ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମିବାଡି ନେଇ ଗଣ୍ଡଗୋଳ ଘଟଣାରେ ୨ ଗିରଫ

ଡାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଅଞ୍ଚଳା ଗ୍ରାମରେ ଜମିବାଡି କୁ ନେଇ ଗଣ୍ଡଗୋଳ ଘଟଣାରେ ବାପା ଓ ପୁଅ ୨ ଜଣ ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି | ସୂଚନାଯୋଗ୍ୟ :- ଡାବୁଗାଁ ଥାନା ଅଧୀନ ଅଞ୍ଚଳା ଗ୍ରାମର ଡୁମର ଗୌଡ (୫୫) ଓ ପୁଅ ମନୁ ଗୌଡ (୩୮) ମିଶି ତାଙ୍କ ଭାଉଜ ଡାଳିମ୍ବ ଗୌଡ ଙ୍କ ସହ ବହୁ ଦିନ ଧରି ଜମିଜମା ନେଇ ଗଣ୍ଡଗୋଳ ଲାଗି ରହିଥିଲା | ୯.୧୧.୨୦୨୨ ଦିନ ପୂର୍ବାହ୍ନରେ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ପରେ ଡୁମର ଗୌଡ ଓ ପୁଅ ମନୁ ଗୌଡ ଏକ ମରଣାସ୍ତ୍ର ସାହାଯ୍ୟରେ ଡାଳିମ୍ବ ଗୌଡ କୁ ଆକ୍ରମଣ କରି ଆହତ କରିଥିଲେ | ଏନେଇ ୯.୧୧.୨୦୨୨ ଦିନ ଅପରାହ୍ନରେ ଡାଳିମ୍ବ ଗୌଡଙ୍କ ଝିଅ ହେବତି ଗୌଡ ଉଭୟ ବାପା ଓ ପୁଅ ଙ୍କ ନାମରେ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା | ସେହି ଦିନ ଠାରୁ ବାପପୁଅ ୨ ଜଣ ଫେରାର ଥିଲେ | କୌଣସି ସୂତ୍ରରୁ ପୋଲିସ ଖବର ପାଇ ସୋମବାର ବାପା ଡୁମର ଗୌଡ ଓ ପୁଅ ମନୁ ଗୌଡ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିପୁଳ ପରିମାଣର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

Sunil Chandra Nayak

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ଜଣେ ଅଭିଯୁକ୍ତ ଗରିଫ ,୨ ଫେରାର

masiha

ତୁମୁସିଙ୍ଗା ଅଞ୍ଚଳରେ କଳା ପଲସର ଆତଙ୍କ ! ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୮୦,୦୦୦ ଟଙ୍କା ଲୁଟ

Sunil Chandra Nayak

Leave a Comment

error: Content is protected !!