ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ

ପାପଡାହାଣ୍ଡି 23/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ଜାମ୍ବଗୁଡା ଗ୍ରାମ ଠାରେ ଗୁରୁବାର ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣରେ 4 ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସେମାନେ ହେଲେ ବେଣୁ ଜାନୀ (୪୫), ହରିଶ ଚନ୍ଦ୍ର ମୁଦୁଲି (୨୬), ଡମ୍ବରୁ ଗୌଡ (୫୫), ତ୍ରିନାଥ ମୁଦୁଲି (୩୬) । ଗୁରୁବାର ଦିନ ସକାଳ ସମୟରେ ଜମ୍ବୁଗୁଡା ଗ୍ରାମରେ ଶବ ସତ୍କାର କରିବାକୁ ଶ୍ମଶାନ କୁ ଯାଉଥିବା ସମୟରେ ଆର୍ ଏମ୍ ସି ଗୋଦାମ ନିକଟରେ ସମସ୍ତଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ସମସ୍ତେ ସେଠାରୁ ନିଜ ଜୀବନ ବଞ୍ଚାଇ ସେଠାରୁ ଧାଇଁ ପଳାଇ ଥିଲେ । ମହୁମାଛି ଆକ୍ରମଣ କରିବା ଦ୍ୱାରା ୪ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିଲେ | ଗ୍ରାମର 4 ଜଣଙ୍କୁ ହାତ, ମୁହ,ଛାତିରେ ଆକ୍ରମଣ ଯୋଗୁଁ ଆହତ ହୋଛନ୍ତି | ସ୍ଥାନୀୟ ଲୋକେ ସଙ୍ଗେ 3 ଜଣଙ୍କୁ ମୋଟର ସାଇକଲ ମାଧ୍ୟମ ରେ ଓ ଡମ୍ବରୁ ଗୌଡ ଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ବାରା ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୁଚନ ଅନୁଯାୟୀ -ବେଣୁ ଜାନୀ ଏବଂ ଡମ୍ବରୁ ଗୌଡ ଙ୍କ ଶାରୀରିକ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା କରାଯାଉଛି। ହରିଶ୍ଚନ୍ଦ୍ର ମୁଦୁଲି,ତ୍ରିନାଥ ମୁଦୁଲି, ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାଁ ଠାକୁରାଣୀ ଟ୍ରାକ୍ଟର ମାଲିକ ସଂଘ ଗଠିତ 

Sunil Chandra Nayak

ଆସନ୍ତା ୨୨ ରାଉରକେଲାରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ଜଙ୍ଗଲ ଜଲୁଛେ 

Sunil Chandra Nayak

୩୫ ବର୍ଷରେ ରିଞ୍ଜା ମା’ ଗଜଲକ୍ଷ୍ମୀ ପୂଜା,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Sunil Chandra Nayak

Leave a Comment

error: Content is protected !!