ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୁଗା ଓ ଫେନଶୀ ଦୋକାନ ରୁ ୯୦ ହଜାର ରୁ ଊର୍ଦ୍ଧ୍ଵ ଟଙ୍କା ଚୋରି 

ଲୁଗା ଓ ଫେନଶୀ ଦୋକାନ ରୁ ୯୦ ହଜାର ରୁ ଊର୍ଦ୍ଧ୍ଵ ଟଙ୍କା ଚୋରି 

 ଡାବୁଗାଁ, ୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ପଞ୍ଚାୟତ ପାଖରେ ଥିବା ଲୁଗା ଓ ଫେନଶୀ ଦୋକାନରୁ ଶୁକ୍ରବାର ରାତ୍ରି ରେ ଚୋରି ହେଇଥିବା ନେଇ ଶନିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନଯୋଗ୍ୟ:- ଡାବୁଗାଁ ପଞ୍ଚାୟତ ପାଖରେ ଥିବା ଲୁଗା ଓ ଫେନଶୀ ଦୋକାନୀ ଶଙ୍କର ଦଳେଇ ଙ୍କ ବାପା ଶୁକ୍ରବାର ସନ୍ଧ୍ୟା ସମୟରେ ନିଜ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ । ଶନିବାର ସକାଳ ୭ ଘ. ସମୟରେ ସେ ଦୋକାନ ଖୋଲିବାକୁ ଯାଇ ଦେଖିଥିଲେ ଯେ ଦୋକାନ ଗୃହ କବାଟ ର ତାଲା ଭଙ୍ଗା ଯାଇଛି । ପରେ ସେ ତାଙ୍କ ପୁଅ ଶଙ୍କର ଙ୍କୁ ଫୋନ କରିଥିଲେ | ପରେ ଶଙ୍କର ଆସି ଦେଖିଲେ ତାଲା ଭାଙ୍ଗି ଦୋକାନ ରେ ଥିବା ୩ଟି ଟଙ୍କା ବାକ୍ସ ରୁ ପ୍ରାୟ ୯୦ ହଜାର ଟଙ୍କା ଓ କିଛି ଜିନିଷ ଚୋରି ହୋଇଛି । ଏନେଇ ଶଙ୍କର ଡାବୁଗାଁ ଥାନାର ଏତଲା ଦେଇଛନ୍ତି । ଉକ୍ତ ଏତଲା କୁ ଭିତ୍ତିକରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆକ୍ଷେପ ଥାନାରେ ଏତଲା 

masiha

ବିପୁଳ ପରିମାଣର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

Sunil Chandra Nayak

ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ ମହଙ୍ଗା ପଡ଼ିଲା

Sunil Chandra Nayak

Leave a Comment

error: Content is protected !!