ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷ୍ଣାନନ୍ଦପୁର ଫାଣ୍ଡିକୁ ଥାନାର ମାନ୍ୟତା, ଭିଡିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ

ତିର୍ତ୍ତୋଲ :-09/01/23 — ଦୀର୍ଘ ଦିନର ଦାବୀ, ଆଜି ସାକାର ହୋଇଛି,! ଫାଣ୍ଡିରୁ ଥାନା ହେବାର ଦୂରତା ସେଇମାନେ ବୁଝିଛନ୍ତି ଯେଉଁ ସମାଜସେବୀ ମାନଙ୍କର ବିଗତ ଦିନର ଅବିରତ ପ୍ରୟାସ ଆଜି କୃଷ୍ଣାନନ୍ଦପୁର ଫାଣ୍ଡିକୁ ଥାନାରେ ପରିଣତ ହେବାରେ ସହାୟକ ହୋଇଛି ! ଆଜି ଏଇ ଧୋୟା ଅଞ୍ଚଳ ବହୁତ ଖୁସି ଯେ ପାଞ୍ଚଟି ପଞ୍ଚାୟତର ପାଖାପାଖି ଅଶି ହଜାର ଲୋକସଂଖ୍ୟାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଥାନାର ଅନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି !ଏହି ଉଦ୍ଘାଟନୀ ଉତ୍ସବରେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ସମ୍ମାନିୟା ପାରୁଲ ପଟୱାରୀ, ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର,ତିର୍ତ୍ତୋଲ ଏସ. ଡି. ପି. ଓ. ଏସ. କେ. ମାଝୀ,ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ଡି ଆର ଡି ଏ ଉପାଧ୍ୟକ୍ଷା ସୁଜାତା ମହାନ୍ତି,ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ବିଜେଡି ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ଏକ ନମ୍ବର ଜୋନ ଜିଲ୍ଲାପରିଷଦ ରଞ୍ଜିତା ସିଂ, ଏହି ଥାନା ଅଧୀନରେ ଥିବା ପଞ୍ଚଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ,ସମାଜସେବୀ,ଗଣମାଧ୍ୟମ ପ୍ରତିନିଧି ମାନେ ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାର ଭାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇ ଥିବାର ଦେଖିବାକୁ ମିଳିଥିଲା ! ଏହି ଥାନାର ନବନିଯୁକ୍ତ ଭାରପ୍ରାପ୍ତ ଅଧିକାରୀ ଭାବେ ପ୍ରଦ୍ୟୁମ୍ନ କୁମାର ବେହେରାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଗଲା ବୋଲି ଏସପି ମହୋଦୟ ଅବଗତ କରାଇଥିଲେ ! ତତ୍ପରେସମସ୍ତ ଅତିଥି ବେଦଧ୍ୱନି ମଧ୍ୟରେ ପ୍ରଦୀପ୍ତ ପ୍ରଜ୍ବଳନ କରି ଥାନା ଭିତରକୁ ପ୍ରବେଶ କରିଥିଲେ ! ଅବଶେଷରେ ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତିର ଉପଦେଷ୍ଟା ରମାକାନ୍ତ ରାଉଳ, ସଭାପତି ଶରତ କୁମାର ଦାଶ, ସମ୍ପାଦକ ମହମ୍ମଦ ସାକିର ଅଲ୍ଲୀ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହସମ୍ପାଦକ ଭାଗବତ ପ୍ରସାଦ, ମିଡ଼ିଆ ସଂଯୋଜକ ସୁଶାନ୍ତ ମଲ୍ଲିକ, କୈଳାସ ବେହେରା, ଅବଦୁଲ ନଜିମ ପୁଷ୍ପଗୁଛ ଦେଇ ଏସପି ମହୋଦୟ ଏବଂ ନବନିଯୁକ୍ତ ଆଇ ଆଇ ସି ଙ୍କୁ ଅଭିନନ୍ଦନ ଜଣାଇଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା

Related posts

ସଂରକ୍ଷିତ ଜଙ୍ଗଲ ଜମିରୁ ବେଆଇନ ଗଛ କଟା, ପ୍ରଶାସନର ହାତ ସଫେଇ ନୁହେଁଁ ତ ?

Sunil Chandra Nayak

ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା

masiha

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ରୋହିତ ବାଗ

masiha

Leave a Comment

error: Content is protected !!