ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା = ରାମ ନବମୀ 

    ରାମ ନବମୀ 

                      ଶ୍ଯାମା ପ୍ରସାଦ୍ ବୋଷ୍ 

ରାମ ନବମୀ ର ମହତ୍ତ୍ୱ ବଖାଣେ 
ରାମଚନ୍ଦ୍ର ମହତ୍ତ୍ୱକୁ 
ରମ ଜନ୍ମ ହେଲେ ତ୍ରେତୟା ଯୁଗରେ
ପାପ ନାଶ କରିବାକୁ । 
ରାମ ନବମୀରେ ଅଯୋଧ୍ୟା ନଗରୀ 
ଦିବ୍ୟତ୍ବ ରେ ଭରିଗଲା 
ପ୍ରଭୁ ରାମଚନ୍ଦ୍ର ଜନମ ଲଭିଲେ 
ଅବତାର ପ୍ରକାଶିଲା । 
ସେ ରାମ ନବମୀ ପବିତ୍ର ଦିବସ 
ପ୍ରଭୁ ଅବତାର ନେଇ 
ଏ ଧରା ଭାରା କୁ ଉଶ୍ବାସ ପାଇଁକି 
ଆଶ୍ବାସନା ଥିଲେ ଦେଇ । 
ରାମ ନବମୀ ରେ ଅକାଳ ବୋଧନ 
ପ୍ରଭୁ ରାମଚନ୍ଦ୍ର କଲେ 
ଶକ୍ତି ସ୍ବରୂପୁଣୀ ମାଆ ନାରାୟଣୀ 
ପୂଜାରେ ସନ୍ତୋଷ ହେଲେ । 
ରମ ନବମୀ ରେ ସନ୍ତୁଷ୍ଟ ମାତା ଯେ 
ଅଭୟ ବରଦା ଦେଇ 
ରାବଣ ନିଧନେ ସହାୟ ହୋଇଲେ 
ରାମଚନ୍ଦ୍ରେ ତୋଷ ହେଇ । 

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 

 

ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା // ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ରଙ୍କନିଧି ସେଠୀ ଙ୍କ କବିତା // ଓମ୍ ନମଃ ଶିବାୟ

Sunil Chandra Nayak

ସୁଶ୍ରୀ ଚନ୍ଦ୍ରକଳା ଦେବୀ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

Leave a Comment

error: Content is protected !!