ଚନ୍ଦାହାଣ୍ଡି (ମନି ସ ) ନବରଙ୍ଗପୁର ସି ଡ଼ି ଓ ଅନ୍ୟା ଦାଶ ଚନ୍ଦାହାଣ୍ଡି ଗସ୍ତ କରି ଚନ୍ଦାହାଣ୍ଡି ବ୍ଲକ ରେ ଗତ କିଛି ଦିନ ତଳେ ନିର୍ମାଣ ସମାପ୍ତ ହୋଇଥିବା ବ୍ଲକ ପରିସରର ଶିଶୁ ଉଦ୍ୟାନ, ଧୋଡ଼ିପାଣି ସପ୍ତାହିକ ହାଟ, ଖଲିଆବନ୍ଧର ସମାପ୍ତ ହୋଇଥିବା କାର୍ଯ୍ୟ ପରିଦର୍ଶନ କରିବା ସହ ପାଟଖଲିଆ ପଞ୍ଚାୟତ ରେ ଲାଖ ପ୍ରୋସେସିଂ ଗୃହ ରେ ଲାଖ ଚାଷ ସମ୍ପର୍କ ରେ ପଂଚାୟତ ର ସ୍ୱୟଂ ସାହାୟିକା ଗୋଷ୍ଠୀ ମାନଙ୍କ ସହ ଲାଖ ଚାଷ କରି ବିଶେଷ ଲାଭବାନ ହେବା ସହ ଲାଖ ଶିଳ୍ପ ରେ ତାଲିମ ନେବା ସହ ଲାଖ ରେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ଏହାର ବିଶେଷ ଫାଇଦା ନେବା ପାଇଁ ସେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ପରାମର୍ଶ ଦେଇଥିଲେ l ଏଥିରେ ଓରମାସ ର ମାର୍କେଟିଙ୍ଗ ହେଡ଼ ଉମା ମହେଶ ଯୋଗଦାନ କରି ଉପସ୍ଥିତ ରହିଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଂକୁ ଲାଖ ପ୍ରସ୍ତୁତ ସାମଗ୍ରୀ ଦେଖାଇବା ସହ ଏଥିରେ କେତେ ଲାଖ ଖର୍ଚ୍ଚ ହେଉଛି ଏବଂ ଲାଭ କେତେ ମିଳୁଛି ସେ ସମର୍କ ରେ ବୁଝାଇଥିଲେ l ମିଶନ ଶକ୍ତିରୁ ହର୍ଷାନନ୍ଦ ପ୍ରଧାନ ଯୋଗଦାନ କରି ମିଶନ ଶକ୍ତି ମାଧ୍ୟମ ରେ ବିଭିନ୍ନ ଶିଳ୍ପ ବାବଦରେ ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ତାଲିମ ପ୍ରଦାନ କରି ରଣ ଯୋଗାଇ ଦିଆ ଯିବ ବୋଲି ମହିଳା ମାନଙ୍କୁ ବୁଝାଇ ଥିଲେ l ସି ଡ଼ି ଓ ଅନ୍ୟା ଦାଶ ଲାଖ ଚାଷୀ ମାନଂକୁ ଲାଖ ଚାଷ ସମ୍ପର୍କ ରେ ପଚାରିବା ସହ ଏହାର ସମସ୍ୟା ବିଷୟ ରେ ପଚାରି ବୁଝିବାରୁ ଏଠାରେ ଉତ୍ପାଦିତ ଲାଖ ବିକ୍ରୀ ପାଇଁ କୌଣସି ବଜାର ବ୍ୟବସ୍ଥା ନଥିବାରୁ ଲାଖ ଚାଷୀ ମାନେ କମ ଦର ରେ ଛତିଶଗଡ ବେପାରୀ ଙ୍କୁ ବିକିବା କୁ ବାଧ୍ୟ ହେବା ସହ ଲାଖ ଚାଷ ରୁ ଚାଷୀ ମୁହଁ ମୋଡ଼ୁଥିବା ନେଇ ଲାଖ ଚାଷୀ ମାନେ ଅଭିଯୋଗ କରିଥିଲେ l ଏହା ଛଡା ଏଠାରେ ଆଇ ଟି ଡ଼ି ଏ ତରଫରୁ ସ୍ଥାପନ କରାଯାଇଥିବା ଲାଖ ପ୍ରୋସେସିଂ ମେସିନ ସବୁ ଅଚଳ ହୋଇ ପଡିବା ସହ ଏଥିରେ କଳଙ୍କି ଲାଗି ଯାଇ ଥିବାରୁ ଏହାର ଶୀଘ୍ର ମରାମତି ପାଇଁ ପୂର୍ବତନ ସରପଞ୍ଚ ହର ପୁଜାରୀ ସି ଡ଼ି ଓ ଙ୍କୁ ଅନୁରୋଧ କରିଥିଲେ l ଉତ୍ପାଦିତ ଲାଖ ଓରମାସ ତରଫରୁ କିଣା ଯିବା ସହ ଲାଖ ପ୍ରୋସେସିଂ ମେସିନ କୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସି ଡ଼ି ଓ ପ୍ରତିଶ୍ରୁତି ଦେଇ ଥିଲେ l ବିରି, କାନ୍ଦୁଲ, ତେନ୍ତୁଳି ଏବଂ ମାଣ୍ଡିଆ ଚାଷ ଏବଂ ଏହାର ଶିଳ୍ପ ଉପରେ ଅଧିକା ଗୁରୁତ୍ୱ ଦେଇ ଆଦିବାସୀ ଙ୍କ ଅର୍ଥନୀତି କୁ ସୁଦୃଢ଼ କରିବା ଦିଗରେ ବିଶେଷ ପଦକ୍ଷେପ ନିଆ ଯିବ ବୋଲି ସେ ସୂଚନା ଦେଇଥିଲେ l ଏହା ପରେ ବ୍ଲକ ସଭାଗୃହ ରେ ଚାଷୀ ମାନଂକୁ ନେଇ ଏକ ବୈଠକ କରି ବିଭିନ୍ନ ଲାଭଦାୟକ ଚାଷ, ଛତୁ ଚାଷ ମାଛ ଚାଷ, ଛେଳି ପାଳନ, କୁକୁଡ଼ା ଫାର୍ମ କରି ଅଧିକା ଲାଭବାନ ହେବା କୁ ସେ ଆହ୍ୱାନ ଦେଇଥିଲେ l ଏହି ଅଵସର ରେ ବି ଡ଼ି ଓ ଧର୍ମରାଜ ମାଝୀ, ସି ଡ଼ି ପି ଓ ସୈରେନ୍ଦ୍ରୀ ମହାନନ୍ଦ, ପରିଦର୍ଶିକା ଦଳିଲା ଖୋସଲା, ସହକାରୀ ଯନ୍ତ୍ରୀ ଥୟ ପଟେଲ, କନିଷ୍ଠ ଯନ୍ତ୍ରୀ ଚନ୍ଦନ ଦଳାଇ ଅଙ୍ଗନୱାଡି କର୍ମୀ ଏବଂ ପଂଚାୟତ ପି ଇ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l
previous post
next post