ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଷ୍ଟା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ 

ଓଷ୍ଟା ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ 

ମୟୂରଭଞ୍ଜ ୩୦/୦୯ ( ମସିହା)ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବାସିଙ୍ଗି ଉଚ୍ଚବିଦ୍ୟାଳୟର ବରିଷ୍ଠ କର୍ମଚାରୀ ପ୍ରଭୁ ମହାନ୍ତଙ୍କ ଅକାଳ ବିୟୋଗରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଆଜି ତାଙ୍କ ଏକାଦଶାହ କର୍ମ ଅବସରରେ ତାଙ୍କ ଧର୍ମ ପତ୍ନୀ ସରସ୍ବତୀ ମହାନ୍ତଙ୍କୁ ଓଷ୍ଟା ସଂଘ ତରଫରୁ ୫’ ହଜାର ଟଙ୍କା ର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ସହାୟତା ରାଶି ପ୍ରଦାନ ବେଳେ ଓଷ୍ଟା ସଂଘର ରାଜ୍ୟ ଉପସଭାପତି ଜ୍ଞାନରଞ୍ଜନ ପାଣିଗ୍ରହୀ, ଜିଲ୍ଲା ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ବହଳଦା ବ୍ଲକ ଓଷ୍ଟା ସମ୍ପାଦକ ସ୍ମୃତି ରଞ୍ଜନ ପାଣି, ସଭାପତି ରାଜକିଶୋର ମହାନ୍ତ, ପ୍ରଧାନଶିକ୍ଷକ ରଣଜିତ ବାରିକ, ବିଷ୍ନୁପଦ ବାରିକ, ଗୌରକିଶୋର ସାହୁ, ରତିକାନ୍ତ ଗିରି, ଅବସର ପ୍ରାପ୍ତ ଶିକ୍ଷକ ସୁଧୀର ମିଶ୍ର, ଉମେଶ ଭୋଇ, ରାଜକିଶୋର ମହାନ୍ତ ହେମନ୍ତ କୁମାର ମଣ୍ଡଳ ଆଦି ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଙ୍କୁ ସମବେଦନା ଜ୍ଞାପନ କରିଥିଲେ। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

ଆଜାଦି କି ଅମୃତ ମହୋତ୍ସବ ଅବସରରେ ଚାରା ରୋପଣ

masiha

ଏତେ ପ୍ରଚାର ଓ ସଚେତନତା ଅଭିଯାନ ପରେ ବି ବାଲ୍ୟ ବିବାହ ଚାଲୁଛି କିନ୍ତୁ ବାଲ୍ୟବିବାହ ରୋକିଲା ପ୍ରଶାସନ

Sunil Chandra Nayak

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଉଦଘାଟିତ

masiha

Leave a Comment

error: Content is protected !!