ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲା ଜଗନ୍ନାଥ ସେବା ସମିତି

ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲା ଜଗନ୍ନାଥ ସେବା ସମିତି

ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟଯୋଶୀଙ୍କ ନେତୃତ୍ୱରେ ଆଜି ଜଗନ୍ନାଥ ସେବା ସମିତି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଧର୍ମଗଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀ ପତ୍ର ପ୍ରଦାନ କରିଥିଲେ।

ଏହି ସାକ୍ଷାତରେ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସରକାରଙ୍କ ନୂତନ ଜିଲ୍ଲା ଘୋଷଣା କରିବାର କୌଣସି ଯୋଜନା ନାହିଁ। ତଥାପି, ଜଗନ୍ନାଥ ସେବା ସମିତି ପକ୍ଷରୁ ପ୍ରତିନିଧିମାନେ ଉଲ୍ଲେଖ କରିଥିଲେ ଯେ, ଦୀର୍ଘଦିନ ଧରି ଏହି ଅଞ୍ଚଳର ଲୋକମାନଙ୍କ ଆଶା ଓ ଆକାଂକ୍ଷା ରହିଛି ତେଣୁ ଧର୍ମଗଡକୁ ସ୍ୱତନ୍ତ୍ର ଜିଲ୍ଲା ରୂପେ ଘୋଷଣା କରାଯାଉ। ଆବଶ୍ୟକୀୟ ଭିତ୍ତିଭୂମି,ପ୍ରଶାସନିକ ସୁବିଧା, ସାମାଜିକ ଓ ଆର୍ଥିକ ଉନ୍ନତି, ସାଧାରଣ ଲୋକଙ୍କ ସହଜ ସୁବିଧା ପାଇଁ ଏହା ଅତ୍ୟାବଶ୍ୟକ ବୋଲି ସେମାନେ ଦାବୀ ରଖିଥିଲେ।

ଧର୍ମଗଡ ଉପଖଣ୍ଡିୟ ସରକାରୀ ଚିକିତ୍ସାଳୟରେ ଅନେକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ଥିବାରୁ ଡାକ୍ତର ପଦବୀ ଶୀଘ୍ର ପୂରଣ କରାଯିବାକୁ ଜଗନ୍ନାଥ ସେବା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ,ଧର୍ମଗଡ ସରକାରୀ ଡାକ୍ତରଖାନାରେ ମୋଟ ୪୯ ଜଣ ଡାକ୍ତର ରହିବା ସ୍ଥାନରେ କାର୍ଯ୍ୟରତ ଅଛନ୍ତି ମାତ୍ର ୧୩ ଜଣ।ଅସ୍ଥିଶଲ୍ୟ, ଶଲ୍ୟ,ନିଦାନ, ଚକ୍ଷୁରୋଗ, ଇଏନ୍‌ଟି ସହିତ ଅନେକ ବିଶେଷଜ୍ଞ ପଦବୀ ଖାଲି ଅଛି। ଏହି ଚିକିତ୍ସାଳୟ ଉପରେ ଉପଖଣ୍ଡର ବିଭିନ୍ନ ବ୍ଲକ୍ ସମେତ ପଡ଼ୋଶୀ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ହଜାର ହଜାର ଲୋକ ନିର୍ଭର କରନ୍ତି।ବିଶେଷଜ୍ଞ ପଦବୀ ଖାଲି ପଡିଥିବାରୁ ରୋଗୀ ମାନେ ବାଧ୍ୟହୋଇ ରାୟପୁର ଓ ବିଶାଖାପାଟଣା ସ୍ଥିତ ବେସରକାରୀ ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଯାଇ ବହୁ ଖର୍ଚ୍ଚାନ୍ତ ର ଶିକାର ହେଉଛନ୍ତି।ଡାକ୍ତର ପଦବୀ ଶୀଘ୍ର ପୂରଣ କରାଯିବାକୁ ଦାବୀ ପତ୍ର ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗ ଙ୍କୁ ଏହି ବିଷୟରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀଙ୍କ ନେତୃତ୍ୱରେ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଲିଙ୍ଗରାଜ ବେହେରା, ନବୀନ ଅଗ୍ରୱାଲ ଆଜି ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଗେଇପୁରରେ କମ୍ବଳ ଓ କପଡ଼ା ବାଣ୍ଟିବ ” ମୋ ଅନୁଷ୍ଠାନ “

Sunil Chandra Nayak

ମ.ରାମପୁର ଡ୍ରାଇଭର ସଂଘର ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ

Sunil Chandra Nayak

ମିଳିତ ଭାବେ ଗଣେଷ ପୂଜା ଭଷାଣ ପାଇଁ ନିଷ୍ପତି

Sunil Chandra Nayak

Leave a Comment

error: Content is protected !!