ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଡେପୁଟେସନ୍‌କୁ ବିରୋଧ କରି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

 ଢେଙ୍କାନାଳ, ତା.୨୫.୦୪.୨୦୨୩ରିଖ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ବେଗା ଗ୍ରାମପଂଚାୟତର ଛାତ୍ରଛାତ୍ରୀ, ଅଭିଭାବକ ଓ ଅଂଚଳବାସୀ ଶିକ୍ଷକ ଡେପୁଟେସନକୁ ଯାଉଥିବାରୁ ଜିଲ୍ଲାପାଳଙ୍କ ପାଖରେ ସ୍ଥାନୀୟ ସରପଂଚ ରାଉଲ୍‌ୟ ମହାଳିକଙ୍କ ନେତୃତ୍ବରେ ଲିଖିତ ଗୁହାରୀ ଜଣାଇଛନ୍ତି। ପ୍ରକାଶ ଥାଉକି ବେଗା ଗ୍ରାମପଂଚାୟତରେ ଏକମାତ୍ର ଉଚ୍ଚ ବିଦ୍ୟାଳୟ ଅଟେ । ଏହି ଅଂଚଳର ଜନସାଧାରଣ ଏକ ଆଦିବାସୀ ଓ ଦୁର୍ବଳ ଆର୍ଥିକ ଶ୍ରେଣୀର ଜନସଂଖ୍ୟା ବିଶିଷ୍ଟ ପଂଚାୟତ । ପ୍ରାୟ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରିଥାନ୍ତି । ଏଠାକାର ଅଭିଭାବକମାନେ ପିଲାମାନଙ୍କୁ ଘରୋଇ ଟ୍ୟୁସନ୍ ଦେବାକୁ ଅକ୍ଷମ ଅଟନ୍ତି । ପିଲାସଂଖ୍ୟା ଦୃଷ୍ଟିରୁ ବିଦ୍ୟାଳୟରେ ଅତିରିକ୍ତ ଶିକ୍ଷକ ଆବଶ୍ୟକ ଥିବାବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୁମାର ସାହୁଙ୍କୁ ଜିଲ୍ଲା ଶିକ୍ଷାଧୁକାରୀ ଅନ୍ୟତ୍ର ଡେପୁଟେସନ୍‌ରେ ପଠାଇଛନ୍ତି । ଯଦି ଶିକ୍ଷକ ଅନ୍ୟତ୍ର ଡେପୁଟେସନ୍‌ରେ ଯାଆନ୍ତି ତେବେ ବିଦ୍ୟାଳୟର ପାଠପଢା ଅଚଳ ହୋଇଯିବ ବୋଲି ପଂଚାୟତବାସୀ ଜଣାଇଛନ୍ତି । ତେଣୁ ପଂଚାୟତବାସୀମାନେ ଅଦ୍ୟ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଭେଟି ଡେପୁଟେସନ୍‌ରେ ପଠାଉଥିବା ଜିଲ୍ଲା ଶିକ୍ଷା ନିରୀକ୍ଷକଙ୍କ ପତ୍ର ସଂଖ୍ୟା – ୩୬୬୮, ତା.୧୨.୦୪.୨୦୨୩କୁ ପ୍ରତ୍ୟାହର କରି ଶିକ୍ଷକ ବିଜୟ କୁମାର ସାହୁଙ୍କୁ ବେଗା ଉଚ୍ଚ ବିଦ୍ୟାଳୟରେ ଅଧ୍ୟାପନା କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ପଂଚାୟତବାସୀ ଗୁହାରୀ ଜଣାଇଛନ୍ତି । ଅନ୍ୟଥା ଏହା ନହେଲେ ବିଦ୍ୟାଳୟରେ ତାଲ ପକାଇବା ସହିତ ଅହୋରାତ୍ର ଧାରଣାରେ ବସିବେ ବୋଲି ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏହି ପତ୍ର ପ୍ରଦାନ ବେଳେ ପଂଚାୟତର ପ୍ରବୀର ରାଉତ, ସମୀର ସାହୁ, ତ୍ରିନାଥ ବେହେରା, ସନ୍ତୋଷ ସାହୁ, ଶରତ ଚନ୍ଦ୍ର ସାହୁ, ସୁଲଭ ଚନ୍ଦ୍ର ନୟକଙ୍କ ସମେତ ବହୁ ପଂଚାୟତବାସୀ ଉପସ୍ଥିତ ଥିଲେ । ଏହି ଖବର ଶୁଣି ଢେଙ୍କାନାଳରେ ରହୁଥିବା ତଥା ବେଗା ପଂଚାୟତର ଅଧିବାସୀ ଇଂ. ବାବୁଚାନ୍ଦ ମହାଳିକ ଓ ତାଙ୍କ ପତ୍ନୀ ନିରୋଜ ନଳିନୀ ମହାଳିକ ପଂଚାୟତବାସୀଙ୍କୁ ସହଯୋଗ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ମେରାମଣ୍ଡଳୀ ରେଲୱେ ଷ୍ଟେସନର ରେଲୱେ ଟ୍ରାକ ରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର 

Sunil Chandra Nayak

ଅନ୍ତଜିଲ୍ଲା ଅନୁଭୂତି ପରିଦର୍ଶନ ସକାଶେ ନବରଙ୍ଗପୁର ଜିଲ୍ଲା କିଶୋରୀ ମାନଂକ ଭୁବନେଶ୍ୱର ଗସ୍ତ 

Sunil Chandra Nayak

ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!