ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ

ପାପଡାହାଣ୍ଡି 23/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ଜାମ୍ବଗୁଡା ଗ୍ରାମ ଠାରେ ଗୁରୁବାର ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣରେ 4 ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସେମାନେ ହେଲେ ବେଣୁ ଜାନୀ (୪୫), ହରିଶ ଚନ୍ଦ୍ର ମୁଦୁଲି (୨୬), ଡମ୍ବରୁ ଗୌଡ (୫୫), ତ୍ରିନାଥ ମୁଦୁଲି (୩୬) । ଗୁରୁବାର ଦିନ ସକାଳ ସମୟରେ ଜମ୍ବୁଗୁଡା ଗ୍ରାମରେ ଶବ ସତ୍କାର କରିବାକୁ ଶ୍ମଶାନ କୁ ଯାଉଥିବା ସମୟରେ ଆର୍ ଏମ୍ ସି ଗୋଦାମ ନିକଟରେ ସମସ୍ତଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ସମସ୍ତେ ସେଠାରୁ ନିଜ ଜୀବନ ବଞ୍ଚାଇ ସେଠାରୁ ଧାଇଁ ପଳାଇ ଥିଲେ । ମହୁମାଛି ଆକ୍ରମଣ କରିବା ଦ୍ୱାରା ୪ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିଲେ | ଗ୍ରାମର 4 ଜଣଙ୍କୁ ହାତ, ମୁହ,ଛାତିରେ ଆକ୍ରମଣ ଯୋଗୁଁ ଆହତ ହୋଛନ୍ତି | ସ୍ଥାନୀୟ ଲୋକେ ସଙ୍ଗେ 3 ଜଣଙ୍କୁ ମୋଟର ସାଇକଲ ମାଧ୍ୟମ ରେ ଓ ଡମ୍ବରୁ ଗୌଡ ଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ବାରା ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୁଚନ ଅନୁଯାୟୀ -ବେଣୁ ଜାନୀ ଏବଂ ଡମ୍ବରୁ ଗୌଡ ଙ୍କ ଶାରୀରିକ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା କରାଯାଉଛି। ହରିଶ୍ଚନ୍ଦ୍ର ମୁଦୁଲି,ତ୍ରିନାଥ ମୁଦୁଲି, ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏମକେସିଜି ମେଡ଼ିକାଲରେ ଅବ୍ୟବସ୍ଥା: ରେଡ଼ିଓଲୋଜି ବିଭାଗରେ ରୋଗୀ ହେଉଛନ୍ତି ଅସ୍ତବ୍ୟସ୍ତ ,ଅଧୀକ୍ଷକଙ୍କ ନିୟନ୍ତ୍ରଣ ବାହାରେ କର୍ମଚାରୀ 

Sunil Chandra Nayak

ଲଗାଣ ବର୍ଷାରେ ଘର ଭୂଷୁଡିଲା ବାସହିନ ଅବସ୍ଥାରେ ସୁରେଶ ପାତ୍ରଙ୍କ ପରିବାର, ସ୍ବାମୀ, ସ୍ତ୍ରୀ ତିନି ଜଣ ପୁଅଝିଅ ଅସହାୟ ଅବସ୍ଥାରେ

Sunil Chandra Nayak

ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ସଂସ୍କୃତ ସପ୍ତାହ -୨୦୨୬ କାର୍ଯ୍ୟକ୍ରମ ଉଦ୍ ଯାପିତ

Sunil Chandra Nayak

Leave a Comment

error: Content is protected !!