ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବନ୍ଧୁଗାଁ ବିଜେପି ପକ୍ଷରୁ ଆଜି ବନ୍ଧୁଗାଁ ବ୍ଲକ କୁ ଘେରାଉ କରାଯାଇଛି । ତହସିଲଦାର ଅଫିସ୍ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ । କେନ୍ଦ୍ର ବିଜେପି ଆଦିବାସୀ ମର୍ଚା ସାଧାରଣ ସମ୍ପାଦକ କାଳି ଚରଣ ମାଝି ନେତୃତ୍ୱରେ ବ୍ଲକ ସମ୍ମୁଖରେ ଆସି ବିକ୍ଷୋଭ ପ୍ରଦର୍ଶନ କରି ବନ୍ଧୁଗାଁ ବିଡ଼ିଓଙ୍କ ଆକାଶ ପଟ୍ଟନାୟକ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିଜେପି ଦଳ ପକ୍ଷରୁ ଅଭିଯୋଗ କରିଛନ୍ତି ଯେ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରେ ଯେଉଁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଉ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ । ଏଥିରେ ବନ୍ଧୁଗାଁ ବିଜେପି ମଣ୍ଡଳ ସଭାପତି ବିଜୟ ରୁଙ୍କାନା ଏବଂ କୁମ୍ବାରିପୁଟ ମଣ୍ଡଳ ସଭାପତି ମକରଧ୍ବଜ ଖରା ଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ମାନେ ସାମିଲ ହୋଇଥିଲେ। ଅଗସ୍ତି ହାଲବା ଜିଲ୍ଲା ସଂମ୍ପାଦକ, ,ସିତାରାମ କେଣ୍ଡୁରୁକା ଜିଲ୍ଲା ଆଦିବାସୀ ମର୍ଚା ଉପସଭାପତି, ରମେଶ ଖୋସଲା ରାୟଗଡ଼ା ଜିଲ୍ଲା ଆଦିବାସୀ ମର୍ଚା ଉପସଭାପତି,ତପି ଟେଣ୍ଟା ବାରିଆ ବନ୍ଧୁଗାଁ ମଣ୍ଡଳ ସଭାପତି, ମଗଂଳମଣି ତୁରୁକୁ ଜିଲ୍ଲା ସଂଖ୍ୟା ଲଘୁ ସଭାପତି, ନିଳକଣ୍ଠ ହାଲୁବା ଲଖ୍ମିପୁର ସଭାପତି, ସଞ୍ଚୟ ବିଡକା ନାରାୟଣପାଟଣ I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଯୁବକଂଗ୍ରେସ ପୂର୍ଣ୍ଣାଙ୍ଗ କମିଟିରେ ତେନ୍ତୁଳିଖୁଣ୍ଟି ରୁ ଦୁଇ ଜଣ : ବ୍ଲକ ଯୁବକଂଗ୍ରେସ ହେଲେ ପଙ୍କଜ

Sunil Chandra Nayak

ନୂଆପଡା ଉପନିର୍ବାଚନ ପ୍ରଚାରରେ ଯାଜପୁରର ଯୁବନେତା ସଂଗ୍ରାମ ପାତ୍ର !ସାଂସଦଙ୍କ ସହ ଘରେଘରେ ଭୋଟ ସଂଗ୍ରହ ଅଭିଯାନରେ ସାମିଲ 

Sunil Chandra Nayak

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ଶିବିର

masiha

Leave a Comment

error: Content is protected !!