ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ 

ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ 

 ମୟୂରଭଞ୍ଜ- ୩୦/୦୪ // ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖୁଳି ଗ୍ରାମରେ ଚଢ଼ାଉ କରାଯାଇ ୫୨.୫୦୦ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ପଶ୍ଚିମ ସିଙ୍ଗଭୁମ ଜିଲ୍ଲା ମଞ୍ଜରୀ ଥାନା ଅନ୍ତର୍ଗତ ରୋଲାଡି ଗ୍ରାମର ସଞ୍ଜୟ କୁମାର ବାରି ଙ୍କୁ ଗିରଫ କରାଯାଇଛି l ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ବିପ୍ଳବ କୁମାର ମଲ୍ଲିକ, ଦିଲ୍ଲୀପ ଜେନା, ତମନ ପରିଡ଼ା, ବୁଦ୍ଧଦେବ ମହନ୍ତ, ସୁରେନ୍ଦ୍ର ସୋରେନ, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ କେସ ନଂ: ୦୭/୨୦୨୫-୨୬ ମୂଳେ ମାମଲା ରୁଜ୍ଜୁ କରାଯାଇଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ରଜାମାଟୁରେ ସାଇଜ କାଠ ପଟା ଚାଲାଣ ଜଣେ ଗିରଫ

Sunil Chandra Nayak

କେଗାଁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବାଇକ ଧକ୍କାରେ ବୃଦ୍ଧା ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ 

Sunil Chandra Nayak

ଚୋରି ଗ୍ୟାଙ୍ଗ ଆଗରେ ହାର ମାନୁଛି କି ଗୋଲାମୁଣ୍ଡା ପୁଲିସ ?  ଗୋଲାମୁଣ୍ଡା ବ୍ଲକ ରେ ବୃଦ୍ଧି ପାଇଛି, ଚୋରି ଡକାୟତି ଓ ରାହାଯାନୀ

Leave a Comment

error: Content is protected !!