ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଜାତୀୟ ଛାତ୍ର ସଂଗଠନ ଦ୍ୱାରା ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ର ପ୍ରଦାନ

ନବରଙ୍ଗପୁର-(ମସିହା)ନବରଙ୍ଗପୁର ଜିଲ୍ଲା ଭାରତୀୟ ଜାତୀୟ ଛାତ୍ର ସଂଗଠନ ଦ୍ୱାରା ସମଗ୍ର ଦେଶରେ ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟାକୁ ନେଇ ସାରା ଓଡିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ମାନଙ୍କରେ ଭାରତୀୟ ଜାତୀୟ ଛାତ୍ର ସଂଗଠନ ର କର୍ମକର୍ତ୍ତା ସମୁହ ଦାବୀ ଜଣାଉଛନ୍ତି l ସେହିପରି ନବରଙ୍ଗପୁର ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ମହାବିଦ୍ୟାଳୟ ଅଧକ୍ଷଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଦେଲେ ଦାବୀ ପତ୍ର ଭାରତୀୟ ଜାତୀୟ ଛାତ୍ର ସଂଗଠନ ର କର୍ମକର୍ତ୍ତା l ଓଡ଼ିଶାରେ ଶାସକଦଳ କ୍ରମାଗତ ଭାବେ ଅଗଣତାନ୍ତ୍ରିକ ଉପାୟରେ ଛାତ୍ର ସଂସଦ ନିର୍ବାଚନକୁ ବିଗତ ଆଠ ବର୍ଷ ଧରି ବନ୍ଦ କରି ରଖିଛନ୍ତି l ଏକଛତ୍ରବାଦ ନୀତିରେ ସମଗ୍ର ଛାତ୍ର ସମାଜର ସ୍ବରକୁ ଦବେଇ ଦିଆଯାଇଛି l ଏଥି ଯୋଗୁଁ ଛାତ୍ରଛାତ୍ରୀମାନେ ନିଜର ସମସ୍ୟାକୁ ନେଇ ଦାବୀ ଉପସ୍ଥାପନ କରିପାରୁନାହାନ୍ତି l ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା ବା ଦକ୍ଷତା ବିକାଶ ପାଇଁ କୌଣସି କାର୍ଯ୍ୟକ୍ରମ ତଥା ଭିତ୍ତିଭୂମି କରାଯାଇ ନାହିଁ l ଅନ୍ୟପକ୍ଷରେ ସାର୍ଟିଫିକେଟ ଜାଲିଆତି କରି ସରକାରୀ କଲେଜରେ ନାମଲେଖା ଚାଲିଛି ଓ ଏହି ଜାଲିଆତି ରାକେଟ ରେ ବିଜୁ ଛାତ୍ର ଓ ଯୁବ ଜନତା ଦଳର ସମ୍ପୃକ୍ତ ରହିଅଛି l କେବଳ ଶିକ୍ଷାନୁଷ୍ଠାନ ର ପୁନଃରୁଦ୍ଧାର ନାମରେ ରଙ୍ଗ ମାରି ଠିକାଦାର ତଥା ବିଜେଡି କର୍ମୀଙ୍କୁ ଫାଇଦା ପହଞ୍ଚାଇବା ପାଇଁ ଫାଇଭ ଟି ମାଧ୍ୟମରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ରେ ନାମକୁ ମାତ୍ର ମରାମତି କାମ ଚାଲିଛି l ଯାହାକି ରମାଦେବୀ ବିଶ୍ଵ ବିଦ୍ୟାଳୟର 3 ମାସ ରେ ପାଚେରୀ ଭୁଶୁଡିବା ଏବଂ ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆର ନୂତନ ଗ୍ୟାଲେରୀ ଉଦଘାଟନ ଦିନ ଭୁଶୁଡି ପଡ଼ିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ l ପାନୀୟ ଜଳ, ଶୌଚାଳୟ, ଲେଡିଜ୍ କମନ୍ ରୁମ୍, ଖେଳ ପଡିଆ ପ୍ରଭୃତି ନିମ୍ନତମ ଅସୁବିଧା ବିଭିନ୍ନ ସରକାରୀ ମହାବିଦ୍ୟାଳୟ ମାନଙ୍କରେ ଅଭାବ ରହିଛି l ଅନ୍ୟ ପକ୍ଷରେ ସାଂସ୍କୃତିକ ଓ କ୍ରୀଡ଼ା ଉତ୍ସବ ମଧ୍ଯ ପାଳନ କରାଯାଉନାହିଁ l ମୁଖ୍ୟ ଦାବୀ ଗୁଡିକ ଯଥା–(୧) ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ l (୨) ଖାଲି ପଡିଥିବା ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ତୁରନ୍ତ ପୁରଣ ଓ ଅନ୍ୟାନ୍ୟ ଛାତ୍ର ସ୍ୱାର୍ଥ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଉ l (୩) କ୍ୟାମ୍ପସ ଗୁଡିକରେ ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ର ଦୌରାତ୍ମ୍ୟ ଓ ହିଂସା ବନ୍ଦ କରାଯାଉ l ଉକ୍ତ ଦାବୀ ଗୁଡିକ ତୁରନ୍ତ ଓଡିଶା ସରକାର ଙ୍କ ଦ୍ଵାରା ସମାଧାନ କରା ନ ଗଲେ ଆଗାମୀ ଦିନରେ ଭାରତୀୟ ଜାତୀୟ ଛାତ୍ର ସଂଗଠନ @ଏନ୍ ଏସ୍ ୟୁ ଆଇ ତରଫରୁ ରାଜ ରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ଅଧିକରୁ ଅଧିକ ତୀବ୍ରତର କରାଯିବ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି lସଭାପତି ପବିତ୍ର ଗରଡା,ଉପ ସଭାପତି ନୁରେନ ତନ୍ତୀ, ମାର୍କଣ୍ଡ ପନକl, ଅତୁଲ କୁମାର ଦାସ,ପଦଲାମ ସୌରା, କାଶିନାଥ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଜ୍ରପାତରେ ଜଣେ ମୃତ

masiha

ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

Sunil Chandra Nayak

ମଞ୍ଚାଗାଁ ଜଳବନ୍ଦୀ ଙ୍କ ସେବାରେ ଲାଗିଥିବା ଲଞ୍ଚ ରେ ଛିଦ୍ର

Sunil Chandra Nayak

Leave a Comment

error: Content is protected !!