ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ

କର୍ଲାମୁଣ୍ଡା: ଏହି ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା ଛକ ଠାରେ କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ କରାଯାଇଛି l ଗ୍ରୀଷ୍ମ ପ୍ରବାହର ପ୍ରଚଣ୍ଡ ତାତି ରୁ ଜନସାଧାରଣ ମାନେ ଅଂଶୁଘାତ ରୁ କିପରି ରକ୍ଷା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି କୁଶୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଏହି ଛୋଟିଆ ପ୍ରୟାସ ଆରମ୍ଭ କରି ଆସନ୍ତା ଜୁନ ମାସ ଶେଷ ପର୍ଯ୍ୟନ୍ତ ପିଇବା ପାଣି ର ସୁବିଧା ଯୋଗାଇବା ପାଇଁ ନିଷ୍ପତି ନିଆଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରୀ ସନତ କୁମାର ସାହୁ, ହୀରାମଣି ସାହୁ, ଡୋଲମଣୀ ସାହୁ, ତୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ, ଠାକୁର ସାହୁ, ହେମନ୍ତ ସାହୁ, ଅବନ୍ତୀ ସାହୁ, ଉମାକାନ୍ତି ସାହୁ, ରେଖାଞ୍ଜଳି ସାହୁ, କଶ୍ମୀର ସାହୁ, ଝିଲ୍ଲୀରାଣୀ ସାହୁ ସମେତ ଉପସ୍ଥିତ ଥିବା ବେଳେ ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

୨୯୮ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା  

masiha

ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ଫାଶୀ ଦିବସ ପାଳନ କାର୍ଯ୍ୟକ୍ରମ 

Sunil Chandra Nayak

ଆନ୍ତର୍ଜାତୀୟ ଗ୍ରୀନ ଆର୍ମି କମାଣ୍ଡେଣ୍ଟ ଏଓ୍ବାର୍ଡ ପାଇଲେ ନିଶୀଗନ୍ଧା ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ

Sunil Chandra Nayak

Leave a Comment

error: Content is protected !!