ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5 T ସଚିବଙ୍କ ନାରାୟଣପାଟଣା ଗସ୍ତ

ବନ୍ଧୁଗାଁ ତା ୪.୨୩,  // ଗତକାଲି ମୁଖ୍ୟମନ୍ତ୍ରୀ ନାରାୟଣପାଟଣା ପାଇଁ ଶିକ୍ଷା,ସ୍ଵାସ୍ଥ୍ୟ ରାସ୍ତା, ପାନୀୟ ଜଳ, ସମସ୍ୟା ଦୂର କରିବାକୁ କୋଟି କୋଟି ଟଙ୍କାର ପ୍ରକଳ୍ପ ର ଶିଳାନ୍ୟାସ କରିଥିବା ବେଳେ ଆଜି ସ୍ୱତନ୍ତ୍ର ବିମାନ ଯୋଗେ 5T ସଚିବ ଭି.କେ ପାଣ୍ଡିଆନ୍ ଏବଂ ବରିଷ୍ଠ ପ୍ରାଶାସନିକ ଅଧିକାରୀ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ ନାରାୟଣପାଟଣା ରେ ପହଞ୍ଚି ଥିଲେ। 5T ସଚିବ ପ୍ରଥମେ ନାରାୟଣପାଟଣା ର ପାଞ୍ଚ ସହ ବର୍ଷ ର ଐତିହାସିକ ତଥା ପୁରାତନ ଜଗନ୍ନାଥ ମନ୍ଦିରରେ ଜାଇ ବୁଲି ଦେଖି ଥିଲେ ଓ ଅର୍ଦ୍ଧ ନିର୍ମିତ ନୂତନ ମନ୍ଦିର କୁ କେମିତି ଖୁବ୍ ଶୀଘ୍ର କାମ ହବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଇଥିଲେ। ପରେ ଶ୍ରୀ ପାଣ୍ଡିଆନ୍ ଦୀର୍ଘ ୨୩ ବର୍ଷ ଧରି ଅପେକ୍ଷା କରି ଆସୁଥିବା ୧୮୪ କୋଟି ୪୪ ଲକ୍ଷ ଟଙ୍କାର ଚିନ୍ତଗୁଡ଼ା ର ଝଂଜାବତି ବ୍ୟlରେଜ୍ ପରିଦର୍ଶନ କରିଛନ୍ତି। ଦୁଇ ବର୍ଷ ଭିତରେ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଧେଶ ଦେଇ ଦଣ୍ଡାବାଡି ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଭ୍ରମଣ କରି ମଧ୍ୟାହ୍ନ ଭଜନ, ସ୍କୁଲ କୋଠା ବୁଲି ଦେଖିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସମସ୍ତେ ବଡ଼ ସ୍ବପ୍ନ ଦେଖିବ ଆଇ ଏସ, ଡକ୍ଟର, ହେବାକୁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Sunil Chandra Nayak

ରାୟଗଡ଼ ଜିଲ୍ଲା ଚଇତି 23କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ 

masiha

ଝରିଗାଁ ବ୍ଲକ ବଣିକ ସଂଘ ଗଠନ 

masiha

Leave a Comment

error: Content is protected !!