ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାର ସାମ୍ୟ ହରାଇ ଵାଇକ୍ ଦୁର୍ଘଟଣାରେ ଯୁଵକ ଗୁରୁତର

ଭାର ସାମ୍ୟ ହରାଇ ଵାଇକ୍ ଦୁର୍ଘଟଣାରେ ଯୁଵକ ଗୁରୁତର

ରାଜନଗର -28.11.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହାତିନା ପଞ୍ଚାୟତ ମୁଗକଣି ନିକଟରେ ଅପରାହ୍ନ ପ୍ରାୟ 5.30 ସମୟରେ ବାଇକ ଦୁର୍ଘଟଣାରେ ଯୁବକ ତଳେ ଚେତା ଶୂନ୍ୟ ହୋଇ ପଡିଥିବା ଦେଖିବାକୁ ମିଳିଥିଲା।ସୂଚନା ଅନୁଯାଇ ଜମ୍ବୁ ରାମନଗର ଅଞ୍ଚଳର ଯୁବକ ତପନ ମଣ୍ଡଳ ଗୁପ୍ତିରେ ରାଜମିସ୍ତ୍ରୀ କାର୍ଯ୍ୟ ସାରି ରାମନଗର। ଘରକୁ ବାଇକ୍ ଯୋଗେ ଏକା ଫେରୁଥିଲା।ମୁହଁ ସନ୍ଧ୍ୟା ହୋଇ ଆସୁଥିଲା ଆଖିରେ ପୋକ ପଡିଯିବାରୁ ଭାରସାମ୍ୟ ହରାଇ ବାଇକ୍ ସହ ତପନ ତଳେ ପଡିଯାଇ ଚେତା ଶୂନ୍ୟ ହୋଇ ରାସ୍ତାରେ ପଡିଥିଲା।କିଛି ସମୟ ପରେ ଗୁପ୍ତି ଅଭିମୁଖେ ଯାଉଥିବା ଦୁଇଜଣ ଵାଇକ୍ ଆରୋହି ତପନ ଚେତାଶୂନ୍ୟ ହୋଇ ରାସ୍ତାରେ ପଡିଥିବା ଦେଖ ସେମାନେ ଗୁପ୍ତି ନ ଯାଇ ତପନକୁ ଚେତାଶୂନ୍ୟ ଅବସ୍ଥାର ତାଙ୍କ ବାଇକରେ ରାଜନଗର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ସେଠାରେ ଡାକ୍ତର ରଥ ଚିକିତ୍ସା କରିବା ପରେ ତପନର ଚେତା ଫେରିଥିଲା।ତପନ ଏବେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।ତପନଙ୍କର ଦୁର୍ଘଟଣା ସମନ୍ଧରେ ତାଙ୍କ ଘରକୁ ଖବର ଦିଆଯାଇଥିବା ସୂଚନା ମିଳିଛି।ତପନକୁ ମୃତ୍ଵ୍ୟ ମୁଖରୁ ବଞ୍ଚାଇ ମାନଵିକତାର ପରିଚୟ ଦେଇଛନ୍ତି ସୁନ୍ଦୁରିପାଳର ଦିଲିପ ଓ ତାଙ୍କ ସହଯୋଗି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଦିବ୍ୟ ହୃଦୟ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ମିଳୁନି ଆହାର

masiha

ଶିକ୍ଷା ବିଭାଗରେ କୋଟି କୋଟି ଟଂକା ଖର୍ଚ୍ଚ କାହା ସ୍ୱାର୍ଥରେ ? ଅବ୍ୟବସ୍ଥା ଘେରରେ ଚାଲିଛି ବିଦ୍ୟାଳୟ

Sunil Chandra Nayak

କର୍ମକ୍ଷେତ୍ରରେ ମହିଳା ଯୌନ ଶୋଷଣ ନିଷେଧ,ନିବାରଣ ଓ ନିରାକରଣ ଆଇନ ୨୦୧୩ ସମ୍ବନ୍ଧୀୟ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!