ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡ଼ିଓ ଙ୍କ କବିତା ସଂକଳନ “ବାବୁଲାଲ”ଉନ୍ମୋଚନ

ଚନ୍ଦାହାଣ୍ଡି -(ମ ନି ସ ) ଭୁବନେଶ୍ୱର ଠାରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା କଳିଙ୍ଗ ସାହିତ୍ୟ ମହୋତ୍ସବରେ କବି ତଥା ପ୍ରଶାସକ ଧର୍ମରାଜ ମାଝୀଙ୍କ ତୃତୀୟ କବିତା ସଙ୍କଳନ ‘ବାବୁଲାଲ’ ଲୋକାର୍ପଣ ହେଇଛି । ଏହି ଉନ୍ମୋଚନ ପର୍ବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କବି ଡଃ. ଧନଞ୍ଜୟ ସ୍ବାଇଁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆଦିତ୍ୟ ଭାରତ ପ୍ରକାଶନରୁ ସବ୍ୟସାଚୀ ବିଷୋୟୀ ମଞ୍ଚାସୀନ ହୋଇଥିଲେ। ଆକାଶବାଣୀ ଓ ଦୂରଦର୍ଶନର ଉପସ୍ଥାପକ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ। ଡଃ ଧନଞ୍ଜୟ ସ୍ବାଇଁ କବିତା ସଙ୍କଳନର ବହୁଳ ପାଠକୀୟ ଆଦୃତି ପାଇଁ କାମନା କରିଥିବା ବେଳେ କବି ଧର୍ମରାଜ ମାଝୀ ନିଜ ଲେଖକୀୟ ଅଭିବ୍ୟକ୍ତିରେ କହିଥିଲେ ଯେ ‘ବାବୁଲାଲ ହେଉଛି ସାଧାରଣ ମଣିଷର ଅସାଧାରଣ କଥା, ଅସହଜ ଭିତରେ ସହଜର ସହଚର। ବାବୁଲାଲ ସିରିଜ୍ କବିତାର ପ୍ରତ୍ଯେକ କବିତା ମାନବୀୟ ଚେତନାରେ ଭରି ରହିଛି।’ ଏହି ଅବସରରେ କଳିଙ୍ଗ ସାହିତ୍ୟ ମହୋତ୍ସବର ସୂରଜ ମହଲରେ ଓଡିଶାର ବହୁ ଲବ୍ଧପ୍ରତିଷ୍ଠ ସାହିତ୍ୟିକ/ସାହିତ୍ୟିକା ତଥା ସାହିତ୍ୟକୁ ଭଲ ପାଉଥିବା ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ  ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଧର୍ମଗଡ ରୋଡ଼ ରେଲ ଷ୍ଟେସନ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଲେ ଧର୍ମଗଡ ବିଧାୟକ

masiha

“ଚିନ୍ତା- ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ  ଭୁବନେଶ୍ଵର ର ଡାଇନାମିକ ଥୁଏଟର ର ଶୁଣ ସୃଜନେ ମଞ୍ଚସ୍ଥ 

ନିର୍ବାଚନ ପରିଚାଳନା ନେଇ ଜିଲାପାଳଙ୍କ ସମୀକ୍ଷା, ବୁଥ ପରିଦର୍ଶନ 

masiha

Leave a Comment

error: Content is protected !!