିଳା ମାନେ ସମସ୍ତ କ୍ଷେତ୍ରରେ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ଅଧିକାର ଓ ସାମାଜିକ, ସମ୍ମାନ କ୍ଷେତ୍ରରେ ଅବଗତ ହେବା ଉଚିତ । ଏଥିସହିତ ବାଲ୍ୟ ବିବାହ ଉପରେ ଗୁରୁତ୍ବ ଦେଇ ଏହା ଏକ ଦଣ୍ଡନୀୟ ଅପରାଧ, ବାଲ୍ୟ ବିବାହ କରୁଥିବା, ବାଲ୍ୟ ବିବାହ କରାଉଥିବା ସମସ୍ତ ଅଭିଭାବକ ଓ ଅବିଭାହିକା ତଥା ଗୁରୁଜନ ମାନେ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି । ତେଣୁ ଏହାଠାରୁ ଯଥା ସମ୍ଭବ ଦୂରେଇ ରହିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସଭା ସାଙ୍ଗ ପରେ ବିଦ୍ୟାଳୟର ସ୍କାଉଟ ପିଲାମାନେ ବିଦ୍ଯାଳୟ ଚତୁଃପାର୍ଶ୍ଵରେ ସଫେଇ କାର୍ଯ୍ୟ କରିଥିଲେ । ଉକ୍ତ ସଫେଇ କାର୍ଯ୍ୟକୁ ସ୍କାଉଟ ଶିକ୍ଷକ ସୁରେନ୍ଦ୍ର ବେଶ୍ରା ଓ ନରୋତ୍ତମ ପୁଟି ପରିଚାଳନା କରିଥିଲେ ।।