ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ରକ୍ତଦାନ ଅଭିଯାନ ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ରକ୍ତଦାନ ଅଭିଯାନ ଅନୁଷ୍ଠିତ

ସୁନ୍ଦରଗଡ଼, ୦୮/୦୪/୨୫: ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଅଷ୍ଟମ ଦିବସରେ ରକ୍ତଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ସୁନ୍ଦରଗଡ଼ ପୌରପାଳିକା , ଜିଲ୍ଲା ରେଡକ୍ରସ ଏବଂ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୁଲ୍ୟରେ ଏହି ରକ୍ତଦାନ ଅଭିଯାନ ତି ଆୟୋଜିତ ହୋଇଥିଲା।

  ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପବାଚସ୍ପତି, ଓଡ଼ିଶା ବିଧାନସଭା ତଥା ମାନ୍ୟବର ବିଧାୟକ, ତଳସରା ଶ୍ରୀ ଭବାନୀ ଶଙ୍କର ଭୋଇ ଯୋଗ ଦେଇ ଏହି ରକ୍ତଦାନ ଅଭିଯାନ କୁ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ସଦୟ ଉପସ୍ଥିତ ଥିଲେ। 

    ଏହି ଅବସର ରେ ମାନ୍ୟବର ଉପବାଚସ୍ପତି ଶ୍ରୀ ଭୋଇ “ରକ୍ତଦାନ ମହତ୍ ଦାନ, ରକ୍ତଦାନ ଦ୍ବାରା ଆମେ ଲୋକଙ୍କ ଜୀବନ ରକ୍ଷା କରିବା ରେ ସହାୟକ ହେଉଥାଉ। ତେଣୁ ଏହି ମହତ୍ ଉଦ୍ଦେଶ୍ୟ ନିମନ୍ତେ ସମସ୍ତେ ଆଗଭର ହେବା ଆବଶ୍ୟକ” ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ସେହିଭଳି ସରକାରଙ୍କ ଏହି ଓଡ଼ିଆ ପକ୍ଷ ପାଳନ ନେଇ ଭୂୟସୀ ପ୍ରଶଂସା କରିଥିଲେ।     ଏହି ଅବସରରେ ଜିଲ୍ଲା କୁ ସୁନ୍ଦର ତଥା ଉତ୍ତମ ସ୍ବାସ୍ଥ୍ୟ ସମୃଦ୍ଧ କରିବା ଉପରେ ଅତିଥିମାନେ ଗୁରୁତ୍ଵାରୋପ କରିଥିଲେ। ସେହିଭଳି ରକ୍ତଦାନ ର ଉପାଦେୟତା ଉପରେ ମଧ୍ୟ ଅତିଥିମାନେ ଆଲୋଚନା କରିଥିଲେ। 

    ଆଜିର ଏହି ରକ୍ତଦାନ ଅଭିଯାନରେ ମହାବିଦ୍ୟାଳୟ ର ଛାତ୍ରୀ, ଅଧ୍ୟାପକ, ଜିଲ୍ଲା କାର୍ଯ୍ୟାଳୟ ,ସଦର ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ମାନେ ରକ୍ତଦାନ କରିଥିଲେ । ଏହି ଅଭିଯାନ ରେ ରେ ମୋଟ ୭୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।  ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ମହନ୍ତ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ , ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଇନ୍ଦିରା ଗଡନାୟକ ଡେପୁଟି କଲେକ୍ଟର ତଥା ରେଡକ୍ରସ ର ସମ୍ପାଦକ ଶ୍ରୀ ଅଶ୍ଵିନୀ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ, ରେଡକ୍ରସ୍ ର ଆଜୀବନ ସଭ୍ୟ ଶ୍ରୀ ଅଜିତ ପ୍ରସାଦ, ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ବୈକୁଣ୍ଠ ବୋନଛର, ଶ୍ରୀ ତାରାକାନ୍ତ ପଟେଲ, ଡ଼ା. ଲବଣୀଧର ଦାନି, ଶ୍ରୀ ପ୍ରତାପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ମାସିକ କବିତା ଆସର

Sunil Chandra Nayak

ଖୋଜିଲେ ମିଳୁନି ଦାଣ୍ଡି କିଆରୀ ,ପୋଖରୀ ନ ଥାଇ କେମିତି ହେଲା ପୁନଉର୍ଦ୍ଧାର ?

Sunil Chandra Nayak

ଖେଦାପଡା ଠାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ 

masiha

Leave a Comment

error: Content is protected !!