ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ୱାରା ଆଜି ୩ଟି ସ୍ଥାନରେ ରାସ୍ତା କାମର ଶିଳାନ୍ୟାସର ସୁଭ ଉଦ୍ଘାଟନ 

ବିଧାୟକଙ୍କ ଦ୍ୱାରା ଆଜି ୩ଟି ସ୍ଥାନରେ ରାସ୍ତା କାମର ଶିଳାନ୍ୟାସର ସୁଭ ଉଦ୍ଘାଟନ 

ବନ୍ଧୁଗାଁ ତା, ୨୮/୧୧/୨୪,ଆଜି ବନ୍ଧୁଗାଁ ବ୍ଲକର ୩ଟି ସ୍ଥାନରେ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ପବିତ୍ର ସାଉନ୍ତା ଙ୍କ ଦ୍ୱାରା ଶିଳାନ୍ୟାସ ର ସୁଭ ଉଦ୍ଧଘାଟନ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକା ଙ୍କ ଅନୁପସ୍ଥିତ ଯୋଗୁଁ ବିଧାୟକ ମହୋଦୟ ଆଜି ପ୍ରଥମେ କାପଲଡ଼ା ପଞ୍ଚାୟତ ର ସିଲାବାଡ଼ି ଠାରୁ ଆରମ୍ଭ କରି ଜୟକଟା ପର୍ଯ୍ୟନ୍ତ ୫ କି.ମି ପାଇଁ ୭୦୦ ମିଟର ପାଇଁ ଅଟକଳ ମୂଲ୍ୟ ୧କୋଟି ୫୮ ଲକ୍ଷ ୭ ହଜାର ଟଙ୍କା, ଆଲୋମଣ୍ଡା ଠାରୁ ଭାୟା କାପଲଡ଼ା ସିଲାବାଡ଼ି ଦେଇ କଷୁ ୧୧ କି.ମି.ପାଇଁ ୩କୋଟି ୭୦ ଲକ୍ଷ ୭୦ ଲକ୍ଷ ୧୨ ହଜାର ଟଙ୍କା ବ୍ୟୟରେ ଓ ସାନସରପଲି ଛକ ଠାରୁ ଭାୟା କାବେରି ବାଡ଼ି ଦେଇ ନାରାୟଣ ପାଟଣା ବ୍ଲକର ଲଙ୍ଗଳ ବେଡା ପଞ୍ଚାୟତର କେଲୁବାଡି ଛକ ପର୍ଯ୍ୟନ୍ତ ୧୨ କି.ମି ପାଈଁ ୧୩କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ପିଚୁ ପକାଯିବା ପାଇଁ ଆଜି ଶିଳାନ୍ୟାସ ୩ଟି ସ୍ଥାନରେ ସର୍ବ ପ୍ରଥମେ ପୂଜା କରି ନଡ଼ିଆ ଦେଇ ଉପସ୍ଥିତ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପ ଢ଼କନ ଦେଇ ସ୍ୱାଗତ ସମ୍ଭର୍ଦ୍ଧନା ପରେ ଶୁଭ ଉଦ୍ଧଘାଟନ ହୋଇଥିଲା I ଏଥିରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ଲଷ୍ମୀ ମିଣ୍ୟାକା, ବ୍ଲକର ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖୋସଲା, କାମେଶ୍ଵର ରତ୍ନାଲୁ, ବଡ଼ ସୋରପୋଲି ପଞ୍ଚାୟତର ସୋରପଞ୍ଚ ସୁନ୍ଦୁରୁ ପିଡ଼ିକା ଓ ସମିତି ସଭ୍ୟ ସିନାଜି ପିଡ଼ିକା,ଆଲମଣ୍ଡା ପଞ୍ଚାୟତ ର ସରପଞ୍ଚ ଗୌରୀ ମେଲେକା, କାପଲୋଡ଼ା ପଞ୍ଚାୟତ ର ସୋରପଞ୍ଚ କାଡ୍ରାକା ଏକାମା, ଦୁର୍ଯ୍ୟ ନାଗ,ଓ ଆର. ଡି. ବିଭାଗର ଯନ୍ତ୍ରୀ ଶ୍ରୀ ରଞ୍ଜିତ କୁମାର ନାୟକ, ଓ ରାମ ବାବୁ ଓ ଅଞ୍ଚଳର ଅନେକ ଲୋକ ଉପସ୍ଥିତ ରହିଥିଲେ I

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ପହଲଗାମ ଆତଙ୍କବାଦୀ ଆକ୍ରମଣ କୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା ଓ କୁଶ ପୁତ୍ତଳିକା ଦାହ 

masiha

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା , କଳାହାଣ୍ଡି ଜିଲ୍ଲାର ୧୧ଜଣ କଳାକାର ଆଜି ଯିବେ ଜାପାନ

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ବଲପୁର ଦିନ ପାଳନ

Sunil Chandra Nayak

Leave a Comment

error: Content is protected !!