ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟପାଳଙ୍କ ଉଦ୍ୟେଶ୍ୟରେ ଦାବିପତ୍ର

କାମାକ୍ଷାନଗର(ମ ନି ସ)24/4/23 //ସମ୍ବଲପୂର ସହରରରେ ଗତ ୧୨ ତାରିଖରେ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତି ଅବସରରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ସମୟରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ପଥରମାଡ,ଖଣ୍ଡା ଓ ଛୁରୀରେ ଆକ୍ରମଣ କରିବା ସହ ପୋଡାଜଳା,ବାଇକକୁ ଭଙ୍ଗାରୁଜା କରିଥିଲେ।ଏହା ଫଳରେ କିଛି ଦିନ ଧରି ସହରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହାକୁ ବିରୋଧ କରି ଆଜି କାମାକ୍ଷାନଗର ହିନ୍ଦୁ ସମାଜ ତରଫରୁ ଶତାଧିକ ଲୋକ ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ସହରରେ ଶାନ୍ତି ଫେରାଇବା ଆଣିବା ସହ ଲୋକମାନେ ସୂରକ୍ଷିତ ଭାବେ ଜିବନଯାପନ କରି ପାରିବେ ଓ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।ଏହି ଘଟଣାକୁ ନେଇ ସହରରେ ଇଣ୍ଟରନେଟ କନେକସନ ମଧ୍ୟ ବନ୍ଦ କରାଯାଇଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ବିଜେଡିର ପାଲଟା ଜବାବ ପୂର୍ବରୁ ପାରିତ ମହିଳା ସଂରକ୍ଷଣ ବିଲ୍ କୁ ଲାଗୁ କରିବାରେ ବିଜେପି ଟାଳଟୁଳ ନୀତି ଅବଲମ୍ୱନ କରୁଛି: ବିଜେଡି

ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୧୪ଟିରେ ସ୍ଥାୟୀ କୁଳପତି ନଥିବା ପ୍ରସଙ୍ଗ , ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

Sunil Chandra Nayak

ନବରଙ୍ଗପୁର ଜିଲା ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଓ ନବବର୍ଷ ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!