ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୁଗା ଓ ଫେନଶୀ ଦୋକାନ ରୁ ୯୦ ହଜାର ରୁ ଊର୍ଦ୍ଧ୍ଵ ଟଙ୍କା ଚୋରି 

ଲୁଗା ଓ ଫେନଶୀ ଦୋକାନ ରୁ ୯୦ ହଜାର ରୁ ଊର୍ଦ୍ଧ୍ଵ ଟଙ୍କା ଚୋରି 

 ଡାବୁଗାଁ, ୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ପଞ୍ଚାୟତ ପାଖରେ ଥିବା ଲୁଗା ଓ ଫେନଶୀ ଦୋକାନରୁ ଶୁକ୍ରବାର ରାତ୍ରି ରେ ଚୋରି ହେଇଥିବା ନେଇ ଶନିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନଯୋଗ୍ୟ:- ଡାବୁଗାଁ ପଞ୍ଚାୟତ ପାଖରେ ଥିବା ଲୁଗା ଓ ଫେନଶୀ ଦୋକାନୀ ଶଙ୍କର ଦଳେଇ ଙ୍କ ବାପା ଶୁକ୍ରବାର ସନ୍ଧ୍ୟା ସମୟରେ ନିଜ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ । ଶନିବାର ସକାଳ ୭ ଘ. ସମୟରେ ସେ ଦୋକାନ ଖୋଲିବାକୁ ଯାଇ ଦେଖିଥିଲେ ଯେ ଦୋକାନ ଗୃହ କବାଟ ର ତାଲା ଭଙ୍ଗା ଯାଇଛି । ପରେ ସେ ତାଙ୍କ ପୁଅ ଶଙ୍କର ଙ୍କୁ ଫୋନ କରିଥିଲେ | ପରେ ଶଙ୍କର ଆସି ଦେଖିଲେ ତାଲା ଭାଙ୍ଗି ଦୋକାନ ରେ ଥିବା ୩ଟି ଟଙ୍କା ବାକ୍ସ ରୁ ପ୍ରାୟ ୯୦ ହଜାର ଟଙ୍କା ଓ କିଛି ଜିନିଷ ଚୋରି ହୋଇଛି । ଏନେଇ ଶଙ୍କର ଡାବୁଗାଁ ଥାନାର ଏତଲା ଦେଇଛନ୍ତି । ଉକ୍ତ ଏତଲା କୁ ଭିତ୍ତିକରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗାଁ ଲୋକେ ଚୋରଙ୍କୁ କାବୁ କରି ବାଇକ,୨ ଟି ଛୁରୀ ଓ ସୁତୁଲି ଦୌଡ଼ି ଜବତ କରି ପୋଲିସକୁ ହସ୍ତାନ୍ତର 

masiha

ରାଉରକେଲା ପୋଲିସ୍ ଦ୍ବାରା ଚୋରି ଅଭିଯୋଗରେ ୭ ଅଭିଯୁକ୍ତ ଗିରଫ

Sunil Chandra Nayak

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ କୁଦର ସାହି ଓ ପିଠାକୁଟୁଣୀ ଗାଁ ରେ ଚଢ଼ାଉ ;୫,୫୦୦ ଲିଟର ମଦ ,ପୋଚ,ରନ୍ଧା ସାମଗ୍ରୀ,୨୬୫ ଲିଟର ଦେଶୀମଦ ଜବତ ସମେତ ୨ ଜଣଙ୍କୁ କୋର୍ଟ ଚାଲାଣ

masiha

Leave a Comment

error: Content is protected !!