ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଦୁଇ ଅନାଥ ଭାଇ ଭଉଣୀ ଙ୍କୁ ସହାୟତା ର ହାତ ବଢ଼େଇଲେ କୀଟ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ

ଅସହାୟ ଦୁଇ ଅନାଥ ଭାଇ ଭଉଣୀ ଙ୍କୁ ସହାୟତା ର ହାତ ବଢ଼େଇଲେ କୀଟ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ 

ଜୁନାଗଡ଼ ୧୫/୧(ମନୀସ)ଅସହାୟ ବାପ ମା ଛେଉଣ୍ଡ ଦୁଇ ଅନାଥ ଭାଇ ଭଉଣୀ ଙ୍କୁ ସହାୟତା ର ହାତ ବଢ଼େଇଲେ କୀଟ ଓ କିସ ପ୍ରତିଷ୍ଠାତା ଡ଼ଃ ଅଚୁତ ସାମନ୍ତ । ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମାସ କୁ ୫ ହଜାର ଟଙ୍କା ର ସହାୟତା ରାଶି ଗରିବ ବିଧବା ବୃଦ୍ଧା ନିଳା ପ୍ରଧାନୀ ଙ୍କୁ ଦେଇ ଥିବା ରୁ ଅସହାୟ ପରିବାର ଓ ଗ୍ରାମବାସୀ ଙ୍କ ତରଫ ରୁ କୀଟ କିସ ପ୍ରତିଷ୍ଠାତା ଡ଼ଃ ଅଚୁତ ସାମନ୍ତ ଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମାଟି ଗାଁ ର ବିଧବା ବୃଦ୍ଧା ନିଳା ପ୍ରଧାନୀ ଓ ତାଙ୍କ କୁନି କୁନି ବାପ ମା ଛେଉଣ୍ଡ ଦୁଇ ନାତି ନାତୁଣୀ ଙ୍କ ଦୁଃଖ ଭରା ଖବର ଗଣମାଧ୍ୟମରେ ରେ ପ୍ରସାରଣ ହାଇଥିଲା । ଏହା କୁ ଦେଖି କୀଟ ଓ କିସ ପ୍ରତିଷ୍ଠାତା ଦୁଇ କୁନି କୁନି କୋମଳ ମତି ଶିଶୁ ଙ୍କୁ ପାଠ ପଢା ଓ ଘର ଚଳିବା ପାଇଁ ମାସ କୁ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପାଞ୍ଚ ବର୍ଷ ଯାଏଁ ଦେବାକୁ କହିଛନ୍ତି । ଆଜି ପ୍ରଥମ ପାଞ୍ଚ ହଜାର ଟଙ୍କା ତାଙ୍କ ପ୍ରତିନିଧି ଙ୍କ ଜରିଆରେ ନିଳା ପ୍ରଧାନୀ ଙ୍କ ଘରେ ପ୍ରଦାନ କରାଯାଇଛି । ଆଗକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଏକାଉଣ୍ଟ ରେ ପ୍ରତି ମାସ ରେ ପଞ୍ଚହାଜର ଟଙ୍କା ଲେଖା ପାଇବେ ଦୁଇ ଶିଶୁ ଙ୍କ ଜେଜେମା ନିଳା ପ୍ରଧାନୀ ଏହାକୁ ନେଇ ନିଳା ପ୍ରଧାନୀ ଓ ଗ୍ରାମବାସୀ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କୁ ଅନ୍ତରରୁ କୃତଜ୍ଞତା ଜଣାଇଛନ୍ତି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଚଳିତ ମାସ 13ତାରିଖରେ ରାୟଗଡl ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ବନ୍ଧୁଗାଁରେ ଶ୍ରୀ ଶ୍ରୀ ଶ୍ରୀ ମାଁ ଅଗ୍ନି ଗାଙ୍ଗାମାଁଙ୍କ ଘଣ୍ଟ ଯାତ୍ରା ମାର୍ଚ ୨ରୁ ୧୦ ପର୍ଯ୍ୟନ୍ତ

Sunil Chandra Nayak

ବନ୍ଧୁଗାଁ ବ୍ଲକର ଚାଷୀ ହାଇବ୍ରିଡ଼ ମକା ଚାଷକରି ସ୍ୱାଭଲମ୍ଭି ହୋଉଛନ୍ତି 

Sunil Chandra Nayak

Leave a Comment

error: Content is protected !!