ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲା ନର୍ଲା ବେଡମିଣ୍ଟନ ଏସୋସିଏସନ୍

ସୁଦାମ ପାଇଁ ଦେବଦୂତ ସାଜିଲେ ରବୀନ୍ଦ୍ର

ଲାଞ୍ଜିଗଡ଼,୦୪/୦୯(ମନିସ)-ଭଲ ଥିଲା, କାମଦାମ କରି ପେଟ ପୋଷୁଥିଲା ! ଏହାପରେ ପରିବାର ଲୋକେ ବାହା ବି କରାଇ ଦେଇଥିଲେ ! କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଅପଡ଼ ହେବା ପରେ ପତ୍ନୀ ଛାଡ଼ି ବାପଘରକୁ ଚାଲିଗଲା ! ସେଇଦିନଠାରୁ ସତେ ଯେମିତି ଦୁର୍ଦ୍ଦିନ ଆସିଗଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗାଁର ସୁଦାମ ଗଉଡ଼ ପାଇଁ ! ସବୁବେଳେ ଦେହ ଖରାପ ରହିବା ସହିତ ମନ ବି ଖରାପ ରହିଲା ! ଏଇପରି ଭାବେ ସେଦିନ ସନ୍ଧ୍ୟା ସମୟରେ ନିଜ ଗାଁ ଦେଇ ଯାଇଥିବା ରେଳ ଲାଇନ ପାଖ ଦେଇ ଯାଉଥିବାବେଳେ ପୁରୀ-ଜୁନାଗଡ଼ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଧକ୍କାରେ ସୁଦାମର ଦୁଇଟି ଗୋଡ଼ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଥିବାବେଳେ ଡାହାଣ ହାତର ତିନୋଟି ଆଙ୍ଗୁଠି ମଧ୍ୟ ଛିଣ୍ଡି ଅଲଗା ହୋଇଯାଇଥିଲା ! ଗୁରୁତର ଭାବେ ସୁଦାମକୁ ଉଦ୍ଧାର କରି ପ୍ରଥମେ ଭବାନୀପାଟଣା ଓ ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା ! ଦେଢ଼ମାସର ଚିକିତ୍ସା ପରେ ବି ସୁଦାମର ଅବସ୍ଥା ନସୁଧୁରିବାରୁ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଆସିଲେ ! ତେବେ ଦୁର୍ଘଟଣାର ଶିକାର ହେବାର ତିନିମାସ ପୁରିବାକୁ ବସିଥିବାବେଳେ ସୁଦାମର ଗୋଡ଼ ଓ ହାତର ଘାଆ ବର୍ତ୍ତମାନ ବି ଶୁଖିପାରିନାହିଁ ! ଘରେ ଘୋର ଅର୍ଥାଭାବ ଯୋଗୁଁ ସୁଦାମର ଚିକିତ୍ସା କରାଇବା ମଧ୍ୟ ସମ୍ଭବ ହୋଇପାରୁନାହିଁ ! ଦିନକୁ ଦିନ ସୁଦାମର ଦୁଃଖ ବଢ଼ିଚାଲିଥିବାବେଳେ ସୁଦାମର ଦୁର୍ଦ୍ଦଶା ସଂପର୍କରେ ଖବର ପାଇ ସହାୟତାର ହାତ ବଢ଼ାଇଛି ନର୍ଲା ବେଡମିଣ୍ଟନ ଆସୋସିଏସନ୍ ! ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଦୀର୍ଘବର୍ଷ ହେଲା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହିତ ଦୁଃଖୀରଙ୍କିଙ୍କ ସମୟ ଅସମୟରେ ଦେବଦୂତ ଭଳି ଉଭା ହେଉଥିବା ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ତଥା ନର୍ଲା ବେଡମିଣ୍ଟନ ଏସୋସିଏସନର ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ନେତ୍ରୁତ୍ବରେ ସାଧାରଣ ସମ୍ପାଦକ ସୁବୋଧ ମିଶ୍ର, ସଦସ୍ୟ ଅମୀୟ କୁମାର ଦାସ, ଦେବଦତ୍ତ ମିଶ୍ର, ବେଙ୍ଗାଲୁରୁସ୍ଥିତ ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡ଼ିଶାର ଉପସଭାପତି ମୋହିତ ମିଶ୍ର ପ୍ରମୁଖ ପ୍ରବଳ ବର୍ଷା ସତ୍ତ୍ବେ ସୁଦାମ ଘରକୁ ଯାଇ ତାର କ୍ଷତ ସଫା କରିବା ସହିତ ଶ୍ରୀ ସାହୁ ଓ ଅନ୍ୟମାନେ ଚିକିତ୍ସାସେବା ଯୋଗାଇ ଦେଇଥିଲେ ! ଏହାସହିତ କିଛି ଶୁଖିଲା ଖାଦ୍ୟ, ନୂଆ ପୋଷାକ ଓ ଔଷଧପତ୍ରର ବ୍ୟବସ୍ଥା କରିଥିଲେ ! ଏଇ ସମୟରେ ଏସୋସିଏସନର କର୍ମକର୍ତ୍ତାଙ୍କ ସହିତ ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ଗୋବର୍ଦ୍ଧନପୁର ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ପିଣ୍ଟୁ ପତି, ପ୍ରଭାତ ରଞ୍ଜନ ବେହେରା, ଜଗନ୍ନାଥ ପଣ୍ଡା, ବିକ୍ରମ ଛତ୍ରିଆ, ମନୋଜ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଭିନ୍ନ ସମୟରେ ଖେଳ ବ୍ୟତୀତ ନିଆରା କାର୍ଯ୍ୟକ୍ରମ ସବୁ ହାତକୁ ନେଇ ଚର୍ଚ୍ଚାର ଶୀର୍ଷରେ ଥିବା ନର୍ଲା ବେଡମିଣ୍ଟନ ଏସୋସିଏସନର କର୍ମକର୍ତ୍ତା ବିଶେଷ କରି ଫାର୍ମାସିଷ୍ଟ ଶ୍ରୀ ସାହୁଙ୍କ ଏତାଦ୍ରୁଶ ସେବା କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ! ଏପରିକି ଶ୍ରୀ ସାହୁ ସୁଦାମର ଚିକିତ୍ସା ପାଇଁ ଆଗକୁ ମଧ୍ୟ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ, ଏସୋସିଏସନର ଦେବଦତ୍ତ ମିଶ୍ର ସୁଦାମର ଦିବ୍ୟାଙ୍ଗ ପ୍ରମାଣପତ୍ର କରିବାରେ ଓ ଦେଶର ସୁନାମଧନ୍ୟ ଗ୍ଲୋବାଲ୍ ୱେଷ୍ଟର୍ଣ୍ଣ ଓଡ଼ିଶା ସଂଗଠନ ତରଫରୁ ଆବଶ୍ୟକସ୍ଥଳେ ସୁଦାମକୁ କ୍ରୁତ୍ରିମ ଗୋଡ଼ ପାଇଁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର

ଵିଜାତଳା ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ,ବିଜାତଳା ତରଫରୁ ଦାବିପତ୍ର ପ୍ରଦାନ

masiha

ଅମର୍ଦାରୋଡ ସମବାୟ ସମିତିର ସାଧାରଣ ସଭା

masiha

Leave a Comment

error: Content is protected !!