ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲି ଚୋରା ଚାଲାଣ ବେଳେ ୨ ଟ୍ରକ ଜବତ

ବାଲି ଚୋରା ଚାଲାଣ ବେଳେ ୨ ଟ୍ରକ ଜବତ

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଦରଗୁଲା ବାଲି ଘାଟରୁ ବାଲି ଚୋରା ଚାଲାଣ ବେଳେ ୨ ଟ୍ରକ ଜବତ | ଶନିବାର ଅପରାହ୍ନରେ ଡାବୁଗାଁ ତହସିଲ ଅଧୀନ ଦରଗୁଲା ବାଲି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ଜିଲା ଖଣି ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ ବିଭାଗ ମିଳିତ ଚଢାଉ କରି ୨ ଟି ଟ୍ରକ ଜବତ କରିଛି | ଦରଗୁଲା ବାଲି ଘାଟରେ ଟ୍ରକ ନଂ ଓଆର ୧୦ ଏଚ ୩୭୧୮ ଓ ଓଆର ୧୦ ଏଫ ୮୨୫୫ ଗାଡିରେ ବାଲି ଲୋଡିଙ୍ଗ କରି ବାହାରୁ ଥିବା ସମୟରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ଟ୍ରକ ଗୁଡିକୁ ଜବତ କରିଥିଲେ | ଜବତ ଗାଡିରେ ବାଲି କୋରାପୁଟ ଜିଲା ର ବିଭିନ୍ନ ସ୍ଥାନ କୁ ଚାଲାଣ କରାଯାଉଥିଲା | ରବିବାର ୨ ଟି ଟ୍ରକ ଠାରୁ ୬୦ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି | ଜୋରିମାନା ଆଦାୟ କରାଯିବା ପରେ ଗାଡି ଗୁଡିକୁ ଛାଡି ଦିଆଯାଇଛି | ଏହି ଚଢାଉରେ ଜିଲା ଖଣି ଅଧିକାରୀ ଆଦିତ୍ୟ ଆଚାର୍ଯ୍ୟ, ତହସିଲଦାର ହରିଓମ ଭୋଇ, ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଢେ଼ଙ୍କାନାଳ ଅବକାରୀ ବିଭାଗର ମାରାଥନ୍ ଚଢ଼ାଉରେ ବିପୁଳ ପରିମାଣର ଦେଶୀମଦ ସହିତ ନଅ ଜଣ ମଦ ବ୍ୟବସାୟୀ ଗିରଫ 

masiha

ଶିମିଳିପାଳ ଅଭୟାରଣ୍ୟରେ ସଶସ୍ତ୍ର ଜଙ୍ଗଲ ମାଫିଆଙ୍କ ଗୁଳିରେ ନିରସ୍ତ୍ର ଲାଠି ଧାରି ବନ ବିଭାଗର ମୁଣ୍ଡ ଗଡିଲା ; ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Sunil Chandra Nayak

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ 

masiha

Leave a Comment

error: Content is protected !!