ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ ପିଇ ଗାଡି ଚଳେଇବା ମାହାଙ୍ଗା ପଡିଲା ,୨ କୋର୍ଟ ଚାଲାଣ

ଜୁନାଗଡ ୨୪/0୩(ମ ନି ସ ) ଜୁନାଗଡ ପୁଲିସ ଦ୍ଵାରା ବୁଧବାର ସନ୍ଧ୍ୟାରେ ଗାଡି ଯାଂଚ ସମୟ ରେ ଦୁଇଜଣ ମଦ୍ୟପ କୁ ବାଇକ ସହ ଅଟକ ରଖାଯାଇଥିଲା l ସେମାନେ ହେଲେ କଲେଇ ଗାଁ ର କାନ୍ତ ବୋଡ଼େକ୍ ଓ ଅନ୍ୟ ଏକ କୋକସରା ଥାନା ଅନ୍ତର୍ଗତ ଖୁଟୁଲୁ ଗୁଡା ଗ୍ରାମ ର ପରେଶ୍ଵର ଭଇସlଲ l ମଦ ପିଇ ଗାଡି ଚଳାଉ ଥିବା ସମୟରେ ଜୁନାଗଡ ପୁଲିସ ର ଯାଂଚ ବେଳେ ଦୁଇଜଣ ଧରାପଡିଥିଲେ l ଉଭୟ ଙ୍କ ମୋଟର ସାଇକେଲ ଜବତ କରି ଜୁନାଗଡ ଥାନା କୁ ଅଣାଯାଇଥିଲା l ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି l ଏହି ଯାଂଚ ସମୟ ରେ ଏସ୍ ଆଇ ବିଜୟ ବସନ୍ତ ବିଶ୍ଵାଳ, ଏ ଏସ୍ ଆଇ ମୁରଲୀ ମୋହନ ପିଡିକା, ଏବ୍ଂ ହୋମ୍ ଗାର୍ଡ ନବୀନ୍ ବାଗ ଉପସ୍ଥିତ ରହିଥିଲେ ,ଏହା ଜୁନାଗଡ଼ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଆଜି ସନ୍ଧ୍ୟାରେ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସକୁ ମିଳିଲା ବଡ ସଫଳତା , ଲୁଟେରା ସମେତ କବାଡିଆ ଦୋକାନୀ ଓ ତାଙ୍କ ପୁଅ ଗିରଫ 

Sunil Chandra Nayak

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ, ୦୫ ଗିରଫ 

Sunil Chandra Nayak

୮ ଟି ଚୋରୀ ବାଇକ ଜବତ: ଜଣେ ନାବାଳକ ଗିରଫ 

masiha

Leave a Comment

error: Content is protected !!