ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଲମପୁର ଠାରେ ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।  ଯୋଜନାବଦ୍ଧ ହତ୍ୟା ଅଭିଯୋଗ କଲେ ପରିବାର….

କଲମପୁର ଠାରେ ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଯୋଜନାବଦ୍ଧ ହତ୍ୟା ଅଭିଯୋଗ କଲେ ପରିବାର….

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଲଙ୍କେଶ୍ଵରୀ ମନ୍ଦିର ସମ୍ମୁଖରେ ଥ‌ିବା ଏକ ଘର ଭିତରେ ଜଣେ ୨୩ ବର୍ଷୀୟା ବିବାହିତା ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ମହିଳା ଜଣକ କଲମପୁର ତଳପଡାର ପ୍ରତୀକ ନିମ୍ନଲିଆ ଙ୍କ ପତ୍ନୀ ଦୀପାଞ୍ଜଳୀ ନିମ୍ନଲିଆ ବୋଲି ସୂଚନା ମିଳିଛି ।ଏନେଇ ଜୁନାଗଡ ଥାନା ତୁଲସୀପାଲି ବରଗାଁ ଠାରେ ଥିବା ମୃତ ମହିଳାଙ୍କ ପରିବାର ସୂଚନା ପାଇଥିଲେ I ତୁରନ୍ତ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ମୃତ ମହିଳାଙ୍କ ମାଆ ପଙ୍କଜିନୀ ପୁଝାରୀ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କୁ ଭିତ୍ତି କରି କଲମପୁର ପୁଲିସ ଥାନା କେଶ ନମ୍ବର ୧୫୫/୨୬ ଦଫାରେ ମାମଲା ରୁଜୁ କରି ଥାନା ଅଧିକାରୀ ସୁନିଲ କୋଣ୍ଡାଗୋରୀ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି।ଏହାପରେ ଘଟଣାର ଅଧିକ ତଦନ୍ତ ପାଇଁ ଜିଲ୍ଲା ସାଇନଟିଫିକ ଟିମ୍ ର ସହାୟତା ନିଆ ଯାଇଛି।। ସାଇନଟିଫିକ୍ ଟିମ୍ ଅଧିକାରୀ ପୁଷ୍ପାଞ୍ଜଳୀ ତାଣ୍ଡିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥ‌ିବା ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ଷଢଙ୍ଗୀଙ୍କ ଉପସ୍ଥିତିରେ ଶବକୁ ବାହାର କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା । ଏହାସହ ମୃତ ଦେହର ଅଧିକ ପରୀକ୍ଷା ଆବଶ୍ୟକ ହେତୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ....

Related posts

ଭିଜିଲାସନ୍ସ ଜାଲ ରେ ଜଳ ବିଭାଜିକା କର୍ମୀ

masiha

ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ , ବିପୁଳ ପରିମାଣର ଦେଶୀ ମଦ ସହ ଜଣେ ଗିରଫ

masiha

୧୨୫.୩୭୫ କେଜି ଗଞ୍ଜେଇ ଜବତ: ୩ ଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!