ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶବ ଦାହ କରିଥିଲେ ଆଜି ନିଜେ ଶବ ହୋଇ ଗଲେ

ଶବ ଦାହ କରିଥିଲେ ଆଜି ନିଜେ ଶବ ହୋଇ ଗଲେ

ତେନ୍ତୁଳିଖୁଣ୍ଟି 05 02/24 // ତେନ୍ତୁଳିଖୁଣ୍ଟି ବ୍ଳକର ଦିଗି ଗ୍ରାମର ପଙ୍କଜ କୁମାର ପଣ୍ଡା ଙ୍କ ଆଜି ଦେହାନ୍ତ ହୋଇଛି। ତିନି ମାସ ଧରି କିଡ୍ନୀ ରୋଗ ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ଆପୋଲୋ ମେଡ଼ିକାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ଦେହାନ୍ତ ହୋଇଛନ୍ତି।ସେ ଅଞ୍ଚଳ ର ଜଣାଶୁଣା ବ୍ୟକ୍ତି ହୋଇକି ରହିଥିଲେ।ସେ ଅଞ୍ଚଳ ର ଯେ କୌଣସି ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ହାଜର ହୋଇ ଯାଉଥିଲେ।ଧନୀ ,ଗରିବ, ଜାତି ଅଜାତି,ରାତି ଦିନ କିଛି ଦେଖୁ ନ ଥିଲେ କାହାର ମୃତ୍ୟୁ ହେବା ଖବର ଶୁଣିବା ମାତ୍ରେ ହାଜର ହୋଇ ସବଦାହ ଶେଷ ହେବା ପର୍ଯ୍ୟନ୍ତ ଉପସ୍ଥିତ ରହି ଘରକୁ ଫେରୁଥିଲେ।।ଏହି ବ୍ୟକ୍ତି ଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମର ସମସ୍ତ ପରିବାର ଦୁଃଖ ପ୍ରକାଶ କରିଥିଲେ।ବରିଷ୍ଠ ବ୍ୟକ୍ତି ନାରାୟଣ ପାତ୍ର, ସରପଞ୍ଚ କିଶୋର ନାୟକ,ଲଛମନ ମାଝୀ, ଯୁବ ଚାଷି ସନ୍ତୋଷ ପାତ୍ର ,ଅଖିଳ ଭତରା, ମାନସ ତ୍ରିପାଠୀ, ଦୁଃଖ ପ୍ରକାଶ କରିଛନ୍ତି।ସନ୍ତୋଷ ପାତ୍ର କହିଛନ୍ତି ଏହି ଜଣେ ମହାନ ସାହସୀ ଯୁବକ ଥିଲେ ଗ୍ରାମର ଯେ କୌଣସି କାର୍ଯ୍ୟ ରେ ଆଗ ହୋଇ ବାହାରି କାମରେ ସାମିଲ ହେବା ସହ ସେହିପରି ମଣିଷ ମିଳିବେ ନାହିଁ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାରମ୍ବାର ଖବର ପ୍ରସାରଣ ପରେ ବି ସୁଧୁରିଲା ନାହିଁ ଆଳଦା-ତୋରାଣିପଦ ରାସ୍ତାର ଅବସ୍ଥା, କୁଆଡ଼େ ନେତା ଓ ପ୍ରଶାସନ ?

Sunil Chandra Nayak

ରାଇରଙ୍ଗପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ ପରିକ୍ରମା ‘ ଆନୁକୁଲ୍ୟରେ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

Sunil Chandra Nayak

Leave a Comment

error: Content is protected !!