ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶନିଶ୍ଚର ଦେବଙ୍କ ୫ମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୂତି

 ଢେଙ୍କାନାଳ, ତା.୨୫.୦୪.୨୦୨୩ରିଖ : ଢେଙ୍କାନାଳ ରାଧାକୃଷ୍ଣ ବଜାରସ୍ଥିତ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ୫ମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ଦିବସରେ କଳସଯାତ୍ରା, ଅଧିବାସ ପୂଜା, ମଣ୍ଡଳାଧିବାସ ଓ ଅଗ୍ନିସଂସ୍କାର ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିବସରେ ମଙ୍ଗଳା ଆଳତି, ଗୁରୁପୂଜା, ଗୋ-ପୂଜା, ସୂର୍ଯ୍ୟ ପୂଜା, ମଣ୍ଡଳାଦି ପୂଜା ଓ ହୋମ ଓ ଆଳତୀ ଅନୁଷ୍ଠିତ ହେବ । ଆସନ୍ତା ୨୫ ତାରିଖ ତୃତୀୟ ଦିବସରେ ଶନିଶ୍ଚର ଦେବଙ୍କ ଯଜ୍ଞ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି ପୂଜକ ରୁଦ୍ରନାରାୟଣ କବିଶତପଥୀଙ୍କ ସହିତ ଅଭିଷେକ ଆଚାର୍ଯ୍ୟ, କର୍ତା ଶେଷଦେବ ରାଉତ, କର୍ତୀ ପ୍ରମିଳା ରାଉତଙ୍କ ସହିତ ବନିୟ, ନନ୍ଦ କିଶୋର, ଜ୍ୟୋତ୍ସ୍ନାମୟୀ ଏବଂ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୂଜା ବିଧ୍ବ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁ ବ୍ଲକର ସମସ୍ତ ଆଦିବାସୀ ଗାଁ ରେ ହିରେଇ ପର୍ବ ଧୁମଧାମରେ ପାଳନ ପାଇଁ ପାରମ୍ପରିକ ଭାବେ ପୂଜା ସହିତ ଶୁଭାରମ୍ଭ

Sunil Chandra Nayak

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ପ୍ରଥମ ଦିନରେ ବ୍ୟାପକ ପଟୁଆର ସହ ସୁନାପାଙ୍ଗା ପରିଭ୍ରମଣ 

Sunil Chandra Nayak

ରାଇରଙ୍ଗପୁରରେ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ପୂର୍ଣ୍ଣାହୁତି ଉଦଯାପିତ

Sunil Chandra Nayak

Leave a Comment

error: Content is protected !!