ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାଧାରଣ ନିର୍ବାଚନ ଆଖି ଆଗରେ ରଖି ଓଡ଼ିଶାରେ ଜୋରଦାର ପ୍ରସ୍ତୁତି ହେଉଛି ଆପ୍

ନବରଙ୍ଗପୁର,୨୪/୪(ମସିହା) ୨୦୨୪ ନିର୍ବାଚନ କୁ ଆଖି ଆଗରେ ରଖି ସବୁ ରାଜନୈତିକ ଦଳ ଅଣ୍ଟା ଭିଡ଼ି ଥିବା ବେଳେ ଆମ୍ ଆଦମୀ ପାର୍ଟି ମଧ୍ୟ ଦିଲ୍ଲୀ ଭଳି ଯାଗାରେ ବିଜେପି କୁ ପଛରେ ପକେଇ ଶିକ୍ଷା ସ୍ବାସ୍ଥ୍ୟ ବିଜୁଳି ପାଣି ଓ ରୋଜଗାର ର ସଫଳ ରାଜନୀତି କରି ତିନି ତିନି ଥର ସରକାର କୁ ଆସିବା ପରେ ପଞ୍ଜାବ ରେ ମଧ୍ୟ ସରକାର୍ ଗଠନ କରିବାରେ ଦଳ ସଫଳ ହେବା ସହିତ ମାତ୍ର ୧୦ ବର୍ଷ ଭିତରେ ଜାତୀୟ ଦଳର ମାନ୍ୟତା ପାଇ ସାରିଛି। ଏହି ପରିପେକ୍ଷୀ ରେ ଆମ୍ ଆଦମୀ ପାର୍ଟିର ନଜର ଏବେ ଓଡ଼ିଶାରେ। ଓଡ଼ିଶାରେ ମଧ୍ୟ ଦିଲ୍ଲୀ ଭଳି ଶିକ୍ଷା ସ୍ବାସ୍ଥ୍ୟ ବିଜୁଳି ପାଣି ଓ ରୋଜଗାର ର ମୁଦ୍ଦା କୁ ନେଇ ଦଳ ଆଗେଇ ଆସିଛି। ଆସନ୍ତା ମାସ ୪ତାରିଖ ଦିନ ଜାତୀୟ ସଂଗଠନ ମହାମନ୍ତ୍ରି ଡାକ୍ତର ସନ୍ଦୀପ ପାଠକ ଓ ଓଡ଼ିଶା ରାଜ୍ୟ ପ୍ରଭାରୀ ବିରେନ୍ଦ୍ର ସିଂ କାଡ଼ିଆନ ଙ୍କ ଓଡିଶା ଗସ୍ତ ଥିବା ବେଳେ ଅନେକ ଜିଲ୍ଲା ରେ ଯୁବ ନେତୃତ୍ବ କୁ ଗୁରୁତ୍ଵ ଦେବା ସହିତ ନୂଆ ଯୁବ ପୀଢ଼ି ଙ୍କୁ ନେତୃତ୍ବ ଦେବାରେ ଅଣ୍ଟା ଭିଡ଼ି ଛନ୍ତି ଦଳର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର। ସେହି ଭଳି ଭାବରେ କଳାହାଣ୍ଡି ଜିଲ୍ଲା ରେ ମଧ୍ୟ ନୂତନ ଜିଲ୍ଲା କମିଟି ଘୋଷଣା କରିବା ସହିତ ସତ୍ୟ ମାହାର ଙ୍କୁ ନୂତନ ଜିଲ୍ଲା ଆବାହକ ଦାୟିତ୍ଵ ଦେଇଥିବା ବେଳେ ଯୁବ ନେତୃତ୍ୱ ତଥା ଦଳର ସାଂଗଠନିକ ଦିଗରେ କାମ କରି ଆସୁଥିବା କୃତିବାସ ମୁଣ୍ଡ ଙ୍କୁ କଳାହାଣ୍ଡି ଲୋକସଭା କ୍ଷେତ୍ର ର ନୂତନ ସଂଯୋଜକ ଭାବରେ ଦଳ ତାଙ୍କୁ ଦାୟିତ୍ଵ ଦେଇଛି। ଦାୟିତ୍ଵ ମିଳିବା ପରେ ଶ୍ରୀ କୃତିବାସ ମୁଣ୍ଡ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଦଳ ଯେତେବେଳେ ଯାହା ଦାୟିତ୍ଵ ଦେବ ତାକୁ ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମି ଭାବେ ବହନ କରିବା ସହିତ ଦଳ ପାଇଁ ମୁଁ ନିଷ୍ଠା ସହ କାର୍ଯ୍ଯ କରିବି କାହିଁକି ନା ଆମ୍ ଆଦମୀ ପାର୍ଟି ମୋ ପାଇଁ ଗୋଟେ ପାର୍ଟି ନୁହଁ ବରଂ ମୋ ପରିବାର, ମୋ ପରିବାର ପାଇଁ ମୋତେ କିଛି କରିବାର ସୁଯୋଗ ଦେଇଥିବାରୁ ମୁଁ ମୋ ଜନ୍ମ ମାଟି କଳାହାଣ୍ଡି ମାଟି ର ସମସ୍ତ ଜନ ସାଧାରଣ ଙ୍କୁ, ଆମ୍ ଆଦମୀ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ବନ୍ଧୁ ମାନଙ୍କୁ, ରାଜ୍ୟ କମିଟି ର ସମସ୍ତ ନେତ୍ରୁ ମଣ୍ଡଳୀ କୁ ଏହି ପଦବୀ ର ସବୁ ଶ୍ରେୟ ଦେବା ସହିତ ମୋ ଭଳି ଜଣେ ସାଧାରଣ ବ୍ୟକ୍ତି ଉପରେ ଆସ୍ଥା ପ୍ରକଟ କରିଥିବାରୁ ଆମ ସମସ୍ତଙ୍କ ପ୍ରିୟ ତଥା ମୋ ରାଜନୈତିକ ଗୁରୁ ଓଡ଼ିଶା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଙ୍କୁ ମୋ ତରଫରୁ ହୃଦୟ ରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରୁଛି ବୋଲି ପ୍ରକାଶ କରିଥିଲେ ,ଏବଂ ପରିଶେଷରେ ସମସ୍ତ ଜନ ସାଧାରଣ ଙ୍କ ପାଇଁ ଗୋଟିଏ ନିବେଦନ କରି କହିଥିଲେ ଯିଏ ଯେ କୌଣସି ଦଳର ହୁଅନ୍ତୁ ନା କାହିଁକି ଆମେ ସମସ୍ତଙ୍କୁ ସମ୍ମାନ ଦେଉଛୁ କିନ୍ତୁ ଓଡ଼ିଶାରେ ଯଦି ଆମକୁ ଦିଲ୍ଲୀ ଭଳି ସୁବିଧା ଦରକାର, ଉଚ୍ଚ ମାନର ଶିକ୍ଷା ସ୍ବାସ୍ଥ୍ୟ ବିଜୁଳି ପାଣି ଓ ରୋଜଗାର ଦରକାର, ମାଁ ମାନଙ୍କ ପାଇଁ ବସ ଯାତ୍ରା ଦେୟମୁକ୍ତ ଦରକାର, ବାର୍ଦ୍ଧକ୍ୟ ଭତ୍ତା ୨ହଜାର ୫ଶହ ଦରକାର, ଯୁବ ପୀଢ଼ି ଙ୍କୁ ଯଦି ଚାକିରି ପାଇବା ପର୍ଯ୍ୟନ୍ତ ସରକାରୀ ସହାୟତା ଦରକାର, ମାଁ ମାନେ କାହା ଉପରେ ନିର୍ଭରଶୀଳ ନ ହୋଇ ମାସକୁ ୧୮ ବର୍ଷ ର ଉର୍ଦ୍ଧ ମାଁ ଭଉଣୀ ମାନଙ୍କୁ ଯଦି ମାସିକ ୧ ହଜାର ଟଙ୍କା ସହାୟତା ରାଶି ଦରକାର ତାହେଲେ ସମସ୍ତେ ଏକତ୍ରିତ ହୋଇ ଆମ୍ ଆଦମୀ ପାର୍ଟି କୁ ଥରେ ସୁଯୋଗ ଦିଅନ୍ତୁ ବୋଲି ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା କଳାହାଣ୍ଡି ଲୋକସଭା ସଂଯୋଜକ ଶ୍ରୀ କୃତିବାସ ମୁଣ୍ଡ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲା ର ଆପ୍ ଜିଲ୍ଲା ସଭାପତି ମଧ୍ୟ ନୂତନ ଦାୟିତ୍ଵ ନେବାରୁ ନବରଙ୍ଗପୁର ଜିଲ୍ଲା କର୍ମକର୍ତ୍ତା ତରଫରୁ ଶୁଭେଚ୍ଛା ଜଣାଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଡାବୁଗାଁରେ ସାଧାରଣ ନିର୍ବାଚନ ଭୋଟଦାନ ଶେଷ 

masiha

ଜିଲ୍ଲା କଂଗ୍ରେସ କିଷାନ ସେଲ ର ଚିଠା ପ୍ରସ୍ତୁତ ବୈଠକ

Sunil Chandra Nayak

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦ ଯାତ୍ରା

masiha

Leave a Comment

error: Content is protected !!