ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏ ଜଗନ୍ନାଥ ପୁର ଏମ ଆଇ ଡିଭିଜନ କେନାଲ ବନ୍ଦ ନେଇ ଚାଷୀ ଚିନ୍ତା ରେ

କୋଲନରା : ୦୧/୦୭ : ବର୍ତ୍ତମାନ ଆଷାଢ଼ ମାସ ଚାଲୁ ଥିବା ବେଳେ ଚାଷ ବାସ ର ସମୟ । ଚାଷୀମାନେ ହସ ଖୁସିରେ ଫସଲ ଅମଳ କରିବା ପାଇଁ ଜୀବନ କୁ ବାଜି ଲଗାଇ ମାଟି ମାଆ ସହ ଲଢେ଼ଇ କରି ନିଜର ପରିବାର ପ୍ରତିପୋଷଣ କରିବାକୁ ବ୍ୟାକୁଳ ଥିବାବେଳେ ଚାଷୀ ଙ୍କ ମନରେ ଗଭୀର ଆଘାତ ଦେଇଛି ପାଇପ ଲାଇନ କାମ ।ଏ ଜଗନ୍ନାଥ ପୁର ଏମ ଆଇ ଡିଭିଜନ ଡ୍ୟାମ ପ୍ରକଳ୍ପ କୈଳାଶପୁର ମୌଜା ରେ ହୋଇ ଥିବା ବେଳେ ମୁକୁନ୍ଦପୁର ପୁର ଗ୍ରାମ ପଞ୍ଚାୟତ ର କିଛି ଚାଷୀ ମାନେ ଏହି ପ୍ରକଳ୍ପର ପାଣି ବ୍ୟବହାର କରି ଫସଲ ଅମଳ କରୁଛନ୍ତି । ରାଜ୍ୟ ସରକାର ଲୋକଙ୍କ ସମସ୍ୟା ବୁଝୁଛନ୍ତି ।କେତେବେଳେ ବୁଝୁଛନ୍ତି କାହାରିକୁ ବୁଝା ପଡୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ହେବ ପ୍ରକଳ୍ପ କାର୍ଯ୍ୟ ହୋଇଥିଲା ।ସେହି ଡ୍ୟାମ ବର୍ତ୍ତମାନ ସଚନିୟ ଅବସ୍ଥାରେ ଅଛି । ଡ୍ୟାମ ରୁ ପଙ୍କ ଉଦ୍ଧାର ହେଉଛି ନା ଡ୍ୟାମ ସହ କେନାଲ ମରାମତି ହେଉଛି । ଏହି ଡ୍ୟାମ ଉପରେ ନିର୍ଭର କରି ଆସୁ ଥିବା ଗୃହ ପାଳିତ ପଶୁପକ୍ଷୀ ଓ ଚାଷୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ।ଆଷାଢ଼ ମାସର ବର୍ଷା କୁ ପୁଣି ପାଇପ ଲାଇନ କାର୍ଯ୍ୟ କରୁଥିବା ଅଧିକାରୀ ମାନେ ଆମ୍ଭ ମାନଙ୍କ ପେଟ ମାରିଦେଲେ ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଯେଉଁ କେନାଲ ଦେଇ ବିଲ ବାଡ଼ କୁ ପାଣି ଯାଇଥାନ୍ତା ସେହି କେନାଲ ପାଇପ ଲାଇନ କାର୍ଯ୍ୟ କରୁଥିବା ଠିକାଦାର ପତି ଦେଇଛନ୍ତି । କି ଭଳି ଆମ ବିଲ କୁ ପାଣି ଆସିବ ସେ ନେଇ ଚିନ୍ତାରେ ମୁକୁନ୍ଦପୁର ପଞ୍ଚାୟତ ର ଚାଷୀମାନେ। ଏହି ସମସ୍ୟା ନେଇ କାହାକୁ ଗୁହାରି କରିବୁ ଆମେ ଜାଣି ପାରୁନାହୁଁ ବୋଲି କହିଛନ୍ତି । କେତେ ଏକର ଜମି କୁ ପାଣି ମାଡୁଥିବା ନେଇ କୈଳାଶପୁର ରାଜସ୍ୱ ନିରୀକ୍ଷକ ଅଗ୍ନି ଶବର ଙ୍କୁ ଯୋଗା ଯୋଗ କରିବାରୁ ସେ କହିଲେ କି ପ୍ରାୟ ଶହ ଶହ ଏକର ଜମି କୁ ପାଣି ମାଡୁଥିବା କହିଥିଲେ । କେନାଲ ବନ୍ଦ ଏବଂ ପଙ୍କ ଉଦ୍ଧାର ସମସ୍ୟା ନେଇ ଏମ ଆଇ ଡିଭିଜନ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗା ଯୋଗ କରୁବାରୁ କୌଣସି ଉତ୍ତର ମିଳିପାରି ନ ଥିଲା ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆଗାଁର ହୁଟୁବସାହି ରାସ୍ତା କାଦୁଅ ପଚ ପଚ

masiha

ବଲାଣି ଖଣି କଲୋନୀରେ ଚୋରି ମାମଲା; ୪୮ ଘଣ୍ଟାରେ ୨ ଅଭିଯୁକ୍ତ ଗିରଫ

Sunil Chandra Nayak

ବ୍ଲକ ଆଦିବାସୀ ସଂସ୍କୃତି ଭବନ ର ଭିତ୍ତି ପ୍ରସ୍ତର ସ୍ଥାପନ 

Sunil Chandra Nayak

Leave a Comment

error: Content is protected !!