ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିଲି ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୮/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ କୁମାରୀ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ରାଜ୍ୟ ସରକାରଙ୍କ ଛାତ୍ରଛାତ୍ରୀଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଶିକ୍ଷା ଓ ଶିକ୍ଷୟତନର ବିଷୟରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଭଲ ପଢି ସ୍କୁଲ ତଥା ବ୍ଲକର ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ,ସମିତି ସଭ୍ୟ ପ୍ରତିନିଧି ସ୍କୁଲ ପରିଚାଳନା କମିଟିର ସଭାପତି ହୃଷିକେଶ ନାଏକ, ସମାଜସେବୀ ସଞ୍ଜୟ ସିଙ୍ଘଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅତିଥିମାନେ ବୃକ୍ଷରୋପଣ କରି ଛାତ୍ରଛାତ୍ରୀଙ୍କୁ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ରୋକିବା, ମଣିଷ ସମାଜକୁ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ ସହ ତାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ସ୍କୁଲର ଶିକ୍ଷକ ପଦ୍ମନ ସାହୁ, ଚିତ୍ତରଞ୍ଜନ ମହାନ୍ତି, ମଳୟ ବାଗ, ଭବାନୀ ଶଙ୍କର ଶବର, ଦିବାକର ଦାସ, ଜ୍ୟୋତି ପ୍ରକାଶ ମହାନନ୍ଦ, ଶିକ୍ଷୟତ୍ରୀ ସରିତା ଧାରା ସାହୁ,ଚନ୍ଦ୍ରିକା ପ୍ରଧାନ, କଳ୍ପନା ଶବର, ବର୍ଷା ରାଣି ସାହୁ, ଦିବ୍ୟା ଶବର ଓ ସ୍କୁଲର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଡ. ଭୀମରାଓ ବାବାସାହେବ ଆମ୍ବେଦକର ପାଠାଗାର ଉଦଘାଟନ୍ 

masiha

କାଠପାଙ୍ଗରା ଗ୍ରାମରେ ତିନିଦିନ ବ୍ୟାପି ବିଶ୍ଵ ଶାନ୍ତି ଦେଵୀ ମହାଯଜ୍ଞ ମହା ଆଡ଼ମ୍ବରରେ ଅନୁଷ୍ଠିତ

masiha

ଗୁହାଳଡାଙ୍ଗିରୀରେ ଧାନ ମଣ୍ଡି ଖୋଲିଲା

masiha

Leave a Comment

error: Content is protected !!