ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୃଷିକେଶ ରାୟ ମହାବିଦ୍ୟାଳୟ ର ୩୭ତମ ବାର୍ଷିକୋତ୍ସବ

ରାଉରକେଲା/ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ର ୩୭ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ କାମାକ୍ଷା ପ୍ରସାଦ ରଣାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଦବ୍ୟାସ ସଂସ୍କୃତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା ମୁଖ୍ୟ ଅତିଥି ଓ ଝାରସୁଗୁଡ଼ା ଜିଲ୍ଲାର ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟା ଶିବପ୍ରିୟା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଡଃ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ନାଗରିକ ହେବାସହ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ ଙ୍କ ଜୀବନକୁ ଶୃଙ୍ଖଳିତ ଓ ଉଚିତ ମାର୍ଗ ଦେଖାଇ ଥାଏ ବୋଲି ମତ ରଖିଥିଲେ । ସେହିପରି ମୁଖ୍ୟବକ୍ତା ଶ୍ରୀମତୀ ମିଶ୍ର କହିଲେ ଯେ ମହାବିଦ୍ୟାଳୟର ଗୁରୁମାନେ ହେଉଛନ୍ତି ଦ୍ରୋଣଙ୍କ ପରି। ତେଣୁ ତାଙ୍କ ଠାରୁ ଛାତ୍ର ଛାତ୍ରୀ ମାନେ ଉଚିତ ମାଗଦର୍ଶନ ନେଇ ମହାବିଦ୍ୟାଳୟର ମାନ କୁ ବୃଦ୍ଧି କରିଛନ୍ତି । ସଭାପତିତ୍ବ ଅଭିଭାଷଣ ରେ ପ୍ରଫେସର ସାହୁ କହିଲେ ଯେ ମଣିଷ ହେଉଛି ଶକ୍ତିର ଖଣି। ଶକ୍ତିର ସଂଧାନ କଲେ ସେ ପ୍ରତ୍ୟେହଶୀଳ ହୋଇଥାଏ । ପ୍ରତ୍ୟେହ ର ଅନ୍ୟନାମ ପ୍ରତିଭା। ଆମର ମନ ବିଶ୍ବ ମନ,ଆମର ପ୍ରାଣ ବିଶ୍ବ ପ୍ରାଣ। ନିଜ ଭିତରେ ଇଶ୍ବର ଓ ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ରହିଛି । ଏକଥା ନଜାଣିବା ଅନ୍ଧକାର,ଜାଣିବା ହେଉଛି ଆଲୋକ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ପ୍ରଦୀପ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ସତ୍ୟନାରାୟଣ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ, ସର୍ବୋଚ୍ଚ ନମ୍ବର ରଖିଥିବା ଓ ସ୍କାଉଟ ଗାଇଡରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ସର୍ବଶ୍ରୀ ସୁବାସ ଚନ୍ଦ୍ର ସାମଲ, ହରିଶ୍ଚନ୍ଦ୍ର ମିଶ୍ର, ଚିତ୍ତମୋହନ ମିଶ୍ର, ବିନୋଦ କିଶୋର କାନୁନଗୋ, ଦୀପ୍ତିମୟୀ ମହାପାତ୍ର, ବବିତା ମିଶ୍ର, ବିନୟ କୁମାର ସାହାଣୀ, ରଜନୀକାନ୍ତ ମିଶ୍ର, ସୁପ୍ରଭା ବେହେରା, ଅଜୟ ସୁନ୍ଦରରାୟ, ଶରତଚନ୍ଦ୍ର ପାତ୍ର, ଛାତ୍ର ଲକି, ରାକେଶ,ଆକାଶ,ତନ୍ମୟ, ମାମିନା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ରୂପାଲି ଓ ଅସ୍ମିତା ପ୍ରିୟଦର୍ଶନୀ ଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ 

Sunil Chandra Nayak

କୁକୁଡ଼ାବାଇ ଠାରେ ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜର ଭ୍ରାମ୍ୟମାଣ ବୈଠକ 

masiha

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର

masiha

Leave a Comment

error: Content is protected !!