ନିଜ ସୁରକ୍ଷା ପାଇଁ କବିରାଜମାନେ ସାଜିଛନ୍ତି ନକଳି ସାମ୍ବାଦିକ
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ରେ ବର୍ତ୍ତମାନ କବିରାଜ ମାନଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି। ବଲାଙ୍ଗିର ସ୍ବାସ୍ଥ୍ୟ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ କବିରାଜ ମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି !ସାମ୍ବାଦିକ ମାନଙ୍କ ଭୟରେ ନକଲି ଡାକ୍ତର ଏବେ ନକଲି ସାମ୍ବାଦିକ ସାଜୁଥୁବା ଦେଖୁବାକୁ ମିଳୁଛି।ପୂର୍ବରୁ ଅନେକ ଗୁଡ଼ିଏ ନକଲି ଡ଼ାକ୍ତର(କ୍ବାକ) ସାମ୍ବାଦିକତା କ୍ଷେତ୍ରରେ ପାଦ ଦେଇଥିବା ବେଳେ ଏବେ ବେଲପଡା ବ୍ଳକ ଖଲିପଥର ଗାଁ ର କେତକ ନକଲି ଡାକ୍ତର (କ୍ବାକ୍) ନକଲି ସାମ୍ବାଦିକ ସାଜିଥିବା ନଜରରେ ଆସିଛି।କୌଣସି ଏକ ଅଣ ପଞ୍ଜିକୃତ ସଂସ୍ଥା ର ବୁମ ଓ ପରିଚୟପତ୍ର ଆଣି ଉକ୍ତ କ୍ବାକ ମାନେ ନିଜକୁ ସୁରକ୍ଷିତ ରଖୁଛନ୍ତି। ତେବେ କହିବାକୁ ଗଲେ ଖଲିପଥର ଗାଁ ର ଜଣେ ବାବୁ ତାର ରଙ୍ଗ ଢଙ୍ଗଅଧା ଗୋରା ସେ ସୁପର ଟିଙ୍ଗାଲୁ ଦୀର୍ଘ କୋଡିଏ ବର୍ଷ ହେବ ନିଜ ଘରେ ଗୋଟିଏ କ୍ଲିନିକ ଖୋଲି ବାବୁ ଜଣକ ସତରେ ଯିମିତି ଅସଲି ଡ଼କ୍ଟର ଭଳି କାମ କରେ ଓ ବାବୁ କାହାରିକୁ ଖାତିର ନ କରି କମ ପାଠ ପଡି କେମିତି ଡକ୍ଟର ହେଲା ତାହା ଆଶ୍ଚର୍ଯ୍ୟ ? ବାବୁ ଜଣକ ଲୋକଙ୍କୁ ଦେଖିଲେ ନିଜକୁ ବଡ଼ ସାମ୍ବାଦିକ କହୁଥିବା ମଧ୍ୟ ସୁଣିବାକୁ ମିଳେ ! ମିଡ଼ିଆ ବାବୁ କେଉଁ ମିଡ଼ିଆ ରେ କାମ କରୁଛନ୍ତି ସେ ନିଜେ ଜାଣି ନାହାନ୍ତି ଆଉ ଲୋକଙ୍କୁ ଦେଖିଲେ ସେହିପରି କଥା କହିବା ଛାଡ଼ୁନି ! ତେବେ ନିଜକୁ ସୁରକ୍ଷା ଦେବା ପାଇଁ ଏକ ଅଣ ସଂରକ୍ଷଣ ସଂସ୍ଥା ମିଡ଼ିଆ କୁ ବ୍ୟବହାର କରୁଛି ବାବୁ ଙ୍କ କଳାକାର୍ନାମା ବହୁତ ଜଲଦି ଖୁଲାସା ହୋଇପାରେ ଯାହା ବିଗତ ଦିନରେ କରିଛନ୍ତି ସବୁକିଛି ଧରା ପଡ଼ିବ ବୋଲି ଚର୍ଚ୍ଚା ହୁଏ ! ବାବୁ କାହାର ଛତ୍ର ଛାୟାରେ ଏମିତି କରୁଛନ୍ତି ଗରିବ ଲୋକଙ୍କୁ ଭକୁଆ ବନାଇ ଟଙ୍କା ଲୁଟୁଛନ୍ତି ଆଉ ନିଜକୁ ବଡ ଡାକ୍ତର କହି ଗାଁ ଗାଁ ରେ ବୁଲି କ୍ୱାକ କାମକରି ଦୁଇ ପଇସା ରୋଜଗାର କରନ୍ତି,,ଏବେ ବାବୁ ଜଣକ ନକଲି ସାମ୍ବାଦିକ ୟୁଟୁବର ର ଏକ ଘରୋଇ ଚ୍ୟାନେଲ ର ବୁମ ଧର ନିଜକୁ ସାମ୍ବାଦିକ କହୁଥିବା ବେଳେ ବାବୁ ଜଣକକୁ ଆଉ ସମ୍ଭାଳି ହେଉନି କେତେବେଳେ ନକଲି ଡକ୍ଟର ତ ଆଉ କେତେବେଲେ ନକଲି ସାମ୍ବାଦିକ ସାଜିଥିବା ଲୋକ ଏବେ ଗାଁ ଗାଁ ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି I ସେ ବାବୁ ଜଣକ ନାମୀ ଦାମୀ ପୋଷାକ ପିନ୍ଧି ମୁହଁରେ ଚଷମା ମାରି କ୍ଵାକ ର ବେଶଧରି ଗାଁ ମୁହାଁ ହୋଇ ଗରିବ ଲୋକଙ୍କ ଟଙ୍କା ଲୁଟୁଛନ୍ତି ! ଆଗାମୀ ଦିନରେ ବାବୁର ଅସଲି ମୁଖା ଖୁଲିବ ଆଗାମୀ ଅଧ୍ୟାରେ ପୁଣି ଲେଖା ହେବ ବାବୁ ର ,ନକଲି ଡକ୍ଟର ର ଅସଲି ପ୍ରେମ ର ବାଣୀ ? ଆଜିକା ଦିନରେ ଅନ୍ୟଦେଶ ମାନଙ୍କଠୁ ଆମ ଭାରତ ବିଜ୍ଞାନ କ୍ଷେତ୍ରରେ ଚନ୍ଦ୍ରପୃଷ୍ଟରେ ପହଁଚି ସାରିଲାଣି ତଥାପି ବି ଲୋକଙ୍କୁ ସାଧାରଣ ଜ୍ଞାନର ଅଭାବ ରହିଛି !ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ମାନେ ସବୁବେଲେ ଲୋକଙ୍କୁ ସେବା ଯୋଗାଇବାରେ ତତ୍ପର ଅଛନ୍ତି ଓ ସରକାରୀ ଔଷଧ ମଧ୍ୟ ମାଗଣାରେ ସରକାରଙ୍କ ତରଫରୁ ଲୋକଙ୍କୁ ଯୋଗାଯାଉଛି । ଏତେ ସୁ ସୁବିଧା ଥାଇ ମଧ୍ଯ, କିଛି ଟାଉଟର୍ ବ୍ୟକ୍ତି ନିଜକୁ ସୁପର୍ ଡାକ୍ତର କହି ଅତି ଚାଲାକି ଢଙ୍ଗରେ ଲୁଟି ନେଉଛନ୍ତି ନିରୀହ ଆଦିବାସୀ ଖଟିଖିଆ ଙ୍କ ଟଙ୍କା ଏଥିରେ ଶିକାର ହେଉଛନ୍ତି ଶାନ୍ତ, ଶରଳ ଧର୍ମବିଶ୍ଵାସି ଓ ସାଧାରଣ ଜନତା । ଏମାନେ ଯାହାକୁ କୁ ଥରେ ବିଶ୍ଵାସ୍ କଲେ ତାକୁ ଭଗବାନ୍ ତୁଲ୍ଯ ମନେ କରନ୍ତି । ଓ ଏହି ମଜବୁରି ର ଫାଇଦା ନେଉଛନ୍ତି ଟାଉଟର୍ ଅଣଡାକ୍ତର ମାନେ !ଏ ଟାଉଟରୀ ବାବୁ ମାନେ ନିଜକୁ ଡାକ୍ତର ସାଜୁଥିବା ଓ ଅନ୍ୟାୟ ଢଙ୍ଗରେ ଲୋକଙ୍କୁ ଲୁଟୁଥୁବା ବିଷୟରେ ରେ ପ୍ରଶାସନ ସଠିକ୍ ତଦନ୍ତ କରିବାପାଇଁ ସର୍ବସାଧାରଣ ରେ ଦାବି ହେଉଛି ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍

