ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନିଷ୍ଠ ଶିକ୍ଷକ ସଂଘ  ଜିଲ୍ଲା ର ନେତୃତ୍ଵ ଚୟନ

କନିଷ୍ଠ ଶିକ୍ଷକ ସଂଘ  ଜିଲ୍ଲା ର ନେତୃତ୍ଵ ଚୟନ

ଅଦ୍ୟ ତା ୧୪.୦୧.୨୦୨୫ ରିଖ ମଙ୍ଗଳ ବାର ଦିନ ଢେ଼ଙ୍କାନାଳ ଜିଲ୍ଲା କନିଷ୍ଠ ଶିକ୍ଷକଗଣ ଢେ଼ଙ୍କାନାଳ ସ୍ଥିତ ବଳରାମ ମନ୍ଦିର ପ୍ରାଙ୍ଗଣ ରେ କନିଷ୍ଠ ଶିକ୍ଷକ ଙ୍କ ଜିଲ୍ଲା ତଥା ରାଜ୍ୟରେ ଅଧିକାର ହାସଲ ପାଇଁ ଉଦ୍ୟମ କୁ ଶାଣିତ କରିବା ଦିଗରେ ଢେ଼ଙ୍କାନାଳ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ନିଜ ଜିଲ୍ଲା ର ନେତୃତ୍ଵ ବାଛିଲେ ।ନେତୃତ୍ଵ ମାନେ ସମଗ୍ର କନିଷ୍ଠ ଶିକ୍ଷକ ସମ୍ମାନ ପାଇଁ ତ୍ୟାଗର ସହ କର୍ତ୍ତବ୍ୟ କରିବା ପାଇଁ ପାଇଁ ଦୃଢ଼ ନିଷ୍ପତି ନେଲେ। ତତ୍ ସହିତ ସମଗ୍ର ଶିକ୍ଷକ/ଶିକ୍ଷୟିତ୍ରୀ ଗଣ ନିଜ ନିଜର ନେତୃତ୍ଵ ମାନଙ୍କୁ ସର୍ବଶ୍ରେଷ୍ଠ ସହଯୋଗ କରିବା ପାଇଁ ନିଷ୍ପତି ନେଲେ।

ଆଜିର ଦିନ ରେ ସମସ୍ତ ଘଟଣାବଳୀ ନିର୍ଦ୍ୱନ୍ଦ,ନିରପେକ୍ଷ ଓ ସମୂହ ସ୍ବାର୍ଥ ପାଇଁ କରାଯିବାର ପ୍ରତେଖ୍ୟା ସାକ୍ଷୀ ରୂପେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ରତୀରଞ୍ଜନ ଦାଶ ଙ୍କ ତତ୍ତ୍ୱାବଧାନ ଏବଂ ବିଶ୍ୱନାଥ ସାହୁ ଙ୍କ ନିରୀକ୍ଷଣ ରେ ସମ୍ପୂର୍ଣ କରିବା ହେଲେ।

 ପଦବୀ ମଣ୍ଡନ କରିଥିବା ନେତୃତ୍ଵଗଣ  ମାନେ ହେଲେ ସଭାପତି – ପ୍ରଭୂଦତ୍ତ ନାୟକ , ଉପ ସଭାପତି – ସୁବାସ କୁମାର ବିହାରୀ , ସଂପାଦକ- ରୋହିତ ବେହେରା , ଯୁଗ୍ମ ସମ୍ପାଦକ – ପ୍ରିତିମଞ୍ଜରି ସେଠ ,କୋଷାଧ୍ୟକ୍ଷ – ସଂଗ୍ରାମ କେଶରୀ ସାହୁ  ,ଗଣମାଧ୍ୟମ ସଂଯୋଜକ – କମଳକାନ୍ତ ମହାଳିକ ଏବଂ ମୋହିନୀ ମୋନାଲିସା ,କାର୍ଯ୍ୟକ୍ରମ ଆୟୋଜକ – ସୁଧାକର ରାଉତ ,ସମୀକ୍ଷକ – ପ୍ରଜ୍ଞାଶୁ ଦେହୁରୀ ଏବଂ ରାଜେଶ କୁମାର ବେହେରା , ଉପଦେଷ୍ଟା – ସନ୍ଦୀପ ପ୍ରଧାନ ,ନୀତିଶ କୁମାର ସେନାପତି ,ରଞ୍ଜିତ ପୃଷ୍ଟି, ସ୍ୱର୍ଣଜୟନ୍ତି ସାହୁ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ବିଏମ୍ ସେମଳା ରେ ଧର୍ମ ରକ୍ଷା ପାଇଁ ଧର୍ମ ସଭା

Sunil Chandra Nayak

ଇନ୍ଦ୍ରାଗାନ୍ଧିଙ୍କ ପୁଣ୍ୟ ତିଥି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

Sunil Chandra Nayak

Adult literacy school opening at Kantajhar

Sunil Chandra Nayak

Leave a Comment

error: Content is protected !!