ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ  ବ୍ୟାପକ ଅନିୟମିତତା , ବି ଡି ଓ ଙ୍କୁ ସ୍ମାରକ ପ୍ରଦାନ

ଭବାନୀପାଟଣା:(ମ ନି ସ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାରେ ଅନିୟମିତତାକୁ ନେଇ ସାରା ରାଜ୍ୟରେ ଗରିବ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଶ୍ରୁଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ଭବାନିପାଟଣା ବ୍ଳକରେ ମଧ୍ୟ ଏହି ସ୍ଥିତି । ବିଭିନ୍ନ ପଞ୍ଚାୟତରେ ସାମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ ଅନେକ ଗରିବ ହିତାଧିକାରୀଙ୍କର ଏଥିରେ ନାମ ନଥିବା ଯୋଗୁଁ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି । ଅଯୋଗ୍ୟ ହିତାଧିକାରୀଙ୍କୁ  ତାଲିକାରୁ ବାଦ ଦିଅ… ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଅ.. ଏହାର ବିରୋଧରେ ଆଜି ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଭବାନୀପାଟଣା ବ୍ଲକ ବି ଡି ଓ  ଙ୍କୁ ସ୍ମାରକ ପ୍ରଦାନ କରାଗଲା l ଏଥିରେ ଜିଲ୍ଲା ସଭାପତିଂକ ସମେତ ବିଜେପି ନେତ୍ରୀ ଡ. ସୁନୀତି ମୁଣ୍ଡ୍, ସନ୍ତୋଷ ବିଶି, ନରହରି ପଟ୍ଟନାୟକ, ରୋହିତ ଦୁର୍ଗା, ସଶାଂକ ଦାଶ, ଦୀପଜୋତି ମୁଣ୍ଡ ପ୍ରମୁଖଂକ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେମାନଙ୍କର ଦାବି ଅନୁଯାୟୀ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୨୭ଲକ୍ଷ ଘର ମାଗିଥିବା ସ୍ଥଳେ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପ୍ରଥମେ ୧୮ଲକ୍ଷ ଏବଂ ବର୍ତ୍ତମାନ ୯ଲକ୍ଷ ୫୮ହଜାର ଏପରି ସମୁଦାୟ ୨୭ ଲକ୍ଷ ୫୮ ହଜାର ଘର ମଞ୍ଜୁର କରିଛନ୍ତି । କିନ୍ତୁ ଯେଉଁ ଅଧିକାରୀ ମାନେ ଏହି ସର୍ଭେ କରିଥିଲେ ଏବଂ ବ୍ଲକରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ମାନଙ୍କର ପ୍ରିୟାପ୍ରୀତି ନୀତି ଯୋଗୁଁ ଅନେକ ନିସିହାୟ ଗରିବ ଲୋକଙ୍କର ନାମ ପଞ୍ଜିକରଣରୁ ବାଦ ଦିଆ ଯାଇଥିବା କୁହାଯାଉଛି । ଏବେ ତାଲିକା ପ୍ରକାଶନ ପରେ ନିଜ ଅଠାକୁ ଛଡେଇବା ପାଇଁ ଜନସାଧାରଣଙ୍କୁ ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାଇଁ ସୂଚନା ଦେବା ନିଷ୍ପତ୍ତି କେତେଦୂର ସମୁଚିତ । ଜଣେ ନିଷିହାୟ ଗରୀବ ଶ୍ରେଣୀୟ ଲୋକ କିପରି ଅଭିଯୋଗ ପାଇଁ ସାହାସ କରିବ । ବିଭାଗୀୟ ଅଧିକାରୀ କାହିଁକି ଦୋମୁହାଁ ନୀତି ଅବଲମ୍ବନ କରି ସାଧାରଣ ଜନତାଙ୍କ ଅଧିକାର ସହିତ ଖେଳୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି । ନିୟମାନୁଯାୟୀ ସରକାରୀ ଗାଇଡଲାଇନ ଅନୁସାରେ, ବାଇକ, ସ୍କୁଟି, ଫ୍ରିଜ୍‌‌, ମାସିକ୧୦ହଜାରରୁ ଅଧିକ ରୋଜଗାର, ସରକାରୀ ଚାକିରିଆ, ଲ୍ୟାଣ୍ଡଲାଇନ ଫୋନ, ଦୁଇ ଋତୁରେ ଚାଷ ହେଉଥିବା ୫ଏକରରୁ ଅଧିକ ଜଳସେଚନ ଜମି ଭଳି ୧୩ଟି ସର୍ତାବଳୀରେ ଅର୍ନ୍ତଭୂକ୍ତଥିବା ହିତାଧିକାରୀଙ୍କୁ ତାଲିକାରୁ ବାଦଦେବାକୁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ତାଲିକା ପ୍ରସ୍ତୁତହେଲେ ପ୍ରାୟ ୩ଲକ୍ଷ ହିତାଧିକାରୀ ଏଥିରୁ ବାଦ ପଡ଼ିବେ ବୋଲି ଆକଳନ କରାଯାଇଛି । ଯଦି ଏ ଅନିୟମିତତା ର ଆଶୁ ସମାଧାନ କରା ନ ଯାଏ ତେବେ ଆସନ୍ତା ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଜ୍ୟସରକାରଙ୍କ ଦୁର୍ନୀତି ,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନାରୀ ଅତ୍ୟାଚାର ଆଦି ବିରୁଦ୍ଧସର ତେନ୍ତୁଳିଖୁଣ୍ଟି ବ୍ଲକ ଘେରିଲା ବିଜେପି 

masiha

ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା 

masiha

ଏଆଇସିସି ସହ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ସଂଗଠନ ସୃଜନ ଅଭିଯାନ

Sunil Chandra Nayak

Leave a Comment

error: Content is protected !!