ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦର ନୂତନ ଜିଲ୍ଲା ସଂପାଦକ ଭୂଵନେଶ୍ବର ବେହେରା 

ମୟୂରଭଞ୍ଜ -୯/୭ ( ମସିହା)ରାଇରଙ୍ଗପୁର ରେ ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁମ୍ଭାର ଉନ୍ନୟନ ପରିଷଦର ଜିଲ୍ଲା ସଭାପତି ଭୀମ ଚରଣ ରାମ ସଭାପତିତ୍ବ କରିଥିଲେ ।ଜିଲ୍ଲାର ସମସ୍ତ ବ୍ଳକର କର୍ମକର୍ତ୍ତା,ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ । ସାଂପ୍ରତିକ ପରିସ୍ଥିତିରେ କୁମ୍ଭାର ସମାଜର ଲୋକେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା କିଭଳି ଅବହେଳିତ ଓ‌ ନିଷ୍ପେଷିତ ହେଉଛନ୍ତି ଆଲୋଚନା ହୋଇଥିଲା । ସରକାର ସେମାନଙ୍କ ଜୀବନ ଓ ଜୀବିକା ତଥା ସାମାଜିକ ସୁରକ୍ଷାକୁ ଅଣଦେଖା କରୁଛନ୍ତି ।ତେଣୁ ସମସ୍ତ କୁମ୍ଭାର ସମାଜ ଗୋଟିଏ ଛାତ ତଳେ ଏକାଠି ହୋଇ ନିଜର ଅଧିକାର ନେଇ ଲଢେଇ କରିବା ଦରକାର ବୋଲି କହିଥିଲେ ।କୁମ୍ଭାର ସମାଜର ନେତୃବୃନ୍ଦ ଅସହାୟ ଓ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ସମସ୍ୟା ସମାଧାନ ପାଇଁ ଯତ୍ନଶୀଳ ହେବା ଦରକାର ବୋଲି କହିଥିଲେ ।ଶେଷରେ ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ସମାଜସେବୀ ଭୂବନେଶ୍ବର ବେହେରାଙ୍କୁ ସର୍ବସମ୍ମତିକ୍ରମେ ଜିଲ୍ଲା ସଂପାଦକ ଭାବେ ମନୋନୀତ କରାଯାଇଥିଲା । ତାଙ୍କୁ ସଂଘର କର୍ମକର୍ତ୍ତା ବୃନ୍ଦ‌ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ବୈଠକରେ ଇନ୍ଦ୍ର ବେହେରା,ସଂଜୟ ରାମ, ଅମୂଲ୍ୟ କୁମ୍ଭାକାର, ବକ୍ସି ଜଗବନ୍ଧୁ ପାଲ,ସୁକଦେବ ବେହେରା,ସତ୍ୟ ରଂଜନ ପାଲଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସ୍ବର୍ଗତ ଚୈନ ସିଂ ମାଝି ଙ୍କ ଦଶାହ କାର୍ଯ୍ୟ ରେ ଯୋଗଦେଇ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

Sunil Chandra Nayak

ବ୍ରମ୍ହପୁର ବିଶ୍ୱବିଦ୍ୟାଳୟ ସ୍ତରରେ ମହର୍ଷି ଗୁରୁକୂଳ ର ତିନି ଛାତ୍ରୀ ହେଲେ ଟପ୍ପର

masiha

ତରାପୁର ଠାରେ କୋଶଲା ମାଳୀ ସମାଜ ବାର୍ଷିକ ସାଧାରଣ ବୈଠକ 

masiha

Leave a Comment

error: Content is protected !!