ରାମ ନବମୀ
ଶ୍ଯାମା ପ୍ରସାଦ୍ ବୋଷ୍
ରାମ ନବମୀ ର ମହତ୍ତ୍ୱ ବଖାଣେ
ରାମଚନ୍ଦ୍ର ମହତ୍ତ୍ୱକୁ
ରମ ଜନ୍ମ ହେଲେ ତ୍ରେତୟା ଯୁଗରେ
ପାପ ନାଶ କରିବାକୁ ।
ରାମ ନବମୀରେ ଅଯୋଧ୍ୟା ନଗରୀ
ଦିବ୍ୟତ୍ବ ରେ ଭରିଗଲା
ପ୍ରଭୁ ରାମଚନ୍ଦ୍ର ଜନମ ଲଭିଲେ
ଅବତାର ପ୍ରକାଶିଲା ।
ସେ ରାମ ନବମୀ ପବିତ୍ର ଦିବସ
ପ୍ରଭୁ ଅବତାର ନେଇ
ଏ ଧରା ଭାରା କୁ ଉଶ୍ବାସ ପାଇଁକି
ଆଶ୍ବାସନା ଥିଲେ ଦେଇ ।
ରାମ ନବମୀ ରେ ଅକାଳ ବୋଧନ
ପ୍ରଭୁ ରାମଚନ୍ଦ୍ର କଲେ
ଶକ୍ତି ସ୍ବରୂପୁଣୀ ମାଆ ନାରାୟଣୀ
ପୂଜାରେ ସନ୍ତୋଷ ହେଲେ ।
ରମ ନବମୀ ରେ ସନ୍ତୁଷ୍ଟ ମାତା ଯେ
ଅଭୟ ବରଦା ଦେଇ
ରାବଣ ନିଧନେ ସହାୟ ହୋଇଲେ
ରାମଚନ୍ଦ୍ରେ ତୋଷ ହେଇ ।
ଶ୍ଯାମା ପ୍ରସାଦ୍ ବୋଷ୍
ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି