ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାପଡାହାଣ୍ଡି ବ୍ଲକର ଅତିରିକ୍ତ ଦାୟିତ୍ବ ଗ୍ରହଣ

ପାପଡାହାଣ୍ଡି,2/6, ମନିସ — ଗତ ତା ୩୦.୦୪.୨୦୨୩ରିଖ ଦିନ ପାପଡାହାଣ୍ଡି ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ପାଢୀ ମହୋଦୟଙ୍କ ଅବସର ଗ୍ରହଣ ପରେ ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତ ୩୦.୦୫.୨୦୨୩ରିଖରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୋମରେନ୍ଦ୍ର ଭୈ।ମିକ୍ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିପୂର୍ବରୁ ଶ୍ରୀ ଭୈ। ମିକ୍ ନନ୍ଦାହାଣ୍ଡି ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।ଆଜି ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ଏହି ସମୟରେ କାର୍ଯ୍ୟାଳୟର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସଂଜଯୋକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପୂଜାରୀ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଦର୍ଶନ ନାୟକ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଳକ ଦାସ ରନ୍ଧାରୀ, ପାପଡାହାଣ୍ଡି ବ୍ଲକର ସମସ୍ତ ସିଆରସିସି ଏବଂ ସମଗ୍ର ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।* *ଶ୍ରୀ ଭୈ।ମିକ୍ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଗୁଡିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପନ କରିବା ପାଇଁ ଆଲୋଚନା କରିଥିଲେ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ ଅନୁଷ୍ଠିତ , ରବି ଧାନ ସଂଗ୍ରହ ଆସନ୍ତା ମେ ମାସ ୨୦ ତାରିଖ ରୁ

Sunil Chandra Nayak

୧- ନାରାୟଣ ପାଟଣା ଠାରେ ମା ଚୈତରାଇ ଭଲିବଲ ଟୁର୍ଣମେଣ୍ଟ , ୨- ରଙ୍ଗର ପର୍ବ ହୋଲି ପାଇଁ ବନ୍ଧୁଗାଁ ବ୍ଲକରେ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି , ୩- ଅଗ୍ନିଗଙ୍ଗା ମାଙ୍କ ଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ 

masiha

ଧର୍ମଗଡ ଏନଏ ସି ଅଧୀନରେ ଥିବା ଦୋକାନ ଗୃହ ର ଅହେତୁକ ଭଡ଼ା ବୃଦ୍ଧି ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ

masiha

Leave a Comment

error: Content is protected !!