ପ୍ରବଳ ହଟ୍ଟଗୋଳ ରେ ସରିଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ରେ ଅନସ୍ତା ଭୋଟିଂ ,
ଭୋଟ ଦେଲେ ବିଜେଡିର ୧୦ଜଣ ପାରିଷଦ
ଜୁନାଗଡ଼ ୨୭/୦୮ ( ମନିସ )କଳାହାଣ୍ଡି ଜିଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାଵ ଭୋଟ ପ୍ରବଳ ହଟ୍ଟଗୋଳ ମଧ୍ୟରେଙ୍କ ଅନୁଷ୍ଟିତ ହୋଇଯାଇଛି। ୧୨ ଟି ୱାର୍ଡ ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡିର ୧୦ ଜଣ କାଉନସିଲରଙ୍କ ସମେତ ବିଜେପିର ୨ ଜଣ କାଉନସିଲର ରହିଛନ୍ତି l ବିଜେପିର
ଅଧକ୍ଷ ମୁକେଶ ଅଗ୍ରୱାଲ ଥିବା ବେଳେ ବିଜେଡିର ୧୦ ଜଣ କାଉନସିଲର ବିଜେପି ଅଧକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ l ଦୁଇ ଦୁଇଥର ତାରିଖ ଘୁଞ୍ଚିବାପରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ଅତିରିକ୍ତଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ ମହାରଣାଙ୍କ ଉପସ୍ଥିତି ରେ ସମସ୍ତ ୧୦ ଜଣ ବିଜେଡି କାଉନସିଲର ଅନାସ୍ତା ଭୋଟିଂ ରେ ଅଂଶଗ୍ରହଣ କରିଥିଲେ l ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳ ଆଜି ସକାଲ ୧୧ ଟା ରେ ସମୟ ଧାର୍ଯ୍ୟ କରିଥବା ବେଳେ ଭବାନୀପାଟଣା ଜୁନାଗଡ଼ ଜାରିଙ୍ଗଛକ ଠାରେ ରାସ୍ତାରୋକ ଯୋଗୁଁ ନିର୍ବାଚନ ଅଧିକାରୀ ପହଂଚିବାରେ ଡେରି ହୋଇଥିଲା । ଯାହା ଫଳରେ ବିଜେପି ସମର୍ଥକ ମାନେ ଜୁନାଗଡ଼ ଅଞ୍ଚଳ ପରିଷଦ କାର୍ଯାଳୟ ଗେଟ ସାମ୍ନାରେ ନିର୍ବାଚନ ଅଧିକାରୀଙ୍କୁ ଅଟକ ରଖିଥିଲେ । ଫଳରେ ବିଜେପି ଏବଂ ବିଜେଡି ସମର୍ଥକ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଦେଖା ଦେଇଥିଲା l ପରେ ପୋଲିସର ହସ୍ତକ୍ଷେପରେ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ଭିତରକୁ ଆସିଥିଲେ ପରେ ଅନାସ୍ଥା ଭୋଟିଙ୍ଗ ଆଗତ ହୋଇଥିଲା l
ଏହି ବିଂଜ୍ଞାପିତ ଅଞ୍ଚଳ ପରିଷଦରେ ଅଧକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ଥାବ ଆଣିବାପରେ ପରେ ପୂର୍ବରୁ ଭୋଟ ପାଇଁ ଦୁଇ ଥର ଦିନ ସ୍ଥିର ହୋଇଥିଲା। କିନ୍ତୁ ନିର୍ବାଚନ ଅଧିକାରୀଙ୍କ ଅନୁପସ୍ଥିତି ଲାଗି ଦୁଇ ଥର ବାତିଲ ହୋଇଥିଲା । ବର୍ତ୍ତମାନ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଧେଶ ଅନୁଯାୟୀ ତୃତୀୟ ଥର ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ପାରି ଥିବାରୁ ବିଜୁ ଜନତା ଦଳ ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ନିର୍ବାଚନ ଅଧିକାରୀ ଫଳାଫଳ ସଂକ୍ରାତରେ କୌଣସି ସୂଚନା ଦେଇନଥିଲେ ମଧ୍ୟ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ ଅଧକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୁଦ୍ଧରେ ବିଜେଡି କାଉନସିଲର ମାନେ ଭୋଟ ଦେଇ ବିଜେପି ଅଧକ୍ଷକଙ୍କୁ ଆସନରୁ ହଟାଇବାରେ ସଫଳ ହୋଇଥିବା ଜଣାପଡିଛି। ଜୁନାଗଡ ଏନଏସିରେ ଅନାସ୍ଥା ଭୋଟ ପ୍ରସଙ୍ଗ ଅତ୍ୟନ୍ତ ରୋଚକପୂର୍ଣ୍ଣ ଥିଲା। କାରଣ ଦୁଇ ଦୁଇଥର ଭୋଟ ତାରିଖ ଘୁଞ୍ଚିବା ପରେ ବିଜେଡି କାଉନସିଲରମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଉଚ୍ଚ ନ୍ୟାଳୟର ନିର୍ଦେଶ ଦେବାପରେ ତାରିଖ ପରିବର୍ତ୍ତନ ପାଇଁ କୌଣସି ଚାରା ନଥିବା ବେଳେ। ତୃତୀୟ ତାରିଖରେ ଅନାସ୍ଥା ପ୍ରସ୍ଥାବ ଭୋଟ ବିଜେଡି ମାହୋଲରେ ବିଜୟ ଆଣିଥିବା କୁହାଯାଇଛି। ଏଥିନେଇ ବିଜେଡି ଶିବିରରେ ଉଷାହ ର ମହୋଲ ଦେଖାଯିବା ସହ ପରସ୍ପର ମଧ୍ୟରେ ମିଠା ବାଣ୍ଟି ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି।
ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍


