ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗାନ୍ଧିଜୀଙ୍କ ତିରୋଧନ ଦିବସ ପାଳିତ

ରାଉରକେଲା/ ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗାନ୍ଧିଜୀଙ୍କ ତିରୋଧନ ଦିବସ ପାଳିତ ହୋଇଯାଇଛି । ମଂଚର ସଭାପତି ପ୍ରଶାନ୍ତ କୁମାର ପତି ଙ୍କ ସଭାପତିତ୍ବରେ ଓ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଡଃ ସୁମନ ଦତ୍ତ, ଚନ୍ଦ୍ରଶେଖର ପାଇକରାୟ, ସଂଜୀବ କୁମାର ଭୋଇ,ଶ୍ରୀଧର ସୁନା ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ସିଭିକ ସେଣ୍ଟର୍ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସଭାପତି ଶ୍ରୀ ପତି ଗାନ୍ଧିଙ୍କ ସ୍ମୃତି ଚାରଣ କରି କହିଲେଯେ ସତ୍ୟ ଓ ଅହିଂସାର ସାରଥି ଶାରିରୀକ ଶକ୍ତି ଅପେକ୍ଷା ମନର ବଳ ଉପରେ ବିଶ୍ବାସ ଓ ଭରସା ରଖୁଥିଲେ। ଅହିଂସା ର ପକ୍ଷପାତୀ ଯୋଗୁଁ ସେ ସାରା ବିଶ୍ବରେ ସେ ପ୍ରତୀକ ହୋଇ ରହିଥିଲେ। ଏହାସହ ସେ ତାଙ୍କର ତ୍ୟାଗପୂତ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ରେ ବ୍ଲକ୍ ସ୍ତରୀୟ “ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬-୨୭” (ପ୍ରଥମ ପର୍ଯ୍ୟାୟ) ଅନୁଷ୍ଠିତ

Sunil Chandra Nayak

ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ପାଳିତ

masiha

ସରଧାପୂର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର  

masiha

Leave a Comment

error: Content is protected !!