ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆସନ୍ତା ଜୁଲାଇ ୧ ତାରିଖ ଵୈଠକ ପାଇଁ ଖଵରଦାତା ସମ୍ମିଳନୀ

ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆସନ୍ତା ଜୁଲାଇ ୧ ତାରିଖ ଵୈଠକ ପାଇଁ ଖଵରଦାତା ସମ୍ମିଳନୀ

ରାଇରଙ୍ଗପୁର – ୨୫/୦୬ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତିଙ୍କ ଦ୍ଵାରା ଆସନ୍ତା ଜୁଲାଇ ୧ ତାରିଖ ଦିନ ସର୍ବଦଳୀୟ ବୈଠକ ପାଇଁ ଖଵରଦାତା ସମ୍ମିଳନୀ ଆଜି ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଅପରାହ୍ନ ୪ ଘଟିକା ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝି,ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନ ଦିନରେ ରାଇରଙ୍ଗପୁର ପୋଲିସ ଜିଲ୍ଲାରେ ନୂତନ ଏସପିଙ୍କ ନିଯୁକ୍ତି ହୋଇଥିବାରୁ ମହାମହିମ ରାଷ୍ଟ୍ରପତି ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ ।ପରେ ଖବର ଦାତା ସମ୍ମିଳନୀରେ କମିଟିର ଅଧ୍ୟକ୍ଷ କହିଥିଲେ ନୂତନ ରାଇରଙ୍ଗପୁର ଜିଲ୍ଲା ମାନ୍ୟତା ପାଇଁ ସରକାରଙ୍କ ତରଫରୁ ସବୁକିଛି ଭିତ୍ତିଭୁମି ହୋଇସାରିଛି ।ନୂତନ ଜିଲ୍ଲା ପାଇ‌ଁ ସରକାରଙ୍କ ସମସ୍ତ ମାପଦଣ୍ଡ କୁ ଛୁଉଁଛି ।ତେଣୁ ସରକାର ବିଳମ୍ବ ନ କରି ଖୁବ ଶିଘ୍ର ନୂତନ ରାଇରଙ୍ଗପୁର ଜିଲ୍ଲା ଘୋଷଣା କରନ୍ତୁ ।ଏଥିପାଇଁ ଆସନ୍ତା ଜୁଲାଇ ୧ ତାରିଖ ଦିନ ସ୍ଥାନୀୟ ପିସିଏମ କଲ୍ଯାଣ ମଣ୍ଡପ ପରିସରରେ ଏକ ସର୍ବଦଳୀୟ,ସଚେତନ ନାଗରିକ ସଂଘ,ସାମ୍ବାଦିକ ସଂଘ,କଳାକାର ସଂଘ,ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ,ସମସ୍ତ ଜନପ୍ରତିନିଧି ଙ୍କୁ ନେଇ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ବାବଦରେ ମତାମତ ନେଇ ପରଵର୍ତି କାର୍ଯ୍ଯପନ୍ଥାକୁ ଆଗେଇବାକୁ ପଡ଼ିବ ବୋଲି କହିଥିଲେ ।ତେଣୁ ସମସ୍ତେ ଏହି ବୈଠକରେ ଯୋଗଦେଇ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ କରାଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ରାୟଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଏବଂ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ରାୟଗଡା ଗସ୍ତ, ବିଭିନ୍ନ ଶୀଳ୍ପନୁଷ୍ଠାନ, ଉଦ୍ୟୋଗ ପରିଦର୍ଶନ 

masiha

ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୁତନ ବର୍ଷ ପାଳନ କଲେ ଜିଲ୍ଲାପାଳ କଳାହାଣ୍ଡି

masiha

Leave a Comment

error: Content is protected !!