ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ

ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ

ବସ୍ତା,30/09 : ବସ୍ତା ବ୍ଲକ ଜାମସୁଳି କ୍ଲଷ୍ଟର ଅଧିନସ୍ଥ ଜୟଚଣ୍ଡି ଉପ୍ରା ଓ ଜାମସୁଳି ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ପ୍ରତିଭା ର ନିଆରା କାର୍ଯ୍ୟକ୍ରମ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଭବାନୀ ଶଙ୍କର ମଣ୍ଡଳ ସଭାପତିତ୍ବ କରିଥିବା ବେଳେ , ସିଂଲା ସରପଞ୍ଚ ବିପିନ କୁମାର ବିଶ୍ବାଳ ଉଦ୍ଘାଟକ୍ ଭାବେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ଧନଞ୍ଜୟ ବେହେରା ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜାମସୁଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜୁଲତା ଦାସ, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଗୟାମଣି ସାହୁ, ସାମ୍ବାଦିକ ଅଜିତ କୁମାର ସାହୁ, ମାନସ ରଞ୍ଜନ ବେହେରା, ଭରତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ, ବିଚାରକ ଭାବେ ଅନିରୁଦ୍ଧ ମଣ୍ଡଳ, ସୁଧାଂଶୁ କୁମାର ବିଶ୍ଵାଳ, ବସନ୍ତ କୁମାର ଦାସ, ରଘୁନାଥ ରାଉଳ, ଅଚ୍ୟୁତ ଗନ୍ତାୟତ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବେଲି କ୍ଲଷ୍ଟର ଆମ୍ବକୁଡୁଚି ୟୁଜିୟୁପି ବିଦ୍ୟାଳୟ ପରିସରରେ ସିଆରସିସି ଅସିତ୍ କୁମାର ଦାସଙ୍କ ସଭାପତିତ୍ବରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରଘୁନାଥପୁର ସରପଞ୍ଚ ଅନନ୍ତ ବାରିକ ଫିତା କାଟି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ରଘୁନାଥପୁର ପଞ୍ଚାୟତ ର ସମିତି ସଦସ୍ୟା ପଙ୍କଜିନି ପାଳ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ସରୋଜ କୁମାର ପାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲମ୍ୱୋଦର ଟୁଡୁ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମନୋରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ ସୁରଭି ଓ ଓଡ଼ିଶାର ଲୋକକଳା ର ଆବଶ୍ୟକତା ଓ ଉପାଦେୟତା ବିଷୟରେ ଆଲୋକ ପାତ କରିଥିଲେ। ଏହି ଅବସରରେ ମଞ୍ଚଷିନ ଅତିଥି ଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିବା ବେଳେ, ଶିକ୍ଷକ ଡ଼ ଚିନ୍ମୟ କୁମାର ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଚନ୍ଦାହାଣ୍ଡି ବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

‘ମା’ ପାଇଁ ଗଛ ଟିଏ’ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହେଲା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ

Sunil Chandra Nayak

ପାଣି ପାଇଁ ଡହଲ ବିକଳ , ଜଳ ସଙ୍କଟ ସମସ୍ୟାର ସମାଧାନ କେବେ ? ଚିନ୍ତିତ ଡୁଙ୍ଗୁରି ପଡ଼ାବସୀ 

Sunil Chandra Nayak

Leave a Comment

error: Content is protected !!