ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡ଼ି ବ୍ଲକ ସଭାପତିଙ୍କ ଅନୁପସ୍ଥିତିରେ ବ୍ଲକ ସ୍ତରୀୟ ବନ୍ଧୁ ମିଳନ

ବିଜେଡ଼ି ବ୍ଲକ ସଭାପତିଙ୍କ ଅନୁପସ୍ଥିତିରେ ବ୍ଲକ ସ୍ତରୀୟ ବନ୍ଧୁ ମିଳନ

ବନ୍ଧୁଗାଁ ତା ୧୪/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଗଜାବାଡି ଗାଁରେ ବନ୍ଧୁଗାଁ ବ୍ଲକର ସମସ୍ତ ପଞ୍ଚାୟତର ବିଜେଡ଼ି କର୍ମୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ବାଲା ନାଗଙ୍କ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଜୋନ ୦୧ ର ଗାରିଡ଼ି ,କୁଟ୍ରାବେଢା ପଞ୍ଚାୟତ ଓ ବ୍ଲକର ଅନ୍ୟାନ୍ୟ ପଞ୍ଚାୟତରୁ ପ୍ରାୟ ୨୫୦ ଜଣ ବିଜେଡ଼ି କର୍ମୀ ଉପସ୍ଥିତ ରହି ଥିଲେ । ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଆସାଇ ପାର୍ଥୀ ଓ ସମାଜ ସେବୀ ଶଙ୍କର ସାଉନ୍ତା ରହି ଥିବା ବେଳେ ସ୍ଥାନୀୟ ଅଞ୍ଚଳର ପରିଚିତ ମନୋଜ କୁମାର ନାୟକ (ମିଟୁ) ଓ ବିଜେଡ଼ି ଦଳର ବରିଷ୍ଠ କର୍ମୀ ଓ ପୁର୍ବତନ ସରପଞ୍ଚ ଗୋପିନାଥ ବିଡ଼ିକା ଉପସ୍ଥିତ ରହି ଥିଲେ । ଏହି ବନ୍ଧୁମିଳନ ଉତ୍ସବରେ ଉପସ୍ଥିତ ବିଜେଡ଼ି କର୍ମୀ ମାନଙ୍କୁ ପାୟ ୧୦୦ ଟି ବାଇକ ପିଛା ଦୁଇଜଣ ଲେଖାଏଁ ରଡ଼ ଶୋରେ ସଡ଼ାବାଡ଼ି ଗାଁରୁ ଆରମ୍ଭ କରି ଗୁରୁସୀ,ଡୁମାଡଙ୍ଗର , ଉତକାପାଡୁ, କୁଟ୍ରାବେଡ଼ା, କୁମ୍ଭାରିପୁଟ, ମଞ୍ଚା ପଦର, ଗୋତିପୁଟ, ଗାରିଡି, ଡିମ୍ବା ଗୁଡା, ଵେଲାପୁଟ ଦେଇ ଗଜାବାଡି ଗାଁକୁ ପହଞ୍ଚି ଥିଲେ। ପ୍ରତି ବାଇକରେ ବିଜେଡ଼ି ଦଳର ପତକା ଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିନ୍ଦାବାଦ, ବିଜେଡ଼ି ଜିନ୍ଦାବାଦ ଓ ଝିନ ହିକକା ଜିନ୍ଦାବାଦ ନାରା ଦେଇ ଲୋକଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହିତ ଉପସ୍ଥିତ ଥିବା ବିଜେଡ଼ି ଦଳର କିଛି ପୁରୁଖା ମାନ୍ୟଗଣ୍ୟ ବ୍ୟକ୍ତି ଗୋପିନାଥ ବିଡ଼ିକା, ସାମନା ଗରଡ଼ା, ମିଟୁ ନାୟକ, ଉତ୍ତମ ନାୟକ, ଦସମତି ପ୍ରାସ୍କା,ନୀଳକଣ୍ଠ ଜାକାକା, ଭୀମ ନିଆଲି, ଗୁରୁନାଥ ନାଗ (ଟୁନିଆ), ନିତ୍ୟା ହାଲବା, ପୁଟିଆ ଖୋସ୍ଲା, ପୁଲୁ ମେଲେକା, ରାଜେନ୍ଦ୍ର କାଲପା, ନୀଳମଣି ମିଣିଆକା, ସବାନା ମେଲେକା, ବିନି କଞ୍ଜାକା, ଭାସ୍କର ବେନ୍ୟା, ସିନାଜି ପୀଡିକା, ଚିନ୍ତାମଣି ମାଣ୍ଡିଙ୍ଗି,ଦାସ ହୁଳୁକା, ବାରିକା ହଵିକା, ପୁରି ପିଡ଼ିକା , ରୀଙ୍କୁ ମିଣିଆକା, ପୁଷ୍ପାଞ୍ଜଳି କାଡ୍ରାକା, ସଞ୍ଜୀବ ବାଙ୍ଗାରି, ମିନା ବେବରା ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମଟିକୁ ସମାଜ ସେବୀ ଶଙ୍କର ସାଉନ୍ତା , ରିଙ୍କୁ ମିଣିଆକା, ଦସମତି ପ୍ରାସ୍କା ଓ ଗୋପୀନାଥ ବିଡ଼ିକା ପରିଚାଳନା କରିଥିଲେ।ଶେଷରେ ସମାଜ ସେବୀ ଶଙ୍କର ସାଉନ୍ତା ଉପସ୍ଥିତ ଥିବା ସମସ୍ତଙ୍କୁ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ଆମେ ମିଳିତ ହୋଇ ଆମ ନିର୍ବାଚନ ମଣ୍ଡଳୀର ବିଜେଡ଼ି ଦଳର ପର୍ଥୀଙ୍କୁ ବିଜୟ କରିବା ପାଇଁ ପ୍ରସ୍ତୁତ ରହିବାକୁ ନିବେଦନ କରି ଧନ୍ୟବାଦ ଅର୍ପଣ କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

Youth Journalist Amit Kumar Parija received the”Kalinga Gourav Samman”

Sunil Chandra Nayak

ସୁଦର୍ଶନ ପୂଜାରୀଙ୍କ ପ୍ରଚେଷ୍ଟାରେ ନବୋଦୟ ଓ ଆଦର୍ଶ ପିଲାଙ୍କ ନିମନ୍ତେ ମାଗଣା କୋଚିଂ ବ୍ୟବସ୍ଥା 

masiha

ଗ୍ରାମ ପରିବର୍ତନ କାର୍ଯ୍ୟକ୍ରମ ଅଧିନରେ ସ୍ଥାୟୀ ଜୀବିକା ସହ ୫୪୦୦ରୁ ଅଧିକ ପରିବାରକୁ ସଶକ୍ତ କରିଛି ଡାଲମିଆ ସିମେଂଟର ରାଜଗାଙ୍ଗପୁର ପ୍ଲାଂଟ

Sunil Chandra Nayak

Leave a Comment

error: Content is protected !!